ETV Bharat / state

Brajrajnagar Bypoll: ଶେଷ ହେଲା ନିର୍ବାଚନୀ ପ୍ରଚାର - ବ୍ରଜରାଜନଗର ଉପନିର୍ବାଚନ ଖବର

ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରଚାର ଶେଷ ହୋଇଛି । ପ୍ରଚାରର ଶେଷ ଦିନରେ ଲଖନପୁର ବ୍ଲକ ରାଜନୈତିକ ଦଳର ଫୋକସ୍‌ରେ ରହିଥିଲା । ଅଧିକ ପଢ଼ନ୍ତୁ

Brajrajnagar Bypoll: ଶେଷ ହେଲା ନିର୍ବାଚନୀ ପ୍ରଚାର

author img

By

Published : May 29, 2022, 9:04 PM IST

ଝାରସୁଗୁଡ଼ା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ରାଜନୈତିକ ଦଳର ପ୍ରଚାର ଶେଷ ହୋଇଛି । ପ୍ରଚାରର ଶେଷ ଦିନରେ ବିଜେଡି ଲଖନପୁର ବ୍ଲକକୁ ଫୋକସ୍ କରିଥିଲା । ଲଖନପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ବିଜେଡି ପ୍ରାର୍ଥିନୀ ଅଳକା ମହାନ୍ତି ଏବଂ ଦଳର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ, ବିଧାୟକ ତଥା ସିନେ ତାରକା ଆକାଶ ଦାସ , ମନ୍ତ୍ରୀ ସୁଶାନ୍ତ ସିଂହ, ପ୍ରମୁଖ ସାଧାରଣ ସଭା ଜରିଆରେ ଜନତାଙ୍କୁ ଭୋଟ ଭିକ୍ଷା କରିଛନ୍ତି ।

Brajrajnagar Bypoll: ଶେଷ ହେଲା ନିର୍ବାଚନୀ ପ୍ରଚାର

ସେପଟେ ବିଜେପି ମଧ୍ୟ ଲଖନପୁର ବ୍ଲକରେ ଜୋରଦାର ପ୍ରଚାର କରିଥିଲା । ଶେଷ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ "ମନ୍ କି ବାତ୍ " କାର୍ଯ୍ୟକ୍ରମକୁ ଅଞ୍ଚଳ ବାସିନ୍ଦାଙ୍କ ସହିତ ଶୁଣି ନିର୍ବାଚନ ପ୍ରଚାର କରିଥିଲେ ବିଜେପି ନେତାଏ । ବିଜେପି ଜିଲ୍ଲା ସଭାପତିଙ୍କ ସହ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ବହୁ କର୍ମୀ ଜୋରଦାର ପ୍ରଚାର କରିଥିଲେ ।

ମେ ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ପଡ଼ିବ । ଏହାପରେ ଜୁନ ୩ରେ ଭୋଟଗଣତି ହେବା ସହ ଫଳାଫଳ ପ୍ରକାଶ ପାଇବ । ଏଥିପାଇଁ ପୋଲିଂ ଅଫିସର ବ୍ରଜରାଜନଗରର ସମସ୍ତ ବୁଥ୍‌ରେ ପହଞ୍ଚିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.