ETV Bharat / state

ତାତିରୁ ତ୍ରାହି ଦେଉଛି ଯାଜପୁରର ଦେଶୀ ତରଭୁଜ

ଖରାଦିନେ ବାଟୋଇଙ୍କ ଫାଷ୍ଟ ପସନ୍ଦ କୋଲ୍ଡ ଡ୍ରିଙ୍କ୍ସ । ଆଉ ସେଥି ମଧ୍ୟରେ ତରଭୁଜ ଖାଇବା ମଜା ନିଆରା । ଗରମରେ ତରଭୁଜ ଖଣ୍ଡେ ଖାଇଦେଲେ ଆତ୍ମା ତୃପ୍ତି ହୋଇଯାଏ ।

author img

By

Published : May 14, 2019, 6:50 PM IST

ଫଟୋ ସୌଜନ୍ୟ- ସମ୍ବାଦଦାତା, ଯାଜପୁର

ଯାଜପୁର: ଧୁ ଧୁ ଖରାକୁ ନାଲି ଟକ ଟକ ମିଠା ତରଭୁଜ । ଆହାଃ ... କି ଶାନ୍ତି । ଗଛ ଛାଇରେ ବସି 2/4ଖଣ୍ଡ ଖାଇଦେଲେ ମନ ଖୁସି ହୋଇଯାଏ । ଦିପ୍ରହରରର ଗରମ ଭୋକ ସବୁ ମେଣ୍ଟିଯାଏ । ଦୂରେଇଯାଏ ଥକାପଣ ।ଏଥିପାଇଁ ତ ଯାଜପୁର ଦେଇ ଯାଇଥିବା ୧୬ ନଂ ଜାତୀୟ ରାଜପଥ କଡ ତରଭୁଜ ଦୋକାନରେ ଜମୁଛି ବାଟୋଇଙ୍କ ଭିଡ । ଗନ୍ତବ୍ୟ ସ୍ତଳକୁ ଯିବା ପୂର୍ବରୁ ମୁଡ ହୁଏ ଟିକେ ଯାଜପୁରର ଏଇ ଦେଶୀ ତରଭୁଜ ଖାଇବାକୁ । ନିଜେ ଖାଇବା ସହ ପରିବାର ଲାଗି ମଧ୍ୟ ବୋହିନିଅନ୍ତି ଯାତ୍ରୀ ।

ଭିଡିଓ ସୌଜନ୍ୟ-ସମ୍ବାଦଦାତା, ଯାଜପୁର

ଆଜିକାଲିର କେମିକାଲ କୋଲ୍ଡଡିଙ୍କ୍ସଠୁ ବେଶ ଭଲ ତରଭୁଜ । ଖରାଦିନିଆ ହେଲ୍ଡି ଫୁଡ ଓ ପାନୀୟ ଭାବେ ସମସ୍ତଙ୍କ ଫାଷ୍ଟ ଚଏସ । ଦାମ ବି ଏତେ ନଥାଏ । ଆଉ ଏଠାକାର ମୂଳାପାଳ ଅଞ୍ଚଳରେ ତ ନିତିଦିନିଆ ମିଳେ ଏଇ ଦେଶୀ ତରଭୁଜ । ଏହାକୁ ବେଉସା କରି ଚାଷୀ ଓ ବ୍ୟବସାୟୀ ବେଶ ଭଲ 2 ପଇସା ମଧ୍ୟ ରୋଜଗାର କରନ୍ତି । ନିଜ ରାଜ୍ୟର ଚାହିଦା ମେଣ୍ଟାଇବା ସହ ଅନ୍ୟ ରାଜ୍ୟକୁ ବି ପଠାନ୍ତି ।

ତରଭୁଜକୁ ଫାଳ ଫାଳ କରି ସେଥିରେ ଟିକେ କଳାଲୁଣ ଛିଞ୍ଚି ଦେଇ ବାଟୋଇକୁ ଅତି ଆନନ୍ଦରେ ପରସି ଦିଅନ୍ତି ଦୋକାନି । ଏଥିପାଇଁ ତ ଆସ୍ତେ ଆସ୍ତେ ଏହି ଅଞ୍ଚଳ ଏବେ ତରଭୁଜ ବ୍ୟବସାୟୀଙ୍କ ପେଣ୍ଠସ୍ଥଳ ହୋଇଗଲାଣି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Body:

sdfd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.