ETV Bharat / state

ଆବାସ ବଣ୍ଟନରେ ବ୍ୟାପକ ଅନୀୟମିତତା ଅଭିଯୋଗରେ ଧାରଣା

ଯାଜପୁର ଦଶରଥପୁର ବ୍ଲକ ଜାଫରପୁର ପଞ୍ଚାୟତରେ ଆବାସ ବଣ୍ଟନରେ ବ୍ୟାପକ ଅନୀୟମିତତା ହୋଇଥିବା ଅଭିଯୋଗରେ ଯୋଗ୍ୟ ହିତାଧିକାରୀମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ଅଧିକ ପଢନ୍ତୁ...

author img

By

Published : Jul 10, 2021, 8:37 PM IST

ଆବାସ ବଣ୍ଟନରେ ବ୍ୟାପକ ଅନୀୟମିତତା ଅଭିଯୋଗରେ ଧାରଣା
ଆବାସ ବଣ୍ଟନରେ ବ୍ୟାପକ ଅନୀୟମିତତା ଅଭିଯୋଗରେ ଧାରଣା

ଯାଜପୁର: ଯାଜପୁର ଦଶରଥପୁର ବ୍ଲକ ଜାଫରପୁର ପଞ୍ଚାୟତରେ ଆବାସ ବଣ୍ଟନରେ ବ୍ୟାପକ ଅନୀୟମିତତା ହୋଇଥିବା ଅଭିଯୋଗରେ ଯୋଗ୍ୟ ହିତାଧିକାରୀମାନେ ବ୍ଲକ ସମ୍ମୁଖରେ ଧାରଣାରେ ବସିଥିଲେ । ପୂର୍ବରୁ କେବେ ସରକାରୀ ଆବାସ ପାଇନଥିବା ପରିବାର ଲୋକଙ୍କର ନୂତନ ତାଲିକାରେ ନାମ ସଂଯୋଗ କରାଯାଇନଥିବାରୁ ଯ‌ାଗ୍ୟ ହିତାଧିକାରୀ ମାନେ ଧାରଣାରେ ବସିଥିଲେ ।

ସେମାନଙ୍କ ଅଭିଯୋଗ ହେଲା ଗୋଟିଏ ଲେଖାଏଁ ପରିବାରକୁ ଏକାଧିକ ସରକାରୀ ଆବାସ ପ୍ରଦାନ କରାଯାଇଥିବା ବେଳେ ସ୍ବାମୀ, ସ୍ତ୍ରୀ ଓ ପୁଅଙ୍କ ନାମରେ ଅଦଳବଦଳ କରି ଦିଆଯାଉଛି । ସରକାରୀ କର୍ମଚାରୀ, ୨ ମହଲା କୋଠା ଥିବା ବ୍ୟକ୍ତି ଏବଂ ଅବିବାହିତ ପୁଅକୁ ଆବାସ ଯୋଜନାରେ ଘର ପ୍ରଦାନ କରାଯାଇଥିବା ଅଭିଯୋଗ କରିଥିଲେ । ବିଡିଓ ନାରାୟଣ ଚନ୍ଦ୍ର ନାୟକ ଧାରଣା ସ୍ଥଳରେ ପହଞ୍ଚି ଦାବୀପତ୍ର ଗ୍ରହଣ କରିବା ସହ ଆଲୋଚନା କରିଥିଲେ । ଖୁବଶିଘ୍ର ପୁନଶ୍ଚ ତଦନ୍ତ କରାଯାଇ ଯୋଗ୍ୟ ଲୋକଙ୍କ ନାମ ତାଲିକାରେ ସଂଯୋଗ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.