ଯାଜପୁର: ଜିଲ୍ଲାରେ ପହଞ୍ଚିଲା ତ୍ରିପୁରା ପୋଲିସ । ତ୍ରିପୁରା ପଶ୍ଚିମ ଅଗରତାଲା ଅଞ୍ଚଳର ଜଣେ ହିନ୍ଦୁ ସମ୍ପ୍ରଦାୟର ଯୁବତୀଙ୍କୁ ସ୍ଥାନୀୟ ବ୍ୟାସନଗର ଅଞ୍ଚଳର ଅହମ୍ମଦ ନଗରର ଜଣେ ମୁସଲମାନ ସମ୍ପ୍ରଦାୟର ଯୁବକ ପ୍ରେମ ଜାଲରେ ଫସାଇଥିବା ଖବର ସାମନାକୁ ଆସିଛି । ଏହାପରେ ଯୁବତୀ ଜଣକ ଗତ ୨ ସପ୍ତାହ ଧରି ଏଠାରେ ବାସ କରୁଥିବା ବେଳେ ତାଙ୍କୁ ମଙ୍ଗଳବାର ତ୍ରିପୁରା ପୋଲିସ ଉଦ୍ଧାର କରିଛି ।
ଯୁବକଙ୍କ ପ୍ରେମରେ ଫସିଥିବା ଏହି ଯୁବତୀ ଜଣକ ଗତ ପ୍ରାୟ ୨ ସପ୍ତାହ ହେବ ସ୍ଥାନୀୟ ଅହମ୍ମଦନଗରରେ ଆସି ରହୁଥିବା ଜଣାପଡ଼ିଛି । ଏପରିକି ଯୁବକ ଜଣକ ସ୍ଥାନୀୟ ଜୈନିକ ମୌଲାନାଙ୍କ ପୁଅ ହୋଇଥିବା ବେଳେ ଉଭୟ ଯୁବକ ଓ ଯୁବତୀଙ୍କୁ ମୌଲାନା ସ୍ଥାନୀୟ ଅଞ୍ଚଳର ଜଣେ ଓକିଲଙ୍କ ସହାୟତାରେ ବିବାହ ବନ୍ଧନରେ ବାନ୍ଧିବାକୁ ଅପପ୍ରୟାସ କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଯୁବକ ଜଣକ ସାଧାରଣ ମେକାନିକ ଭାବରେ କାର୍ଯ୍ୟ କରୁଥିବା ବେଳେ ଫେସବୁକ୍ ଓ ଅନ୍ୟ କୌଣସି ସୋସିଆଲ ମିଡିଆ ସହାୟତାରେ ନିଜକୁ ହିନ୍ଦୁ ସମ୍ପ୍ରଦାୟର ଏବଂ ଜଣେ ଇଞ୍ଜିନିୟର ଭାବେ ମିଥ୍ୟା ପରିଚୟ ଦେଇଥିଲେ ।
ଏହା ବି ପଢନ୍ତୁ-ଭଉଣୀ ବାହାଘର ପାଇଁ ରଖିଥିଲେ ଟଙ୍କା ଓ ଗହଣା, ଘରେ ପଶି ଲୁଟିନେଲେ ଦୁର୍ବୃତ୍ତ
ଏହାପରେ ତ୍ରିପୁରାରେ ଡାକ୍ତରୀ ପଢୁଥିବା ଜଣେ ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ପ୍ରେମ ଜାଲରେ ଫସାଇଥିବା ଅଭିଯୋଗରେ ଦର୍ଶାଯାଇଛି l ତେବେ ସମ୍ପୃକ୍ତ ମୌଲାନାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଯୁବତୀ ଜଣକ ନିଜ ଇଚ୍ଛାରେ ବିମାନ ଯୋଗେ ଏଠାକୁ ଆସିଛନ୍ତି । ଯୁବତୀଙ୍କୁ ଘରକୁ ଫେରିଯିବାକୁ ସେ ବୁଝାସୁଝା କରିଥିଲେ, ହେଲେ ସେ ଯାଇନଥିଲେ । ଆଜି ଯୁବତୀଙ୍କ ବାପା ଓ ପରିବାର ଲୋକେ ତ୍ରିପୁରାରୁ ଆସି ଯାଜପୁର ରୋଡ଼ ଥାନାରେ ପହଞ୍ଚିବା ପରେ ସମ୍ପୃକ୍ତ ଯୁବକଙ୍କ ପରିବାର ଓ ଅହମ୍ମଦନଗର ବାସିନ୍ଦାମାନେ ଯୁବତୀଙ୍କୁ ଯାଜପୁର ରୋଡ଼ ଥାନାକୁ ହସ୍ତାନ୍ତର କରିଛନ୍ତି । ଯୁବତୀଙ୍କୁ ଥାନାରେ ରଖାଯାଇ ପଚରାଉଚରା କରାଯାଉଥିବା ଜଣାପଡ଼ିଛି ।
ତେବେ ପୋଲିସ ପକ୍ଷରୁ ଯୁବକଙ୍କୁ ଏଯାଏଁ ଠାବ କରାଯାଇ ନାହିଁ । ସେପଟେ ଯୁବତୀଙ୍କ ପରିବାର ପକ୍ଷରୁ ତ୍ରିପୁରା ପୋଲିସ ନିକଟରେ ଲଭ ଜିହାଦ, ଅପହରଣ ଏବଂ ସୁନା ଅଳଙ୍କାର, ଟଙ୍କା ଆଦି ଚୋରିର ଅଭିଯୋଗ ଆସିବା ପରେ ତ୍ରିପୁରା ପୋଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା । ଆଜି ତ୍ରିପୁରା ପୋଲିସ ଯାଜପୁର ରୋଡ ଥାନାରେ ପହଞ୍ଚିବା ପରେ ଯାଜପୁର ରୋଡ ପୋଲିସ ଯୁବତୀଙ୍କୁ ହସ୍ତାନ୍ତର କରିଥିବା ସୂଚନା ମିଳିଛି । ଏହାପରେ ତ୍ରିପୁରା ପୋଲିସ ଯୁବତୀଙ୍କୁ ତ୍ରିପୁରା ନେଇଥିବା ସୂଚନା ମିଳିଛି ।
ଇଟିଭି ଭାରତ, ଯାଜପୁର