ETV Bharat / state

ବ୍ରଜରାଜନଗର ଗୁଳିକାଣ୍ଡ ଘଟଣା: ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ, ଯାତାୟତ ବାଧାପ୍ରାପ୍ତ - ଗୁଳିକାଣ୍ଡ ଘଟଣା

ବ୍ରଜରାଜନଗର ଗୁଳିମାଡ ଘଟଣା ପ୍ରତିବାଦରେ ରାସ୍ତାରୋକ୍ । ସ୍ଥାନୀୟ ଲୋକେ ଦୋକାନ ବଜାର ସହ ଗାଡି ଚଳାଚଳ ବନ୍ଦ କରିଥିଲେ । ପରେ ଗାଡି ଚଳାଚଳ ସ୍ବାଭାବିକ୍ ହୋଇଥିବାବେଳେ ଦୋକାନ ବଜାର ବନ୍ଦ ରହିଛି ।

ଡିଜାଇନ ଫଟୋ
author img

By

Published : Jun 25, 2019, 2:25 PM IST

ଝାରସୁଗୁଡା: ସୋମବାର ରାତିରେ ବ୍ରଜରାଜନଗର ବସଷ୍ଟାଣ୍ଡରେ ହୋଇଥିବା ଗୁଳିମାଡ ଘଟଣାକୁ ନେଇ ପ୍ରତିବାଦ । ଗାନ୍ଧୀଛକ ଠାରେ 49 ନମ୍ବର ଜାତୀୟ ରାଜପଥକୁ ଅବରୋଧ କରିଥିଲେ ସ୍ଥାନୀୟ ଲୋକେ । ରାଜରାସ୍ତାରେ ଟାୟାର ଜାଳି ବିକ୍ଷୋଭ କରିବା ସହ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଦାବି କରିଛନ୍ତି ଲୋକେ ।

ଭିଡିଓ ସୌଜନ୍ୟ: ପ୍ରତିନିଧି, ଝାରସୁଗୁଡା

ରାସ୍ତାରୋକ ଯୋଗୁଁ ବ୍ରଜରାଜନଗରରେ ଦୋକାନ ବଜାର ସହ ଗାଡି ଚଳାଚଳ ବନ୍ଦ ରହିଥିଲା । ପରେ ଗାଡି ଚଳାଚଳ ସ୍ବାଭାବିକ୍ ହୋଇଥିବାବେଳେ ଦୋକାନ ବଜାର ବନ୍ଦ ରହିଛି । ତେବେ ଏହି ବନ୍ଦ ଯୋଗୁଁ କିଛି ଘଣ୍ଟା ପାଇଁ ଯାତାୟତ ବାଧାପ୍ରାପ୍ତ ହୋଇଥିଲା ।

ସେପଟେ ପୂର୍ବ ଶତ୍ରୃତାକୁ କେନ୍ଦ୍ର କରି ଗୁଳିମାଡ ହୋଇଥିବା କହିଛନ୍ତି ଅତିରିକ୍ତ ଏସପି । ତଦନ୍ତ ଚାଲିଛି ଖୁବ୍ ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ସମ୍ବଲପୁର ବୁର୍ଲା ଭିମାସର ମେଡିକାଲ ର 40 ଟି ଭେଣ୍ଟିଲେଟର ଭିତ୍ତିଭୂମିର ଅଭାବରୁ ଫେରି ଯାଇଥିବା ପ୍ରସଙ୍ଗ ସ୍ଥାନୀୟ ଅଞ୍ଚଳରେ ଚର୍ଚା ହେବା ପରେ ଏନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏହାର ତଦନ୍ତ ନିର୍ଦେଶ ଦେଇଥିଲେ।ତେବେ ବର୍ତମାନ ଏନେଇ ବୁର୍ଲା ମେଡିକାଲ କଲେଜ ର ଡିନ ତଥା ସୁପର ସ୍ପେଷ୍ୟାଲିଟି ବିଲଡିଂ ର ନୋଡାଲ ଅଫିସର ସ୍ପଷ୍ଟିକରଣ ଦେବା ସହ ଲୋକଙ୍କ ମଧ୍ୟରେ ଭୁଲ ସୂଚନା ଦିଆଯାଇଛି ବା ଭୁଲ ବୁଝାମଣା ହୋଇଛି ବୋଲି କହିଛନ୍ତି।

Body:ବୁର୍ଲା ମେଡିକାଲ ର ଡିନ ବ୍ରଜ ମୋହନ ମିଶ୍ର ଏହି ପ୍ରସଙ୍ଗ ନେଇ କହିଛନ୍ତି ଯେ କୌଣସି ଭେଣ୍ଟିଲେଟର ଫେରିଯାଇନି।ସେ ଅଧିକ ତଥ୍ୟ ଦେଇ କହିଛନ୍ତି ଯେ ବୁର୍ଲା ମେଡ଼ିକାଲରେ କେନ୍ଦ୍ର ସରକାରଙ୍କ PMSSY ଯୋଜନା ତୃତୀୟ ପର୍ଯ୍ୟାୟ ର ପାଇଲଟ ପ୍ରୋଜେକ୍ଟ ଅନୁଯାୟୀ ସୁପର ସ୍ପେଷ୍ୟାଲିଟି ବିଲଡିଂ ତିଆରି ଚାଲିଛି। ଆଉ ଏହି ସୁପର ସ୍ପେଷ୍ୟାଲିଟି ହସପିଟାଲ ପାଇଁ ଏହି ଅତ୍ୟାଧୁନିକ ଭେଣ୍ଟିଲେଟର ସବୁ ଆସିଥିଲା। ତେବେ ବିଲଡିଂ କାର୍ଯ୍ୟ ଶେଷ ହୋଇନଥିବା ବେଳେ ଏହି ଅତ୍ୟାଧୁନିକ ଭେଣ୍ଟିଲେଟର ଗୁଡିକୁ ଭୁବନେଶ୍ୱର ସ୍ଥିତ ଯୋଗାଣକାରୀ ସଂସ୍ଥା ର ଷ୍ଟୋର କୁ ପଠାଇ ଦିଆଯାଇଥିଲା।ତେବେ ତାର ମାନେ ଏହା ନୁହେଁ ଯେ ଏହା ଆଉ ଆସି ପାରିବ ନାହିଁ।ସୁପର ସ୍ପେଷ୍ୟାଲିଟି ବିଲଡିଂ କାର୍ଯ୍ୟ ଶେଷ ହେବା ପରେ ଏହା ଯେତେବେଳେ ଚାହିଁଲେ ବୁର୍ଲାକୁ ଆସିପାରିବ ବୋଲି ବୁର୍ଲା ମେଡିକାଲ କଲେଜର ଡିନ ସ୍ପଷ୍ଟ କରିଛନ୍ତି। ତେବେ ବିଲଡିଂ ତିଆରି କରୁଥିବା HSCC ସଂସ୍ଥା ଏଠାରେ PMSSY ର ପ୍ରବଧାନ ଅନୁସାରେ ଷ୍ଟୋର ର ସୁବିଧା ଦେଇ ନପାରିବାରୁ ତାକୁ ସର୍ବଭାରତୀୟ ସ୍ତରରେ ଯନ୍ତ୍ରାଂଶ ଯୋଗାଉଥିବା ସଂସ୍ଥା HITES ର ଭୁବନେଶ୍ୱର ସ୍ଥିତ ଷ୍ଟୋର କୁ ପଠାଯାଇଛି। ଅନ୍ୟପଟେ ଯନ୍ତ୍ରାଂଶ ଯୋଗାଉଥିବା ସଂସ୍ଥା ଯନ୍ତ୍ରାଂଶ ପଠାଇବାର 15 ଦିନ ପୂର୍ବରୁ ଯନ୍ତ୍ରାଂଶ ପାଇବାକୁ ଥିବା ମେଡିକାଲ ର ଭିତ୍ତିଭୂମି ଦେଖିଲା ପରେ ସାମଗ୍ରୀ ପଠାଇବା କଥା।ତେବେ ଯୋଗଣକାରୀ ସଂସ୍ଥା ଏହା କରିନଥିବାରୁ ନିଜେ ଏହି ସମସ୍ୟାର ଜାଣିପାରି ଭୁବନେଶ୍ୱରରେ ସବୁତକ ଭେଣ୍ଟିଲେଟର ରଖିଥିବାର ଜଣାପଡିଛି। ତେବେ ଭୁବନେଶ୍ୱର ରେ ଥିଲେ ମଧ୍ୟ ଏହି ଭେଣ୍ଟିଲେଟର ଗୁଡିକ PMSSY ଯୋଜନା ଅନୁଯାୟୀ ବୁର୍ଲା ମେଡିକାଲ ନାଁ ରେ ଇସୁ ହୋଇଥିବାରୁ ଏହାକୁ କେହି ନେଇପାରିବେ ନାହିଁ ବୋଲି ସୂଚନା ଦିଆଯାଇଛି। ତେବେ ଏହି ଭେଣ୍ଟିଲେଟର ଗୁଡିକ ଏତେ ଅତ୍ୟାଧୁନିକ ଓ ଅଫଡେଟେଡ଼ ଅଟେ ଯେ ଏହା ସାଧାରଣ ସ୍ଥାନରେ ରଖି ହେବନି ସେଥିପାଇଁ ଏଗୁଡିକୁ ଭୁବନେଶ୍ୱର ସ୍ଥିତ ଷ୍ଟୋର ରୁମରେ ରଖା ହୋଇଛି ବୋଲି କୁହାଯାଇଛି।

ବାଇଟ-1- ସଂଜୟ କୁମାର ମହାପାତ୍ର, ନୋଡାଲ ଅଫିସର,ସୁପର ସ୍ପେଷ୍ୟାଲିଟି ବିଲଡିଂ।
ବାଇଟ-2- ବ୍ରଜ ମୋହନ ମିଶ୍ର, ଡିନ, ବୁର୍ଲା ମେଡିକାଲ କଲେଜ।

Conclusion:ତେବେ ଏହି ପ୍ରସଙ୍ଗ ନେଇ ବୁର୍ଲା ମେଡିକାଲ ର ନୂତନ ଭାବେ ଯୋଗ ଦେଇଥିବା ନିର୍ଦେଶକ ଡି ଏନ ମହାରଣା କିଛି ଜାଣି ନଥିବାର କହିଛନ୍ତି।
ବାଇଟ-3- ଡି ଏନ ମହାରଣା, ନିର୍ଦେଶକ, ବୁର୍ଲା ମେଡିକାଲ।
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.