ETV Bharat / state

ଆଜି ବିଜୁ ପଟ୍ଟନାୟକ ଜୟନ୍ତୀ: ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି ଦେଲା ଝାରସୁଗୁଡା

author img

By

Published : Mar 5, 2022, 2:11 PM IST

ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ଏହି ଅବସରରେ ଝାରସୁଗୁଡା ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ପାଳନ କରାଯାଇଛି । ଅଧିକ ପଢନ୍ତୁ

ଝାରସୁଗୁଡାରେ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ
ଝାରସୁଗୁଡାରେ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ

ଝାରସୁଗୁଡା: ଆଜି ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୦୬ତମ ଜୟନ୍ତୀ । ଝାରସୁଗୁଡା ବିଜୁ ଜନତା ଦଳ ପକ୍ଷରୁ ବିଜୁ ପଟ୍ଟନାୟକଙ୍କ ପାଳନ କରାଯାଇଛି । ଏହି ଅବସରରେ ବଡ଼ମାଲ ସ୍ଥିତ ବିଜୁ ବାବୁଙ୍କୁ ପ୍ରତିମୂର୍ତ୍ତିରେ ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଏବଂ ବିଜୁ ଜନତା ଦଳର କର୍ମକର୍ତ୍ତାମାନେ ମାଲ୍ୟାର୍ପଣ କରିବା ସହିତ ବିଜୁ ବାବୁଙ୍କ ସ୍ମୃତିଚାରଣ କରିଛନ୍ତି ।

ଝାରସୁଗୁଡାରେ ବିଜୁ ପଟ୍ଟନାୟକ ଜୟନ୍ତୀ ପାଳିତ

ମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି, ବିଜୁ ପଟ୍ଟନାୟକ ହେଉଛନ୍ତି ଓଡିଶାର ଗର୍ବ । ସେ କେବେଳ ଓଡିଶାରେ ସୀମିତ ନଥିଲେ ବରଂ ସାରା ବିଶ୍ୱ ତାଙ୍କ ପରାକ୍ରମ ଦେଖିଛି । ପ୍ରତ୍ୟେକ ଓଡ଼ିଆଙ୍କୁ ଏକଜୁଟ କରିବା, ମଜବୁତ କରିବା ତାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ବିଜୁ ପଟ୍ଟନାୟକ ସବୁବେଳେ ଚେଷ୍ଟା କରିଥିଲେ । ଓଡ଼ିଆ ତଥା ଭାରତବାସୀଙ୍କ ପାଇଁ ବିଜୁ ବାବୁଙ୍କ ଅବଦାନ ଅତୁଳନୀୟ । ସେହିପରି ଦେଶବାସୀଙ୍କ ପାଇଁ ବିଜୁ ବାବୁଙ୍କ ନିସ୍ଵାର୍ଥପର ସେବା ପାଇଁ ତାଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ବିଜେଡ଼ି ପକ୍ଷରୁ ଦାବି କରାଯାଇଛି l

ଝାରସୁଗୁଡ଼ାରୁ ଗୁରୁଚରଣ ବାଘ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.