ଝାରସୁଗୁଡ଼ା: ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି(ସୋମବାର) ୩ ଜଣ ଗର୍ଭବତୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଆନେସ୍ଥେସିୟା ଡାକ୍ତର ସେମାନଙ୍କୁ ମାଡ଼ ମାରିଥିବା ଅଭିଯୋଗ ହେବା ପରେ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି ସିଡିଏମଓ ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଗତକାଲି ୩ ଗର୍ଭବତୀ ମହିଳାଙ୍କୁ ପ୍ରସୂତି ଆନେସ୍ଥେସିୟା ଡାକ୍ତର ମାଡ଼ ମାରିଥିଲେ । ଏନେଇ ପ୍ରସୂତି ମହିଳା ଓ ସମ୍ପର୍କୀୟମାନେ CDMOଙ୍କ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି CDMO କହିଛନ୍ତି ।
ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ