ETV Bharat / state

ଝାରସୁଗୁଡା ବିମାନ ବନ୍ଦରରେ ସୁରକ୍ଷାଜନିତ ମକଡ୍ରିଲ ଆୟୋଜିତ - security mock drill

ଝାରସୁଗୁଡାସ୍ଥିତବିମାନ ବନ୍ଦରରେ ବିମାନ ଅବତରଣ କିମ୍ଵା ଉଡାଣ ସମୟରେ କୌଣସି ବିମାନ ଦୁର୍ଘଟଣା ହେଲେ ଏହି ବିପଦକୁ ବିମାନବନ୍ଦର କର୍ତ୍ତୃପକ୍ଷ କେମିତି ଏହାର ମୁକାବିଲା କରିବେ ଓ ଯାତ୍ରୀମାନଙ୍କୁ ସୁରକ୍ଷା ଦେଇପାରିବେ ସେନେଇ ଏହି ମକଡ୍ରିଲ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଝାରସୁଗୁଡା ବିମାନ ବନ୍ଦରରେ ମକଡ୍ରିଲ
ଝାରସୁଗୁଡା ବିମାନ ବନ୍ଦରରେ ମକଡ୍ରିଲ
author img

By

Published : Jan 13, 2021, 4:59 PM IST

ଝାରସୁଗୁଡା: ବିମାନବନ୍ଦରରେ ସୁରକ୍ଷା ନେଇ ମକଡ୍ରିଲ । ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଆଜି(ବୁଧବାର)ଏକ ମକଡ୍ରିଲ ଅନୁଷ୍ଠିତ ହୋଇଛି।

ଝାରସୁଗୁଡା ବିମାନ ବନ୍ଦରରେ ମକଡ୍ରିଲ

ବିମାନ ବନ୍ଦରରେ ବିମାନ ଅବତରଣ କିମ୍ଵା ଉଡାଣ ସମୟରେ କୌଣସି କାରଣବଶତଃ ବିମାନ ଦୁର୍ଘଟଣା ହେଲେ କିମ୍ବା ବିମାନରେ ନିଆଁ ଲାଗିଲେ ଏହି ବିପଦକୁ ବିମାନବନ୍ଦର କର୍ତ୍ତୃପକ୍ଷ କେମିତି ଏହାର ମୁକାବିଲା କରିବେ ଓ ଯାତ୍ରୀମାନଙ୍କୁ ସୁରକ୍ଷା ଦେଇପାରିବେ ସେନେଇ ଏହି ମକଡ୍ରିଲ ଅନୁଷ୍ଠିତ ହୋଇଛି ।

ବିମାନ ବନ୍ଦରରେ ଦମକଳ ବାହିନୀ, ଓଡ୍ରାଫ ଟିମ, ସୁରକ୍ଷା କର୍ମୀ ଓ ସ୍ବାସ୍ଥ୍ୟ ବିଭାଗ ଅଧିକାରୀ ସମେତ ଜରୁରୀକାଳୀନ ଅଧିକାରୀ ଆଜିର ମକଡ୍ରିଲ ସାମିଲ ହୋଇଥିଲେ । ଏହା ପ୍ରତି 2 ବର୍ଷ ବ୍ୟବଧାନରେ ଥରେ ଅନୁଷ୍ଠିତ ହେଉଥିବାବେଳେ ଝାରସୁଗୁଡା ବିମାନବନ୍ଦର ନୂଆ ହୋଇଥିବାରୁ ପ୍ରଥମଥର ପାଇଁ ଏହି ମକଡ୍ରିଲ ଆୟୋଜିତ ହୋଇଥିବା କହିଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ କିଶୋର କୁମାର ସେନାପତି କହିଛନ୍ତି ।

ଝାରସୁଗୁଡାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.