ETV Bharat / state

ଟ୍ରକରେ ବିହାର ଯାଉଥିଲେ 65 ଜଣ, ଅଟକ ରଖିଲା ପୋଲିସ - ବିହାର ଯାଉଥିଲେ 65 ବ୍ୟକ୍ତି

14 ଚକିଆ ଟ୍ରକରେ ବିହାରକୁ ଯାଉଥିଲେ 65ରୁ ଉର୍ଦ୍ଧ୍ବ ବ୍ୟକ୍ତି । ଗାନ୍ଧିଛକ ଠାରେ ଗାଡି ଅଟକାଇ ଅଧିକ ତଦନ୍ତ କରୁଛି ଝାରସୁଗୁଡା ଜିଲା ପ୍ରଶାସନ ଓ ବ୍ରଜରାଜନଗର ପୋଲିସ। ଅଧିକ ପଢନ୍ତୁ..

65-people-were-on-their-way-to-bihar-by-truck

author img

By

Published : Mar 27, 2020, 11:45 PM IST

ଝାରସୁଗୁଡ଼ା: ବ୍ରଜରାଜନଗର ସ୍ଥିତ ଗାନ୍ଧିଛକ ଠାରେ 65ରୁ ଉର୍ଦ୍ଧ୍ବ ବ୍ୟକ୍ତି ଏକ 14 ଚକିଆ ଟ୍ରକରେ ବିହାରକୁ ଯାଉଥିବା ବେଳେ ଅଟକ ରଖିଛି ପୋଲିସ । ଗାନ୍ଧିଛକ ଠାରେ ଗାଡି ଅଟକାଇ ଅଧିକ ତଦନ୍ତ କରୁଛି ଝାରସୁଗୁଡା ଜିଲା ପ୍ରଶାସନ ଓ ବ୍ରଜରାଜନଗର ପୋଲିସ।

65-people-were-on-their-way-to-bihar-by-truck

ଏମାନେ ସମସ୍ତେ ବେଲପାହାଡ଼ ଓ ବନ୍ଧବାହଲରେ ଡ୍ରାଇଭର ଭାବେ କାମ କରୁଥିଲେ । ସମସ୍ତଙ୍କ ଘର ବିହାର ହୋଇଥିବାରୁ ନିଜ ନିଜର ଘରକୁ ଯାଉଥିବା ସମସ୍ତ ଟ୍ରକର ଡ୍ରାଇଭର କହିଛନ୍ତି। ଅନ୍ୟପକ୍ଷରେ ଏକ ଟ୍ରକ ଲକଡାଉନ ସମୟରେ କଣ ପାଇଁ ଏତେ ସଂଖ୍ୟାରେ ଲୋକ ଯାଉଛନ୍ତି ତାହା ତଦନ୍ତ କରୁଛି ବ୍ରଜରାଜନଗର ପୋଲିସ।

କୌଣସି ସୂତ୍ରରୁ ସୂଚନା ପାଇ ଉକ୍ତ ଗାଡି ଉପରେ ଚଢ଼ାଉ କରିଛି ପୋଲିସ । ଗାଡ଼ିରେ ଥିବା ସମସ୍ତ ବ୍ୟକ୍ତିଙ୍କୁ ରାତ୍ରିରେ ଗଣ୍ଡଘୋରା ହାଇସ୍କୁଲରେ ଥଇଥାନ କରାଯିବା ସହ ପରବର୍ତୀ ପଦକ୍ଷେପ ନିଆଯିବ ବୋଲି ଝାରସୁଗୁଡ଼ା ଉପଜିଲ୍ଲାପାଳ ଶିବ ଟୋପୋ ସୂଚନା ଦେଇଛନ୍ତି।

ଝାରସୁଗୁଡ଼ାରୁ ରବି ନାରାୟଣ ସାହୁ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.