ETV Bharat / state

ହତ୍ୟା ମାମଲାରେ ବିଜେଡି ନେତା ଅନୁପ କୁମାର ସାଏ ଅଟକ

author img

By

Published : Feb 13, 2020, 11:48 AM IST

Updated : Feb 13, 2020, 2:57 PM IST

ହତ୍ୟା ମାମଲାରେ ବିଜେଡି ନେତା ଅନୁପ କୁମାର ସାଏ ଅଟକ
ହତ୍ୟା ମାମଲାରେ ବିଜେଡି ନେତା ଅନୁପ କୁମାର ସାଏ ଅଟକ

11:39 February 13

ଝାରସୁଗୁଡା: ଛତିଶଗଡ଼ ପୋଲିସ ଦ୍ବାରା ବିଜେଡି ନେତା ଅନୁପ କୁମାର ସାଏ ଅଟକ । ଛତିଶଗଡ଼ର ରାୟଗଡ ପୋଲିସ ବୁଧବାର ରାତିରେ ଅନୁପଙ୍କୁ ଏକ ହତ୍ୟାକାଣ୍ଡ ମାମଲାରେ ସମ୍ପୃକ୍ତ ଥିବା ଅଭିଯୋଗରେ ଉଠାଇ ନେଇଛି । ବର୍ତ୍ତମାନ ଅନୁପଙ୍କୁ ରାୟଗଡ ଜିଲ୍ଲାର ଚକ୍ରଧରନଗର ଥାନାରେ ପଚରାଉଚରା କରାଯାଉଛି ।  

ଅନୁପ କୁମାର ସାଏ ବ୍ରଜରାଜନଗର ନିର୍ବାଚନମଣ୍ଡଳୀରୁ ତିନି ଥର କଂଗ୍ରେସ ଟିକେଟରୁ ବିଧାୟକ ରହିଥିଲେ । ପରେ କଂଗ୍ରେସ ଦଳ ଛାଡି 2014 ରେ ବିଜେଡିରେ ଯୋଗ ଦେଇଥିଲେ । ବର୍ତ୍ତମାନ ରାଜ୍ୟ ପଣ୍ୟାଗାର ନିଗମର ଅଧ୍ୟକ୍ଷ ଅଛନ୍ତି ଅନୁପ କୁମାର ସାଏ ।  

2016 ମସିହା ଏପ୍ରିଲ ମାସରେ ଝାରସୁଗୁଡ଼ା ଛତିଶଗଡ଼ ସୀମାନ୍ତରେ କଳ୍ପନା ଦାସ ଓ ପ୍ରଭାତୀ ଦାସ ଦୁଇ ଜଣଙ୍କୁ ବୀଭତ୍ସ ହତ୍ୟା କରାଯାଇ ଫିଙ୍ଗା ଯାଇଥିଲା । ପରେ ଛତିଶଗଡ଼ ପୋଲିସ ମୃତଦେହକୁ ପାଇବା ପରେ ବିଭିନ ସ୍ଥାନ ଓ ଥାନାରେ ଅନୁସନ୍ଧାନ ଚଳାଇଥିଲା । ପରେ କିଛି ଗୋପନୀୟ ତଥ୍ୟ ପ୍ରଦାନ କରିଥିଲେ ମୃତକଙ୍କ ସମ୍ପର୍କୀୟ ।  

ବୁଧବାର ରାତିରେ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ସନ୍ଦେହ କରି ବ୍ରଜରାଜନଗରର ପୂର୍ବତନ ବିଧାୟକ ତଥା ବିଜେଡି ନେତା ଅନୁପ ସାଏଙ୍କୁ ଛତିଶଗଡ଼ ପୋଲିସ ତାଙ୍କ ବାସ ଭବନସ୍ଥିତ ସାଇ ମନ୍ଦିରରୁ ଉଠାଇ ନେଇଛି ପୋଲିସ ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 13, 2020, 2:57 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.