ଯାଜପୁର: ଜିଲ୍ଲାରେ ହେଉଥିବା ଖଣିଜ ସମ୍ପଦ ଲୁଟ ସହିତ ନଦୀ ଖନନ କରି ବାଲି ଲୁଟକୁ ବିରୋଧ । ଏହାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟିର ନଦୀ ସୁରକ୍ଷା କମିଟି ପକ୍ଷରୁ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ରାଜ୍ୟ ସଂଯୋଜକ ମହେଶ୍ବର ସାହୁଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ ।
ଜିଲ୍ଲାରେ ବେଆଇନ ଭାବେ ବାଲି, ମାଟି ଚୋରା ଚାଲାଣ ହେଉଛି । ତୁରନ୍ତ ଏଗୁଡ଼ିକୁ ବନ୍ଦ କରିବା ପାଇଁ ଦାବି କରିଛି ନଦୀ ସୁରକ୍ଷା କମିଟି । ନହେଲେ ଆଗାମୀ ଦିନରେ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ