ଯାଜପୁର: କୋଇଲା ଷ୍ଟକଗାର୍ଡ ବନ୍ଦ ଦାବିରେ ଏକାଠି ହେଲେ ଶତାଧିକ ଗ୍ରାମବାସୀ (Villagers Protest over Coal stockyard) । ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ମହୁଲମୂଳ ଛକରେ କୋଇଲା ଷ୍ଟକଗାର୍ଡ ବିରୋଧ ଦାବିରେ ଧବଳଗିରି ସ୍ଥିତ ଜିଲ୍ଲା ପ୍ରଦୂଷଣ ବିଭାଗ କାର୍ଯ୍ୟାଳୟ ଆଗରେ ଗ୍ରାମବାସୀ ଧାରଣା ଦେଇଛନ୍ତି । କୋଇଲା ଷ୍ଟକଗାର୍ଡ (Coal stockyards) ବନ୍ଦ କରିବାକୁ ଜିଲ୍ଲା ପ୍ରଦୂଷଣ ଅଧିକାରୀ (District Pollution Officer)21 ଦିନିଆ ନୋଟିସ ଦେଇଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ: ଦୃଢ ଇଚ୍ଛାଶକ୍ତି ଆଗରେ ହାର ମାନିଲା ଦାରିଦ୍ର୍ୟ, ବିଧାୟକଙ୍କ PSOରୁ ହେଲେ ସାହିତ୍ୟ ଅଧ୍ୟାପକ
ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ମହୁଲମୂଳ ଛକରେ ଏକ କୋଇଲା ଷ୍ଟକଗାର୍ଡ ଖୋଲାଯାଇଛି । ଏଠାରେ କୋଇଲା ଷ୍ଟକ ପାଇଁ ପ୍ରତ୍ୟେକ ଦିନ ଟମକା ରେଳ ଷ୍ଟେସନରୁ ଶହଶହ ବଡ଼ ବଡ଼ କୋଇଲା ବୋଝେଇ ଟ୍ରକ ଆସୁଛି । ଯାହାଫଳରେ ଧୂଳିଧୂଁଆରେ ସ୍ଥାନୀୟ ଲୋକେ ରହିବା କଷ୍ଟକର ହେଇ ପଡୁଛି । ଷ୍ଟକଗାର୍ଡ ବନ୍ଦ କରିବା ପାଇଁ ବିଭିନ୍ନ ସମୟରେ ସ୍ଥାନୀୟ ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ଦାବି କରିଥିଲେ l ତେବେ ଜିଲ୍ଲା ପ୍ରଶାସନ ଏହି ସମସ୍ୟ ଉପରେ ଧ୍ୟାନ ନଦେବାରୁ ଅସଂଝର,ଖଜୁରୀବାଟି,ବଧରସାହି, ଫୁଲଝର ଅଞ୍ଚଳର ଶତାଧିକ ଗ୍ରାମବାସୀ ବ୍ୟାସନଗର ଧବଳଗିରି ସ୍ଥିତ ଜିଲ୍ଲା ପ୍ରଦୂଷଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି । ସେପଟେ ଗ୍ରାମବାସୀଙ୍କ ଧାରଣାକୁ ଦେଖି ଜିଲ୍ଲା ପ୍ରଦୂଷଣ ଅଧିକାରୀ ପ୍ରମୋଦ କୁମାର ବେହେରା ଘଟଣା ସ୍ଥଳରେ ପହଞ୍ଚିଛନ୍ତି । ଏଥିସହିତ ଆନ୍ଦୋଳନକାରୀଙ୍କ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ପରେ କୋଇଲା ଷ୍ଟକଗାର୍ଡ ବନ୍ଦ କରିବାକୁ 21 ଦିନିଆ ନୋଟିସ ଦେଇଥିବା ସୂଚନା ମିଳିଛି ।
ଏହା ମଧ୍ୟ ପଢ଼ନ୍ତୁ: Russian Suspicious Death: ମୃତ୍ୟୁକୁ ନେଇ ବଢିଲା ସସପେନ୍ସ, ଭୁବନେଶ୍ୱରରେ ଠାବ ହେଲେ ଆଉ ୨ ବିଦେଶୀ
ପ୍ରକାଶଯୋଗ୍ୟ, ଟମକା ମହୁଲସାହିରେ ଆଜକୁ ଦୁଇ ବର୍ଷ ହେବ ଏକ କୋଇଲା ଷ୍ଟକଗାର୍ଡ କରାଯାଇଛି । ଏହି ଷ୍ଟକଗାର୍ଡ ସରକାରଙ୍କ ନିୟମକୁ ଖୋଲାଖୋଲି ଉଲ୍ଲଙ୍ଘନ କରୁଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି l ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଏହି ଷ୍ଟକଗାର୍ଡ ଗାଁ ଠାରୁ ମାତ୍ର 100 ମିଟର ଦୂରରେ ହେଇଥିବାରୁ ଘର ଦୁଆରେ ଧୂଳିଧୂଁଆରେ ରହି ହେଉନାହିଁ । ତେବେ ଏହାକୁ ବନ୍ଦ କରି ଅନ୍ୟତ୍ର ନେଇଯିବାକୁ ବାରମ୍ବାର ଗ୍ରାମବାସୀଙ୍କ ପକ୍ଷରୁ ଦାବି ହେଉଥିଲା । କୌଣସି ସୁଫଳ ନମିଳିବାରୁ ଶତାଧିକ ଗ୍ରାମବାସୀ ଏକାଠି ହୋଇ ଜିଲ୍ଲା ପ୍ରଦୂଷଣ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଛନ୍ତି ।
ଇଟିଭି ଭାରତ, ଯାଜପୁର