ETV Bharat / state

ମା' ବିରଜାଙ୍କ ପୀଠକୁ ଖୁବଶୀଘ୍ର ହେବ ରେଳସଂଯୋଗ: କେନ୍ଦ୍ରମନ୍ତ୍ରୀ - ମା' ବିରଜାଙ୍କ ପୀଠକୁ ଖୁବଶୀଘ୍ର ହେବ ରେଳସଂଯୋଗ

ଯାଜପୁରର ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠକୁ ଦୀର୍ଘଦିନ ଧରି ହୋଇଆସୁଥିବା ରେଳସଂଯୋଗ ପ୍ରକଳ୍ପ ପାଇଁ ସମ୍ପୁର୍ଣ୍ଣ ସର୍ଭେ କାମ ସରିଛି । ଅଧିକ ପଢନ୍ତୁ..

ମା' ବିରଜାଙ୍କ ପୀଠକୁ ଖୁବଶୀଘ୍ର ହେବ ରେଳସଂଯୋଗ: କେନ୍ଦ୍ରମନ୍ତ୍ରୀ

author img

By

Published : Jul 5, 2020, 3:25 PM IST

ଯାଜପୁର: ଜିଲ୍ଲାର ସଦରମହକୁମା ତଥା ଅଧିଷ୍ଠାତ୍ରୀ ଦେବୀ ମା' ବିରଜାଙ୍କ ପୀଠକୁ ଦୀର୍ଘଦିନ ଧରି ହୋଇଆସୁଥିବା ରେଳସଂଯୋଗ ପ୍ରକଳ୍ପ ହେବା ନେଇ ଆଶା ସଂଚାର ହୋଇଛି । ନିକଟରେ ବିଜେପିର ଜନସମ୍ବାଦ ରାଲିରେ ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ରେଳ ସଂଯୋଗ କରିବାକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନିକଟରେ ଦାବି କରିଥିଲେ ।

ମା' ବିରଜାଙ୍କ ପୀଠକୁ ଖୁବଶୀଘ୍ର ହେବ ରେଳସଂଯୋଗ: କେନ୍ଦ୍ରମନ୍ତ୍ରୀ

ଏହି ପ୍ରକଳ୍ପ ପାଇଁ ସମ୍ପୁର୍ଣ୍ଣ ସର୍ଭେ କାମ ସରିଛି । ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ବିରଜା କ୍ଷେତ୍ର ଓ ଭଦ୍ରକ ଜିଲ୍ଲାର ଆଖଣ୍ଡଳମଣି ଦେଇ ଏହା ଧାମରା ପର୍ଯ୍ୟନ୍ତ ଯିବାକୁ ସ୍ଥିର ହୋଇଛି । ଏହା ହେଲେ ଯାଜପୁରବାସୀଙ୍କ ଇଚ୍ଛା ପୁରଣ ହୋଇପାରିବ ବୋଲି ଗୌତମ କହିଛନ୍ତି ।

ଏହାର ଜବାବରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯାଜପୁରବାସୀଙ୍କ ଇଚ୍ଛା ପୁରଣ କରାଯିବ ବୋଲି କହିଛନ୍ତି । ଯାହାକୁ ନେଇ ଜିଲ୍ଲାରେ ଏବେ ଖୁସିର ମାହୋଲ ସୃଷ୍ଟି ହୋଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.