ETV Bharat / state

ମୁଖ୍ୟ ହସ୍ପିଟାଲ ରାସ୍ତାରେ ଭାରିଯାନ ଚଳାଚଳ ପ୍ରତିବାଦରେ ବିଜେପିର ରାସ୍ତା ଅବରୋଧ - ମୁଖ୍ୟ ଚିକିତ୍ସାଳୟ ରାସ୍ତା ଅବରୋଧ

ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଭାରିଯାନ ଚଳାଚଳକୁ ବିରୋଧ କରିଛି ବିଜେପି । ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଡ଼ାକ୍ତରଖାନାକୁ ରୋଗୀ ଓ ଆମ୍ବୁଲାନ୍ସ ଯାତାୟତରେ ବାଧା ସୃଷ୍ଟି ହେଉଛି । ବହୁ ସମୟରେ ଦୁର୍ଘଟଣାରେ ରୋଗୀ ଓ ସମ୍ପର୍କୀୟମାନେ ମୃତାହତ ହେଉଛନ୍ତି ।

ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଭାରିଯାନ ଚଳାଚଳକୁ ନେଇ ରାସ୍ତା ଅବରୋଧ
author img

By

Published : Nov 1, 2019, 4:30 PM IST

ଝାରସୁଗୁଡ଼ା: ଜିଲ୍ଲା ମୁଖ୍ୟ ଡାକ୍ତରଖାନା ରାସ୍ତାରେ ଭାରିଯାନ ଚଳାଚଳକୁ ବିରୋଧ କରିଛି ବିଜେପି । ଏନେଇ ସ୍ଥାନୀୟ ବିଜେପି ନେତା ଦିନେଶ ଜୈନଙ୍କ ନେତୃତ୍ତ୍ବରେ ଶତାଧିକ ବିଜେପି କର୍ମୀ ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାରେ ସମସ୍ତ ଭାରିଯାନ ଚଳାଚଳ ବନ୍ଦ ରହିଥିଲା ।

ମୁଖ୍ୟ ଚିକିତ୍ସାଳୟ ରାସ୍ତାରେ ଭାରିଯାନ ଚଳାଚଳକୁ ନେଇ ରାସ୍ତା ଅବରୋଧ

ବିଜେପି ଅଭିଯୋଗ କରିଛି ଯେ, ଡାକ୍ତରଖାନା ରାସ୍ତାରେ ଶିଳ୍ପାନୁଷ୍ଠାନ ପାଇଁ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତାଟି ଖାଲଖମାରେ ପରିଣତ ହୋଇଛି । ଫଳରେ ଡ଼ାକ୍ତରଖାନାକୁ ରୋଗୀ ଓ ଆମ୍ବୁଲାନ୍ସ ଯାତାୟତରେ ବାଧା ସୃଷ୍ଟି ହେଉଛି । ବହୁ ସମୟରେ ଦୁର୍ଘଟଣାରେ ରୋଗୀ ଓ ସମ୍ପର୍କୀୟମାନେ ମୃତାହତ ହେଉଛନ୍ତି । ତୁରନ୍ତ ରାସ୍ତା ମରାମତି ସହିତ ଡାକ୍ତରଖାନା ପାଇଁ ସ୍ବତନ୍ତ୍ର ରାସ୍ତା ନିର୍ମାଣ ପାଇଁ ଦଳ ତରଫରୁ ବାରମ୍ବାର ଦାବି କରାଯାଇ ଆସୁଛି । ମାତ୍ର ପ୍ରଶାସନ ସମେତ PWD କର୍ତ୍ତୃପକ୍ଷ ଦୀର୍ଘଦିନ ହେଲା ଅବହେଳା ପ୍ରଦର୍ଶନ କରୁଛନ୍ତି ।

ବାରମ୍ବାର ଦାବି ସତ୍ତ୍ବେ ରାସ୍ତା ମରାମତି କରାଯାଉ ନଥିବାରୁ ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖ ଦେଇ ଚିକିତ୍ସାଳୟକୁ ଯାଇଥିବା ରାସ୍ତା ଅବରୋଧ କରାଯାଇଥିଲା । ସମସ୍ତ ପ୍ରକାର ଭାରିଯାନକୁ ଛଡ଼ାଯାଇ ନଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରଯାଇଥିଲା । ଝାରସୁଗୁଡ଼ା ଏସଡିପିଓ କୈଳାସ ଆଚାର୍ଯ୍ୟ, ଝାରସୁଗୁଡ଼ା ଥାନା ଅଧିକାରୀ ସାବିତ୍ରୀ ବଳ ସଦଳ ବଳ ପହଞ୍ଚି ବୁଝାସୁଝା କରିଥିଲେ । ଉପଜିଲ୍ଲାପାଳ ସିବା ଟପ୍ପୋ , ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ ନାଥ ପହଞ୍ଚି ରାସ୍ତା ମରାମତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଛି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Intro:ଝାରସୁଗୁଡ଼ା ବିଜେପି ପକ୍ଷରୁ ଜିଲା ମୁଖ୍ୟ ଡାକ୍ତର ଖାନା ରାସ୍ତା ଅବରୋଧ କରିଥିଲେ । ଫଳରେ ରାସ୍ତାରେ ସମସ୍ତ ଭାରିଯାନ ଚଳାଚଳ ବନ୍ଦ ରହିଥିଲା । ସ୍ଥାନୀୟ ବିଜେପି ନେତା ଦିନେଶ ଜୈନଙ୍କ ନେତୃତ୍ୱରେ ଶତାଧିକ ବିଜେପି କର୍ମୀ ରାସ୍ତା ଅବରୋଧ କରିଥିଲେ।
ବିଜେପି ତରଫରୁ ଅଭିଯୋଗ କରାଯାଇଛି ଯେ, ଡାକ୍ତରଖାନା ରାସ୍ତାରେ ଶିଳ୍ପାନୁଷ୍ଠାନ ପାଇଁ ଭାରିଯାନ ଚଳାଚଳ କରୁଥିବାରୁ ରାସ୍ତା ଟି ଖାଲଖମା ରେ ପରିଣତ ହୋଇଛି । ଫଳରେ ଡ଼ାକ୍ତରଖାନା କୁ ରୋଗୀ ଓ ଆମ୍ବୁଲାନ୍ସ ଯାତାୟତ ରେ ବାଧା ସୃଷ୍ଟି ହେଉଛି । ବହୁ ସମୟରେ ଦୁର୍ଘଟଣାରେ ରେ ରୋଗୀ ଓ ସମ୍ପର୍କୀୟ ମାନେ ମୃତାହତ ହେଉଛନ୍ତି । ତୁରନ୍ତ ରାସ୍ତା ମରାମତି ସହିତ ଡାକ୍ତରଖାନା ପାଇଁ ସ୍ୱତନ୍ତ୍ର ରାସ୍ତା ନିର୍ମାଣ ପାଇଁ ଦଳ ତରଫରୁ ବାରମ୍ବାର ଦାବି କରାଯାଇ ଆସୁଛି । ମାତ୍ର ପ୍ରଶାସନ ସମେତ pwd କର୍ତ୍ତୃପକ୍ଷ ଦୀର୍ଘ ଦିନ ହେଲା ଅବହେଳା ପ୍ରଦର୍ଶନ କରୁଛନ୍ତି । ବାରମ୍ବାର ଦାବି ସତ୍ୱେ ରାସ୍ତା ମରାମତି କରାଯାଉ ନଥିବା ରୁ ଆଜି ଜିଲ୍ଲା ପୋଲିସ କାର୍ଯ୍ୟାଳୟ ସମ୍ମୁଖ ଦେଇ ଚିକିତ୍ସାଳୟକୁ ଯାଇଥିବା ରାସ୍ତା ଅବରୋଧ କରାଯାଇଥିଲା । ସମସ୍ତ ପ୍ରକାର ଭାରିଯାନ କୁ ଛଡ଼ାଯାଇ ନଥିଲା । ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ କରଯାଇଥିଲା । ଝାରସୁଗୁଡ଼ା ଏସ୍ଡିପିଓ କୈଳାସ ଆଚାର୍ଯ୍ୟ , ଝାରସୁଗୁଡ଼ା ଥାନା ଅଧିକାରୀ ସାବିତ୍ରୀ ବଳ ସଦଳ ବଳ ପହଞ୍ଚି ବୁଝାସୁଝା କରିଥିଲେ । ଉପଜିଲ୍ଲାପାଳ ସିବା ଟପ୍ପୋ , ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ପ୍ରଦୀପ୍ତ ନାଥ ପହଞ୍ଚି ରାସ୍ତା ମରାମତି ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଫଳରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।Body:।।।।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.