ETV Bharat / state

ଯାଜପୁରରେ ଆରମ୍ଭ ହେବ ଟେଲିମଡିସିନ, ଘରେ କରିପାଇବେ ଡାକ୍ତରଙ୍କ ସହ ପରାମର୍ଶ

author img

By

Published : Mar 29, 2020, 2:09 PM IST

ଏଣିକି ଫୋନ ଯୋଗେ ଡାକ୍ତର ପରାମର୍ଶ ପାଇବେ ଯାଜପୁରବାସୀ । ସୋମବାର ଠାରୁ ଯାଜପୁରରେ ଆରମ୍ଭ ହେବ ଟେଲିମେଡିସିନ ବ୍ୟବସ୍ଥା । ଅଧିକ ସୂଚନା ପାଇଁ ପଢନ୍ତୁ ...

Telemedicine system to be launched in Jajpur
ଯାଜପୁରରେ ଆରମ୍ଭ ହେବା ଟେଲିମଡିସିନ ବ୍ୟବସ୍ଥା

ଯାଜପୁର: ଏଣିକି ଘରେ ବସି ଟେଲିଫୋନ ଯୋଗେ ଡାକ୍ତରଙ୍କ ପରାମର୍ଶ ପାଇବେ ଯାଜପୁରବାସୀ । ଜିଲ୍ଲାରେ ଆରମ୍ଭ ହୋଇଛି ଟେଲିମଡିସିନ ବ୍ୟବସ୍ଥା । କୋରୋନା ପାଇଁ ଚାରିଆଡେ ଲକ ଡାଉନ ଥିବାରୁ ଅନେକ ରୋଗୀ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇପାରୁ ନାହାଁନ୍ତି । ସେଥିପାଇଁ ରୋଗୀ ମାନଙ୍କୁ ଘରେ ବସି ଚିକିତ୍ସା ସୁବିଧା ଯୋଗାଇ ଦେବା ପାଇଁ ଯାଜପୁରରେ ଆରମ୍ଭ ହୋଇଛି ଟେଲିମେଡିସିନ ବ୍ୟବସ୍ଥା । ରୋଗୀ ମାନେ ଘରେ ବସି ଟେଲିଫୋନ ମାଧ୍ୟମରେ ଡାକ୍ତରଙ୍କ ସହିତ ପରାମର୍ଶ କରି ଚିକିତ୍ସିତ ହୋଇପାରିବେ ।

ଯାଜପୁରରେ ଆରମ୍ଭ ହେବା ଟେଲିମଡିସିନ ବ୍ୟବସ୍ଥା

ଏଥିପାଇଁ ଆଜି ଯାଜପୁର ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଡାକ୍ତରମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲେ । ଏଥିରେ ଘରୋଇ ଓ ଅବସରପ୍ରାପ୍ତ ଡାକ୍ତରମାନେ ଯୋଗଦେଇ ଏଭଳି ସମୟରେ ରୋଗୀ ମାନଙ୍କୁ ସହାୟତା କରିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଆସନ୍ତାକାଲି ଠାରୁ ଏହି ସେବା ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ଜିଲାପାଳ ରଂଜନ କୁମାର ଦାସ ।

ଯାଜପୁରରୁ ଜ୍ଞାନରଂଜନ ଓଝା,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.