ETV Bharat / state

ଏଥର ଜମିବ ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା

ଜଗତସିଂହପୁର ଜିଲ୍ଲା ପାରାଦ୍ବୀପର ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚିଛି । ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ କଳିଙ୍ଗ ବାଲିଯାତ୍ରା ଜମିବ ବୋଲି ଆଶା କରାଯାଉଛି । ଅଧିକ ପଢନ୍ତୁ

ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି

author img

By

Published : Nov 4, 2022, 1:53 PM IST

ପାରାଦ୍ବୀପ: ଦୁସ୍ବପ୍ନର ଦୁଇବର୍ଷ ପରେ ଚଳିତ ବର୍ଷ କୋରୋନା କଟକଣା ମୁକ୍ତରେ ପର୍ବ ପର୍ବାଣୀ ପାଳନ ହୋଇଛି । ଆଗକୁ ବାଲିଯାତ୍ରା ଆସୁଛି । ଦୁଇ ବର୍ଷ ପରେ ପୁଣି ବନ୍ଦର ନଗରୀ ପାରାଦ୍ବୀପ ସମୁଦ୍ରକୂଳରେ ଜମିବ ଯାତ୍ରା । ଲାଗିବ ଗହଳି ଖୋଲିବ ଭଳି କି ଭଳି ଦୋକାନ । ଜଗତସିଂହପୁର ଜିଲ୍ଲା ପାରାଦ୍ବୀପର ପ୍ରସିଦ୍ଧ କଳିଙ୍ଗ ବାଲିଯାତ୍ରା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ପହଞ୍ଚିଛି । ପୂର୍ବ ବର୍ଷମାନଙ୍କ ପରି ଚଳିତ ବର୍ଷ ମଧ୍ୟ କଳିଙ୍ଗ ବାଲିଯାତ୍ରା ଜମିବ ବୋଲି ଆଶା କରାଯାଉଛି । କାର୍ତ୍ତିକ ପୂର୍ଣ୍ଣିମାଠୁ ଆରମ୍ଭ ହେବ କଳିଙ୍ଗ ବାଲିଯାତ୍ରା ।

ପାରାଦ୍ୱୀପ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି

ନୌ ବାଣିଜ୍ୟର ପରମ୍ପରା ଐତିହ ସଂସ୍କୃତିକୁ ଭିତ୍ତିକରି ପାରାଦ୍ବୀରେ କଳିଙ୍ଗ ବାଲିଯାତ୍ରା ଅନୁଷ୍ଠିତ ହୋଇ ଆସୁଛି । 1992 ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପାରାଦ୍ବୀପରେ କଳିଙ୍ଗ ବାଲିଯାତ୍ରାର ପରିକଳ୍ପନା କରିଥିଲେ । ସେହିଦିନଠାରୁ ଆଜି ଯାଏ ପାରାଦ୍ବୀପ ସମୁଦ୍ର ବେଳାଭୂମି ବିଜୁ ମୈଦାନରେ କଳିଙ୍ଗ ବାଲିଯାତ୍ରା ମହା ସମାରୋହରେ ଅନୁଷ୍ଠିତ ହୋଇ ଆସୁଛି । 2019ରେ କୋଭିଡ କଟକଣା କାରଣରୁ ବାଲିଯାତ୍ରାକୁ ବନ୍ଦ କରି ଦିଆଯାଇଥିଲା । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ରହିଛି ।

ତେଣୁ ଚଳିତ ବର୍ଷ ପ୍ରଶାସନ ପକ୍ଷରୁ ବାଲିଯାତ୍ରା କରିବା ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଚଳିତ ବର୍ଷ ଓରମାସ ପକ୍ଷରୁ ପଲ୍ଲିଶ୍ରୀ ମେଳା ସାଙ୍ଗକୁ 5 ଶହରୁ ଅଧିକ ଷ୍ଟଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଚଟପଟି ଖାଦ୍ୟର ପସରା ମେଲିବ। ଦୀର୍ଘ ଦୁଇବର୍ଷ ପରେ କଳିଙ୍ଗ ବାଲିଯାତ୍ରାର ଆୟୋଜନ କରାଯାଉ ଥିବାରୁ ଲକ୍ଷାଧିକ ଲୋକଙ୍କ ସମାଗମ ହେବ ବୋଲି ଆଶା କରାଯାଉଛି ।

ଏହା ବି ପଢନ୍ତୁ...ବାଲିଯାତ୍ରାରେ ମନ ମୋହିବ ORMAS, ଖୋଲିବ ୪୨୦ଟି ଷ୍ଟଲ୍‌ ଆକର୍ଷଣ

ପାରାଦ୍ବୀପ କଳିଙ୍ଗ ବାଲିଯାତ୍ରା ବିଶେଷ କରି ଜଗତସିଂହପୁର, କେନ୍ଦ୍ରାପଡା ଜିଲ୍ଲା ପାଇଁ ଏକ ଗଣ ପର୍ବ ପାଲଟିଛି । ଉତ୍କଳ ନୌବାଣିଜ୍ୟର ପରମ୍ପରା ଓ କଳା ସଂସ୍କୃତି ପ୍ରଚାର ପ୍ରସାର ପାଇଁ ଏହି ବାଲିଯାତ୍ରା ପାରାଦ୍ବୀରରେ ପାଳନ ହୋଇ ଆସୁଛି । ଦୁଇ ବର୍ଷ ଯାତ୍ରାରୁ ବଞ୍ଚିତ ଥିବା ଜିଲ୍ଲାବାସୀଙ୍କ ପାଇଁ ଏଥର ବାଲିଯାତ୍ରା ଆୟୋଜନ କରିବାକୁ କମିଟି ନିଷ୍ପତ୍ତି ନେଇଛି । ସେହିପରି କଟକରେ ମଧ୍ୟ ଐତିହାସିକ ବାଲିଯାତ୍ରାକୁ ଆଉ ହାତ ଗଣତି ଦିନ ବାକି ରହିଛି । ଦୀର୍ଘ ଦୁଇ ବର୍ଷ ପରେ ଆୟୋଜନ ହେବାକୁ ଯାତ୍ରାକୁ ବେଶ ଆକର୍ଷଣୀୟ କରିବାକୁ ଲାଗି ପଡିଛି ଜିଲ୍ଲା ପ୍ରଶାସନ ।

ଇଟିଭି ଭାରତ, ଜଗତସିଂହପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.