ETV Bharat / state

BrajarajNagar By-poll: ଜିଲ୍ଲା ପ୍ରଶାସନ, ରାଜନୈତିକ ଦଳ ସଭିଏଁ ପ୍ରସ୍ତୁତ - ବ୍ରଜରାଜ ନଗର ଉପ-ନିର୍ବାଚନ2022

ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଏନେଇ ରଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି ଚଳଚଞ୍ଚଳ । ଜିଲ୍ଲା ପ୍ରଶାସନ ମଧ୍ୟ ଆରମ୍ଭ କରିଛି ପ୍ରସ୍ତୁତି । ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ । ଜୁନ ୩ ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ । ଅଧିକ ପଢନ୍ତୁ

ଜିଲ୍ଲା ପ୍ରଶାସନ ରାଜନୈତିକ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ

author img

By

Published : May 3, 2022, 6:07 PM IST

ଝାରସୁଗୁଡା: ବ୍ରଜରାଜନଗର ଉପନିର୍ବାଚନ ପାଇଁ ବାଜିଲା ବିଗୁଲ । ଏନେଇ ରଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଛି ଚଳଚଞ୍ଚଳ । ଜିଲ୍ଲା ପ୍ରଶାସନ ମଧ୍ୟ ଆରମ୍ଭ କରିଛି ପ୍ରସ୍ତୁତି । ଆସନ୍ତା ୩୧ ତାରିଖରେ ବ୍ରଜରାଜନଗର ଉପନିର୍ବାଚନ ପାଇଁ ପଡିବ ଭୋଟ । ଜୁନ ୩ ରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ ।

BrajarajNagarBypoll: ଜିଲ୍ଲା ପ୍ରଶାସନ ରାଜନୈତିକ ଦଳ ସମ୍ପୂର୍ଣ୍ଣ ପ୍ରସ୍ତୁତ

ଉପନିର୍ବାଚନ ତାରିଖ ଘୋଷଣା ହେବା ପରେ ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତାପସ ରାୟଚୌଧୁରୀ କହିଛନ୍ତି ଆମେ ଲୋକଙ୍କ ସହ ରହିଛୁ । କିଶୋର ବାବୁଙ୍କ ଅକାଳ ବିୟୋଗରେ ଉପ-ନିର୍ବାଚନ ହେଉଛି । ବ୍ରଜରାଜନଗରର ବିକାଶ ପାଇଁ ନବୀନ ପଟ୍ଟନାୟକ ଯାହାକୁ ଟିକେଟ ଦେବେ ତାଙ୍କର ବିଜୟ ପାଇଁ ଦଳ କାମ କରିବ । ଦଳ ଉପ-ନିର୍ବାଚନରେ ବିପୁଳ ସଂଖ୍ୟାରେ ବିଜୟୀ ହେବ ।

ସେପଟେ ବିଜେପି ଜିଲ୍ଲା ସଭାପତି ମଙ୍ଗଲ ସାହୁ କହିଛନ୍ତି ଭାରତୀୟ ଜନତା ପାର୍ଟି ସଦାସର୍ବଦା ଲୋକଙ୍କ ପାଇଁ କାମ କରିଆସିଛି। ବିଗତ ଦିନରେ କୋଭିଡ ସମୟରେ ଦଳର କାର୍ଯ୍ୟକର୍ତ୍ତା ମାନେ ଲୋକଙ୍କ ସେବା କରିଛନ୍ତି । ଫଳରେ ଆଗାମୀ ଉପ-ନିର୍ବାଚନରେ ଲୋକେ ଆମକୁ ସମର୍ଥନ ଦେବେ ବୋଲି ଆଶା କରୁଛୁ । ଦଳ ଯାହାକୁ ପ୍ରାର୍ଥୀ କରିବ ତାହାକୁ ଆମେ ସମର୍ଥନ କରି ନିର୍ବାଚନ ଲଢିବୁ । ଯଦି ଦଳ ମତେ ସୁଯୋଗ ଦିଏ ମୁଁ ମଧ୍ୟ ନିର୍ବାଚନ ଲଢିବି ବୋଲି କହିଛନ୍ତି ମଙ୍ଗଳ ।

ଅନ୍ୟପଟେ ଜିଲ୍ଲାପାଳ ସରୋଜ ସାମଲ କହିଛନ୍ତି, ଉପ-ନିର୍ବାଚନ ପାଇଁ ଗତକାଲି ତାରିଖ ଘୋଷଣା ହୋଇଛି । ମଙ୍ଗଳବାର ଠାରୁ ଆଦର୍ଶ ଆଚରଣ ବିଦ୍ଧି ଲାଗୁ ହେବ । ଉପ-ନିର୍ବାଚନ ପାଇଁ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତି କରିଛନ୍ତି । ସ୍ବଚ୍ଛ, ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ସମସ୍ତ ପଦକ୍ଷେପ ନେବୁ ବୋଲି କହିଛନ୍ତି ଜିଲ୍ଲାପାଳ ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.