ETV Bharat / state

ସନ୍ଥଙ୍କ ମହାସମାଧି ଉତ୍ସବରେ ସମାଜ ସେବା

ମହିମା ଧର୍ମରେ ଦୀକ୍ଷିତ ସନ୍ଥବାବା କିଶୋର ଦକ୍ଷିଣରାୟଙ୍କ ମହାପ୍ରୟାଣର ଏକବିଂଶ ଦିବସରେ ମହାସମାଦି ଉତ୍ସବ ପାଳିତ ହୋଇଛି । ସମାଜର କଲ୍ୟାଣ ଉଦ୍ଦେଶ୍ୟରେ ଏହି ଉତ୍ସବରେ ରକ୍ତଦାନ ଶିବିର, ବୃକ୍ଷରୋପଣ, ଭଜନ ସଂକୀର୍ତ୍ତନ ଭଳି କାର୍ଯ୍ୟକ୍ରମର ଆୟୋଜିତ ହୋଇଥିଲା ।

author img

By

Published : Sep 3, 2019, 7:16 PM IST

ଫଟୋ ସୌଜନ୍ୟ-ସମ୍ବାଦଦାତା, ଯାଜପୁର

ଯାଜପୁର: ସନ୍ଥଙ୍କ ମହାସମାଧି ଉତ୍ସବରେ ସ୍ବେଚ୍ଛାକୃତ ରକ୍ତଦାନ ଶିବିର । ଏଥିରେ ସନ୍ଥ ରକ୍ତଦାନ କରିବା ସହିତ ଶତାଧିକ ଭକ୍ତ ଯୋଗ ଦେଇଥିଲେ । ମଠ ପରିସରରେ ରକ୍ତଦାନ ଶିବିର ସହିତ ଅନୁଷ୍ଠିତ ହୋଇଥିଲା ବୃକ୍ଷରୋପଣ କାର୍ଯ୍ୟକ୍ରମ । ଏଥିସହ ଆୟୋଜିତ ହୋଇଥିଲା ଭଜନ ସଂକୀର୍ତ୍ତନ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବ୍ୟାସନଗର ସହର ଉପକଣ୍ଠରେ ଥିବା ବ୍ୟାସ ସରୋବର ସ୍ଥିତ ମହିମା ଆଶ୍ରମରେ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଯାଜପୁର

ସନ୍ଥକବି ଭୀମଭୋଇଙ୍କ ମହିମା ଧର୍ମରେ ଦୀକ୍ଷିତ ବାବା କିଶୋର ଦକ୍ଷିଣରାୟଙ୍କର ଗତ ମାସ ୧୪ ତାରିଖରେ ମହାପ୍ରୟାଣ ଘଟିଥିଲା । ମହିମା ଧର୍ମ ଓ ପରମ୍ପରା ଅନୁଯାୟୀ ଆଜି(ମଙ୍ଗଳବାର) ଏକବିଂଶ ଦିବସରେ ତାଙ୍କର ମହାସମାଦି ଉତ୍ସବ ପାଳିତ ହୋଇଛି । ଯେଉଁଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ସାଧୁସନ୍ଥ ଯୋଗଦେଇ ବାବା କିଶୋରୀ ଦକ୍ଷିଣରାୟଙ୍କର ସ୍ମୃତିଚାରଣ କରିବା ସହିତ ତାଙ୍କ ଆତ୍ମାର ସଦଗତି କାମନା କରିଥିଲେ ।

ଏଠାରେ ଆୟୋଜିତ ରକ୍ତଦାନ ଶିବିରରେ ପାଖାପାଖି ୫0 ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଥିଲା । ତଥ୍ୟ ଅନୁଯାୟୀ କିଶୋରୀ ବାବା ବ୍ୟାସ ସରୋବର ମହିମା ମଠର ପ୍ରତିଷ୍ଠାତା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ । ସେ ପୂର୍ବରୁ ବ୍ୟାସନଗର ପୌର ପରିଷଦରେ ଏକାଧିକ ଥର କାଉନସିଲର ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ । ଜଣେ ଲୋକପ୍ରିୟ ଏବଂ ସମାଜସେବୀ ଭାବେ ଏହି ଅଞ୍ଚଳରେ ଖ୍ୟାତିଲାଭ କରିଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro: ସନ୍ଥଙ୍କ ମହାସମାଦି ଉତ୍ସବରେ ଆୟୋଜିତ ହେଲା ସ୍ୱେଚ୍ଛାକୃତ ରକ୍ତ ଦାନ ଶିବିର। ଯେଉଁଥିରେ ସନ୍ଥ ରକ୍ତଦାନ କରିବା ସହିତ ଶତାଧିକ ଭକ୍ତ ଯୋଗଦାନ କରିଥିଲେ। ମଠ ପରିସରରେ ରକ୍ତଦାନ ଶିବିର ସହିତ ଅନୁଷ୍ଠିତ ହୋଇଥିଲା ବୃକ୍ଷରୋପଣ କାର୍ଯ୍ୟକ୍ରମ ଓ ତା ସହିତ ଆୟୋଜିତ ହୋଇଥିଲା ଭଜନ ସଂକୀର୍ତ୍ତନ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ବ୍ୟାସନଗର ସହର ଉପକଣ୍ଠରେ ଥିବା ବ୍ୟାସ ସରୋବର ସ୍ଥିତ ମହିମା ଆଶ୍ରମରେ। ସନ୍ଥକବି ଭୀମଭୋଇଙ୍କର ମହିମା ଧର୍ମରେ ଦୀକ୍ଷିତ ସନ୍ଥବାବା କିଶୋର ଦକ୍ଷିଣରାୟଙ୍କର ଗତ ଅଗଷ୍ଟ ୧୪ ତାରିଖ ଦିନ ମହାପ୍ରୟାଣ ଘଟିଥିଲା। ମହିମା ଧର୍ମ ଓ ପରମ୍ପରା ଅନୁଯାୟୀ ଆଜି ଏକ ବିଂଶ ଦିବସରେ ତାଙ୍କର ମହାସମାଦି ଉତ୍ସବ ପାଳିତ ହୋଇଯାଇଛି। ଯେଉଁଥିରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଶତାଧିକ ସାଧୁସନ୍ଥ ଯୋଗଦେଇ ବାବା କିଶୋରୀ ଦକ୍ଷିଣରାୟଙ୍କର ସ୍ମୃତିଚାରଣ କରିବା ସହିତ ଆତ୍ମାର ସଦଗତି କାମନା କରିଥିଲେ। ଆୟୋଜିତ ରକ୍ତଦାନ ଶିବିରରେ ପାଖାପାଖି ୫0 ୟୁନିଟରୁ ଅଧିକ ରକ୍ତ ସଂଗ୍ରହ ହୋଇଥିଲା। ସୂଚନା ଅନୁଯାୟୀ କିଶୋରୀ ବାବା ବ୍ୟାସ ସରୋବର ମହିମା ମଠର ପ୍ରତିଷ୍ଠାତା ଭାବେ ସ୍ଥାନୀୟ ଅଞ୍ଚଳରେ ବେଶ ପରିଚିତ ଥିଲେ। ସେ ପୂର୍ବରୁ ବ୍ୟାସନଗର ପୌର ପରିଷଦରେ ଏକାଧିକ ଥର କାଉନସିଲର ଭାବେ ନିର୍ବାଚିତ ମଧ୍ୟ ହୋଇଥିଲେ। ଜଣେ ଲୋକପ୍ରିୟ ଏବଂ ସମାଜସେବୀ ଭାବେ ଏହି ଅଞ୍ଚଳରେ ଖ୍ୟାତିଲାଭ କରିଥିଲେ।

Body:bite-୧-ବାବା ନିତ୍ୟାନନ୍ଦ ଦାସ, ସମ୍ପାଦକ ମହିମା ଗାଦି ଜୋରନ୍ଦା
bite-୨-ବାବା ସୁବ୍ରତ ,ମହିମା ଗାଦି ଜୋରନ୍ଦା

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.