ETV Bharat / state

କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି - କଳିଙ୍ଗନଗର ପ୍ଲାଣ୍ଟ

ଯାଜପୁର କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି

author img

By

Published : Oct 5, 2021, 6:15 AM IST

ଯାଜପୁର: ଜିଲ୍ଲାର ଦାନଗଦି କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି ଦେଖିବାକୁ ମିଳିଛି । ଦୀର୍ଘ ୧୯ମାସ ହେବ ପ୍ଲାଣ୍ଟ ବନ୍ଦ ଥିବାରୁ ଦୁର୍ଦ୍ଦିନରେ ଶ୍ରମିକ ଓ କର୍ମଚାରୀ । ଏହା ପ୍ରତିବାଦରେ ୭ ଦିନ ଧରି ଧାରଣାରେ ବସିବା ପରେ ଏମାନଙ୍କୁ କୌଣସି ପ୍ଲାଣ୍ଟ କର୍ମଚାରୀ ଭେଟିନଥିବା ସୂଚନା ମିଳିଛି ।

କଳିଙ୍ଗନଗର ମେସ୍କୋ ଷ୍ଟିଲ କାରଖାନାରେ ଶ୍ରମିକ ଅଶାନ୍ତି

ଏହି କର୍ମଚାରୀମାନେ ଗତ ୭ ଦିନ ଧରି ମେସ୍କୋ ଷ୍ଟିଲ କାରଖାନା ଗେଟ ସମ୍ମୁଖରେ ଧାରଣାରେ ବସିଛନ୍ତି । ହେଲେ ଏଯାବତ କୌଣସି ପ୍ଲାଣ୍ଟ କର୍ମଚାରୀ କିମ୍ଵା ପ୍ରଶାସନିକ ଅଧିକାରୀ କେହି ସେମାନଙ୍କ ସହିତ ଆଲୋଚନା କରିବାକୁ ଆସୁନାହାନ୍ତି । ଜମି ଦେଇ ବିସ୍ଥାପିତ ହେବାପରେ ନିଯୁକ୍ତି ପାଇ ଭାବିଥିଲେ ସବୁ ସମସ୍ୟାର ସମାଧାନ ହୋଇଯିବ । କିନ୍ତୁ କମ୍ପାନୀ କର୍ତ୍ତୃପକ୍ଷ ଓ ସରକାର ଦେଇଥିବା ପ୍ରତିଶ୍ରୁତି ଭୁଲିଯାଇଛନ୍ତି । ଖାଲି ମେସ୍କୋ ନୁହେଁ ନିଳାଚଳ, ୟାଜଦାନୀ, ଦୀନବନ୍ଧୁ, ମଇଥାନ ଭଳି ଅନେକ ଶିଳ୍ପର ଅବସ୍ଥା ମଧ୍ୟ ସମାନ ।

କଳିଙ୍ଗନଗରରେ ମାଳ ମାଳ ଶିଳ୍ପ ଗଢି ଉଠିଥିଲେ ମଧ୍ୟ ସବୁ ଏଠି ଅବହେଳିତ । ଯାହାଫଳରେ କଳିଙ୍ଗନଗର ଶିଳ୍ପାଞ୍ଚଳରେ ଅନେକ ଶ୍ରମିକ ଅନାହାରରେ ପଡି ମୃତ୍ୟୁବରଣ କଲେଣି ତ ଆଉ କେତେକ ରୋଗାକ୍ରାନ୍ତ ହୋଇ ଦିନ କାଟୁଛନ୍ତି । ତେବେ ଯଥାଶୀଘ୍ର ସରକାର ଓ କମ୍ପାନୀ କର୍ତ୍ତୃପକ୍ଷ ଏ ଦିଗରେ ପଦକ୍ଷେପ ନେଇ ସମସ୍ୟାର ସମାଧନ କରିବାକୁ ଆକୁଳ ନିବେଦନ କରିଛନ୍ତି କର୍ମଚାରୀ ଓ ଶ୍ରମିକ ଗୋଷ୍ଠୀ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.