ETV Bharat / state

ଝାରସୁଗୁଡା ବ୍ୟାଟେଲ, ତ୍ରି-ସ୍ତରୀୟ ସୁରକ୍ଷା ଓ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ହେବ ଗଣନା

author img

By

Published : May 12, 2023, 10:25 PM IST

ସିଇଓଙ୍କ ସୂଚନା ଅନୁସାରେ, ଝାରସୁଗୁଡା ଇଂଜିନିୟରିଂ ସ୍କୁଲରେ ହୋଇଛି ଗଣନା କେନ୍ଦ୍ର । ଝାରସୁଗୁଡାର ତାପମାତ୍ରା ଅଧିକ ରହୁଥିବାରୁ ଶୀତତାପ ନିୟନ୍ତ୍ରିତ ପରିବେଶରେ ହେବ ଭୋଟ ଗଣନା । ମତ ଗଣନା କେନ୍ଦ୍ରକୁ ସଂଲଗ୍ନ ହୋଇ ରହିଛି ଇଭିଏମ ଷ୍ଟ୍ରଙ୍ଗ ରୁମ ରହିଛି । ମତ ଗଣନା ସକାଳ 8 ଟାରୁ ଆରମ୍ଭ ହେବ । ଅଧିକ ପଢନ୍ତୁ

ଝାରସୁଗୁଡା ବ୍ୟାଟେଲ, ତ୍ରି-ସ୍ତରୀୟ ସୁରକ୍ଷା ଓ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ହେବ ଗଣନା
ଝାରସୁଗୁଡା ବ୍ୟାଟେଲ, ତ୍ରି-ସ୍ତରୀୟ ସୁରକ୍ଷା ଓ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ହେବ ଗଣନା
ଝାରସୁଗୁଡା ବ୍ୟାଟେଲ, ତ୍ରି-ସ୍ତରୀୟ ସୁରକ୍ଷା ଓ ଶୀତତାପ ନିୟନ୍ତ୍ରିତ ବ୍ୟବସ୍ଥାରେ ହେବ ଗଣନା

ଭୁବନେଶ୍ବର: ଆସନ୍ତାକାଲି ଭୋଟ ଗଣତି ସହ ପ୍ରକାଶ ପାଇବ ଝାରସୁଗୁଡା ଉପନିର୍ବାଚନ ଫଳାଫଳ । ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି । ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଗଣନା କାର୍ଯ୍ୟ ହେବା ସହ ଫଳାଫଳ ଘୋଷଣା ହେବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ସିଇଓଙ୍କ ସୂଚନା ଅନୁସାରେ, ଝାରସୁଗୁଡା ଇଂଜିନିୟରିଂ ସ୍କୁଲରେ ହୋଇଛି ଗଣନା କେନ୍ଦ୍ର । ଝାରସୁଗୁଡାର ତାପମାତ୍ରା ଅଧିକ ରହୁଥିବାରୁ ଶୀତତାପ ନିୟନ୍ତ୍ରିତ ପରିବେଶରେ ହେବ ଭୋଟ ଗଣନା । ମତ ଗଣନା କେନ୍ଦ୍ରକୁ ସଂଲଗ୍ନ ହୋଇ ରହିଛି ଇଭିଏମ ଷ୍ଟ୍ରଙ୍ଗ ରୁମରେ ରହିଛି । ମତ ଗଣନା ସକାଳ 8 ଟାରୁ ଆରମ୍ଭ ହେବ । ପ୍ରଥମେ ପୋଷ୍ଟାଲ ବାଲାଟ ଗଣନା ହେବ । ସେହିପରି 8.30 ରୁ ଇଭିଏମ ଗଣନା ଆରମ୍ଭ ହେବ । ଇଭିଏମ ଗଣନା ଲାଗି 14 ଟି କାଉଟିଙ୍ଗ ଟେବୁଲ ବ୍ୟବସ୍ଥା ହୋଇଛି । ଆଉ ଗୋଟିଏ କାଉଟିଙ୍ଗ ଟେବୁଲରେ ପୋଷ୍ଟାଲ ବାଲାଟ ଗଣନା ହେବ । 253 ବୁଥ ଥିବାରୁ 19 ରାଉଣ୍ଡ ଗଣନା ହେବ । ସନ୍ଧ୍ୟା 4 ଟା ରୁ 6 ଟା ଭିତରେ ଫଳାଫଳ ଘୋଷଣା ହେବ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ମତ ଗଣନା ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଭୋଟ ଗଣତି କେନ୍ଦ୍ରରେ ତ୍ରି-ସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି । କେନ୍ଦ୍ରୀୟ ଅର୍ଦ୍ଧ ସୁରକ୍ଷା ବଳ, ରାଜ୍ୟ ସଶସ୍ତ୍ର ପୋଲିସ ଓ ଓଡ଼ିଶା ପୋଲିସ ନିୟୋଜିତ ହେବେ । ସିଇଓଙ୍କ ଠାରୁ ପାସ ପ୍ରାପ୍ତ ଗଣମାଧ୍ୟମ ପ୍ରତିନିଧିମାନେ ଗଣନା ହଲକୁ ଯାଇପାରିବେ । ଜିଲ୍ଲାପାଳ ଓ ରିଟର୍ଣ୍ଣିଂ ଅଫିସର ନିୟମିତ ବ୍ୟବଧାନରେ ରାଉଣ୍ଡ ବାରୀ ଫଳାଫଳର ସୂଚନା ପ୍ରଦାନ କରିବେ । ଗଣନା କାର୍ଯ୍ୟ ତଦାରଖ କରିବା ଲାଗି ସେଣ୍ଟ୍ରାଲ ଅବଜରଭର ଉପସ୍ଥିତ ରହିବେ । ପ୍ରତ୍ୟେକ ଟେବୁଲରେ ଜଣେ ଲେଖାଏଁ କାଉଟିଙ୍ଗ ସୁପରଭାଇଜର, ଜଣେ ସହାୟକ ରହିବେ । ଏହା ସହ ଜଣେ ମାଇକ୍ରୋ ଅବଜରଭର ରହିବେ ।

ଗ୍ରାଉଣ୍ଡୱାରୀ ଫଳାଫଳ ଘୋଷଣା ଲାଗି ବ୍ୟବସ୍ଥା ହୋଇଛି । ପ୍ରତ୍ୟେକ ଟେବୁଲରେ ପ୍ରାର୍ଥୀ ତାଙ୍କର ଏଜେଣ୍ଟ ଦେଇପାରିବେ । ସେହିପରି ପ୍ରାର୍ଥୀ କିମ୍ବା ତାଙ୍କ ଏଜେଣ୍ଟ କାଉଟିଙ୍ଗ ସେଣ୍ଟରରେ ଉପସ୍ଥିତ ରହିପାରିବେ । ସାଧାରଣ ଲୋକ ମଧ୍ୟ ସିଧାସଳଖ ଫଳାଫଳ ଜାଣିପାରିବେ । www.result.eci.gov.in କୁ ଲଗଇନ କରି ରାଉଣ୍ଡ ବାରୀ ଫଳାଫଳ ଜାଣି ହେବ । ସିଇଓ ଅଫିସରେ ମଧ୍ୟ ବ୍ୟବସ୍ଥା କରାଯାଇଛି । ଗତ 10 ତାରିଖରେ ଭୋଟ ଗ୍ରହଣ ହୋଇଥିଲା । ଶାନ୍ତିଶୃଙ୍ଖଳାର ସହ ଭୋଟ ଗଣିତ ଓ ଫଳାଫଳ ପ୍ରକାଶ ହେବ ବୋଲି ସିଇଓ ଆଶାବାଦୀ ଅଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.