ETV Bharat / state

ପ୍ରଚାର ପାଇଁ ଯିବାବେଳେ ବିଜେପି ନେତାଙ୍କୁ ଅଟକାଇଲେ ବିଜେଡି କର୍ମୀ !

author img

By

Published : Feb 8, 2022, 6:14 PM IST

ନିର୍ବାଚନ ପ୍ରଚାର ସମୟରେ ବିଜେପି ନେତା ଟଙ୍କଧର ତ୍ରିପାଠୀ ଓ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସବ୍ୟାସିନୀ ପ୍ରଧାନଙ୍କୁ ବିଜେଡି କର୍ମୀ ରାସ୍ତା ରୋକିବା ଘଟଣା । ଅଧିକ ପଢନ୍ତୁ

ଟଙ୍କଧର ତ୍ରିପାଠୀ
ଟଙ୍କଧର ତ୍ରିପାଠୀ

ଝାରସୁଗୁଡା: ନିର୍ବାଚନ ପ୍ରଚାର ସମୟରେ ବିଜେପି ନେତା ଟଙ୍କଧର ତ୍ରିପାଠୀ ଓ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସବ୍ୟାସିନୀ ପ୍ରଧାନଙ୍କୁ ବିଜେଡି କର୍ମୀ ରାସ୍ତା ରୋକିବା ଘଟଣା ।

ଲଇକେରା ଜୋନ-୧ର ବାରଗାଡଠାରେ ବିଜେପିର ପ୍ରଚାର ଗାଡିକୁ ରାସ୍ତା ଅବରୋଧ କରି ବିଜେଡି କର୍ମୀମାନେ ଅଟକାଇବା ସହ ଗୁଡାଇ ତୁଡାଇ ନାନାଦି ପ୍ରଶ୍ନ କରିଥିଲେ। ଯାହାକୁ ନେଇ ରାଜନୈତିକ ତିକ୍ତତା ଏବଂ ଉତ୍ତେଜନା ଦେଖାଦେଇଛି।

ବିଜେପି ନେତା ଟଙ୍କଧର ତ୍ରିପାଠୀ ଏବଂ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସବ୍ୟାସିନୀ ପ୍ରଧାନ ସମର୍ଥକଙ୍କ ସହ ଗାଡିରେ ପ୍ରଚାର ପାଇଁ ଯାଉଥିବା ବେଳେ ବିଜେଡି କର୍ମୀମାନେ ରାସ୍ତା ଅବରୋଧ କରିଥିଲେ। ପେଟ୍ରୋଲ ଦର ବୃଦ୍ଧି, ଜିଏସଟି ଲାଗୁ, ଦରଦାମ ବୃଦ୍ଧି ଆଦି ପ୍ରସଙ୍ଗ ଉଠାଇ ନାନାଦି ପ୍ରଶ୍ନ କରିଥିଲେ। ସେଠାରେ ଲଇକେରା ଥାନାଅଧିକାରୀ ପହଁଚି ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରିବା ପରେ ବିଜେପିର ଗାଡିକୁ ଆଗକୁ ଯିବାକୁ ଦେଇଥିଲେ।

ପ୍ରଚାର ପାଇଁ ଯିବାବେଳେ ବିଜେପି ନେତାଙ୍କୁ ଅଟକାଇଲେ ବିଜେଡି କର୍ମୀ !

ଏହାକୁ ନେଇ ବିଜେଡିର ପର୍ଯ୍ୟବେକ୍ଷକ ତଥା ରାଜ୍ୟସଭା ସାଂସଦ ପ୍ରତିକ୍ରିୟାରେ କହିଛନ୍ତି ଯେ, କୌଣସି ବିଜେଡି କର୍ମୀ ଏଭଳି କାର୍ଯ୍ୟ କରିନାହାନ୍ତି। ଏହା ଏକ ଭିତ୍ତିହୀନ ଅଭିଯୋଗ ।

ଝାରସୁଗୁଡାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.