ETV Bharat / state

ଯାଜପୁରରେ କୋରୋନା ସ୍ଥିତି ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ ପି.କେ ମେହେର୍ଦ୍ଦା - ଯାଜପୁର ଖବର

ଯାଜପୁରରେ ଜିଲ୍ଲାରେ କୋରୋନା ସ୍ଥିତି ସଙ୍ଗିନ ଥିବାରୁ ସ୍ଥିତି ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ ପି.କେ ମେହେର୍ଦ୍ଦା । ଅଧିକ ପଢନ୍ତୁ...

Secretary PK Meherdha reviewed the corona situation in Jajpur
ଯାଜପୁରରେ କୋରୋନା ସ୍ଥିତି ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ ପି.କେ ମେହେର୍ଦ୍ଦା
author img

By

Published : Apr 24, 2020, 9:24 PM IST

ଯାଜପୁର: ଜିଲ୍ଲାରେ ସଙ୍ଗୀନ ହେଲାଣି କୋରୋନା ସ୍ଥିତି । ବର୍ତ୍ତମାନ ସୁଦ୍ଧା 12 ଜଣ କୋରୋନା ରୋଗୀ ଚିହ୍ନଟ ହୋଇସାରିଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ କେତେକ ସୁପର ସ୍ପ୍ରେଡର ହେବାର ଆଶଙ୍କା ରହିଥିବାରୁ ଚିନ୍ତାରେ ଜିଲ୍ଲା ପ୍ରଶାସନ ।

ସେପଟେ ଯାଜପୁରରେ ସ୍ଥିତି ସମୀକ୍ଷା କରିବା ପାଇଁ ରାଜ୍ୟପାଳଙ୍କ ସଚିବ ପି କେ ମେହେର୍ଦ୍ଦାଙ୍କୁ କୋଭିଡ଼ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର । ଗୁରୁବାର ରାତିରେ ମେହେର୍ଦ୍ଦା ଜିଲ୍ଲାରେ ପହଞ୍ଚି ଜିଲ୍ଲାସ୍ତରୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।

ଯାଜପୁରରେ କୋରୋନା ସ୍ଥିତି ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ ପି.କେ ମେହେର୍ଦ୍ଦା

ଏହି ଆଲୋଚନାରେ ଜିଲ୍ଲାପାଳ ରଞ୍ଜନ ଦାସଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏହି ସମୟରେ ଜିଲ୍ଲାର 311 ପଞ୍ଚାୟତରେ ଥିବା ଆଇସୋଲେସନ କେନ୍ଦ୍ରକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ମେହେର୍ଦ୍ଦା ପରାମର୍ଶ ଦେଇଥିଲେ । ରାଜ୍ୟ ବାହାରରୁ ଆସୁଥିବା ବ୍ୟକ୍ତି ମାନଙ୍କୁ ଏହି କେନ୍ଦ୍ରରେ ରଖିବାକୁ ପ୍ରତ୍ୟେକ ସରପଞ୍ଚଙ୍କ ସହଯୋଗ କାମନା କରିଥିଲେ । ସେହିପରି ଶୁକ୍ରବାର ମେହେର୍ଦ୍ଦା କଳିଙ୍ଗ ନଗର ଟାଟା ମେଡିକାଲ କୋଭିଡ଼ ହସ୍ପିଟାଲକୁ ପରିଦର୍ଶନ କରିଥିଲେ । ରୋଗୀଙ୍କୁ ଦିଆଯାଉଥିବା ସୁବିଧା ସୁଯୋଗ ଓ ସ୍ବାସ୍ଥ୍ୟ ସେବା ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.