ଯାଜପୁର: ସଡକ ଦୁର୍ଘଟଣାକୁ ନେଇ ସଚେତନତା । ରବିବାର ସମାଜସେବୀ ବିଶ୍ଵଜିତ ମହାନ୍ତି ସଡକ ଦୁର୍ଘଟଣା ସମ୍ପର୍କରେ ସଚେତନତା ବାଣ୍ଟି ଜାତୀୟ ପତାକା ଓ ଫ୍ଲାକାର୍ଡ ଧରି ପୁରା ବ୍ୟାସନଗର ସହର ପରିକ୍ରମା କରିଥିଲେ।
ଯାଜପୁର ଜିଲ୍ଲାର ଚଣ୍ଡିଖୋଲ ଠାରୁ ବ୍ୟାସନଗର ପର୍ଯ୍ୟନ୍ତ ରାସ୍ତାରେ ପ୍ରତିଦିନ ଦୁର୍ଘଟଣା ଘଟୁଛି । ରାସ୍ତା ଉପରେ ଦୈନିକ ଶହ ଶହ ଗାଡି ଠିଆ ହେଉଥିବାରୁ ପ୍ରତିଦିନ ଦୁର୍ଘଟଣା ଘଟୁଛି। ଏହି ଅଞ୍ଚଳକୁ ଦୁର୍ଘଟଣା ଜୋନ୍ ଭାବେ ଘୋଷଣା କରିବା, ଅଯଥା ଗାଡି ପାର୍କିଂ କୁ ବନ୍ଦ କରିବା, ପ୍ରତି 20 କିଲୋମିଟର ମଧ୍ୟରେ ଆମ୍ବୁଲାନ୍ସ ମହଜୁଦ କରିବା, ରାଜ୍ୟରେ ସମ୍ପୂର୍ଣ୍ଣ ଭାବେ ମଦ ବନ୍ଦ କରିବା ଆଦି ଦାବିରେ ସମାଜସେବୀ ବିଶ୍ଵଜିତ ମହାନ୍ତି ଏକ ଦାବିପତ୍ର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି। ଏହି ଦାବି ଗୁଡିକ ପୁରଣ ହେଲେ ସଡକ ଦୁର୍ଘଟଣା କମିବ ବୋଲି ସେ ମତ ରଖିଛନ୍ତି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ