ETV Bharat / state

ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା, ମାଟିରେ ମିଶିଲା ରଙ୍ଗଶାଳା - ଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା

ବହୁ ଚର୍ଚ୍ଚିତ ଯାଜପୁର ହରିଦାସପୁର ପିଇଓ ସ୍ମିତାରଣୀ ବିଶ୍ବାଳଙ୍କ ମୃତ୍ୟୁକୁ 4ମାସ ବିତିଛି । ତେବେ ଯେଉଁ ଘରେ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିଲା ସେ ଘରକୁ ଶୁକ୍ରବାର ପ୍ରଶାସନ ଅକ୍ତିଆର କରିବା ସହ ତାକୁ ଭାଙ୍ଗିଛି ।

peo smitarani murder case update, jajpur latest news, rangasala breaking process under way, ଯାଜପୁର ଲାଟେଷ୍ଟ ନ୍ୟୁଜ୍‌, ଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା, ରଙ୍ଗଶାଳା ଭଙ୍ଗା ପ୍ରକ୍ରିୟା ଆରମ୍ଭ
ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା, ମାଟିରେ ମିଶିଲା ରଙ୍ଗଶାଳା
author img

By

Published : Feb 7, 2020, 3:16 PM IST

Updated : Feb 8, 2020, 10:11 AM IST

ଯାଜପୁର: ବହୁ ଚର୍ଚ୍ଚିତ ହରିଦାସପୁର ପଞ୍ଚାୟତ ପିଇଓ ସ୍ମିତାରାଣୀ ବିଶ୍ବାଳ ମୃତ୍ୟୁ ଘଟଣାରେ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଇଛି ଏକ ବଳିଷ୍ଠ ପଦକ୍ଷେପ । ସ୍ମିତାରାଣୀ ମୃତ୍ୟୁ ଘଟଣାର ପ୍ରାୟ 4 ମାସ ପରେ ପ୍ରଶାସନ ଦ୍ବାରା ଭଙ୍ଗାଯାଇଛି ରୁପେସ ଭଦ୍ରଙ୍କ ଅତିଥିଶାଳା । ଯାହା ଥିଲା ସ୍ମିତାରାଣୀଙ୍କ ରହସ୍ୟ ଜନକ ମୃତ୍ୟୁର ମୁକସାକ୍ଷୀ । ଜିଲ୍ଲା ପ୍ରଶାସନ ସ୍ଥାନୀୟ ଧର୍ମଶାଳା ତହସିଲ ଏବଂ ପୋଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହଯୋଗରେ ଆରମ୍ଭ କରିଥିଲା ଭଙ୍ଗାରୁଜା କାମ । ବୁଲଡୋଜର ଓ ହାଇଡ୍ରା ସହାୟତାରେ ଭଙ୍ଗାଯାଇଥିଲା ଦୁଇ ମହଲା କୋଠା । ପ୍ରଥମେ ସରପଞ୍ଚ ଓ ତାଙ୍କ ସମର୍ଥକଙ୍କ ଦ୍ଵାରା ଏହାକୁ ବିରୋଧ କରାଯାଇଥିଲେ ହେଁ ଏହାକୁ ଭ୍ରୁକ୍ଷେପ ନକରି ପ୍ରଶାସନ ପକ୍ଷରୁ ନିଆଯାଇଥିଲା କଠୋର ପଦକ୍ଷେପ ।

ବହୁଚର୍ଚ୍ଚିତ ପିଇଓ ସ୍ମିତାରାଣୀ ମୃତ୍ୟୁ ମାମଲା, ମାଟିରେ ମିଶିଲା ରଙ୍ଗଶାଳା

ଯେଉଁ ଘରେ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିଲା ସେହି ଗେଷ୍ଟହାଉସକୁ ପ୍ରଶାସନ ପ୍ରଥମେ ନିଜ ଅକ୍ତିଆରକୁ ନେଇଥିଲା । ପରେ ତାକୁ ଭାଙ୍ଗିବା ପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା । ପ୍ରଥମେ ଅଭିଯୁକ୍ତ ରୁପେସଙ୍କ ପତ୍ନୀ ତଥା ହରିଦାସପୁର ପଞ୍ଚାୟତର ସରପଞ୍ଚ ମଧୁସ୍ମିତା ଭଦ୍ର ତାଙ୍କ ସମର୍ଥକଙ୍କ ସହ ମିଶି ଏହାକୁ ତୀବ୍ର ବିରୋଧ କରିଥିଲେ । ସରପଞ୍ଚ ଉପସ୍ଥିତ ଅଧିକାରୀମାନଙ୍କୁ ଏକ କୋର୍ଟ ଷ୍ଟେ ଅର୍ଡର ମଧ୍ୟ ଦେଖାଇଥିଲେ । ତେବେ ତାକୁ ଅଣଦେଖା କରି ପ୍ରଶାସନ ଭଙ୍ଗାରୁଜା କାମରେ ଲାଗିପଡିଥିଲା । ପୋଲିସ ଓ ପ୍ରଶାସନିକ ଅଧିକାରୀ ସେଠାରୁ ଲୋକଙ୍କୁ ଘଉଡାଇବା ସହ ଆଇନଗତଃ ଏହା ଭଙ୍ଗାଯିବ ବୋଲି ସେମାନଙ୍କୁ ଦର୍ଶାଇଥିଲେ । ଘଟଣାସ୍ଥଳରେ ବରିଷ୍ଠ ଅଧିକାରୀଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ନିୟୋଜିତ ଥିଲେ । ତେବେ କଳେବଳେ କୌଶଳ ପ୍ରୟୋଗ କରି ପ୍ରଶାସନ ଏହାକୁ ଭାଙ୍ଗିବାକୁ ସକ୍ଷମ ହୋଇଥିଲା । ଗେଷ୍ଟ ହାଉସକୁ କେତେକ ରଙ୍ଗଶାଳାର ଆଖ୍ୟା ଦେଇଥିବାବେଳେ ମଧୁସ୍ମିତା ଭଦ୍ର ଏହାର ନିନ୍ଦା କରିଥିଲେ ଏବଂ ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହିଥିଲେ ।

ଏହି ଅପରେସନରେ 3 ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହେବା ସହ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଅତିରିକ୍ତ ଏସପି ରାଜକିଶୋର ଦୋରା ଓ ଭବାନୀ ପ୍ରସାଦ ପଟ୍ଟନାୟକ, ଏସଡିପିଓ ଚିନ୍ମୟ କୁମାର ନାୟକ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା, ବଡଚଣା, କୁଆଖିଆ ଏବଂ ଜେନାପୁର ଥାନା ଅଧିକାରୀ ମାନେ ଉପସ୍ଥିତ ରହିଥିଲେ । ମୋଟମୋଟି ଭାବେ ଶାନ୍ତିଶୃଙ୍ଖଳା ମଧ୍ୟରେ ଶେଷ ହୋଇଥିଲା ଭଙ୍ଗାରୁଜା ଓ ଜବର ଦଖଲ ଉଚ୍ଛେଦ କାର୍ଯ୍ୟ । ଲମ୍ବା ଦିନର ପ୍ରତୀକ୍ଷା ପରେ ଶୁକ୍ରବାର ଏହାର ଯବନିକା ପଡିଛି । ଆସନ୍ତା 14ରେ ବଜେଟ ଅଧିବେଶନ ଥିବା ବେଳେ ସେତେବେଳେ କୌଣସି ପ୍ରଶ୍ନବାଣର ଶରବ୍ୟ ନହେବାକୁ ଏଥିପୂର୍ବରୁ କାମ ସାରିଦେଇଛି ପ୍ରଶାସନ । ଯାହା ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Anchor-ବହୁଚର୍ଚ୍ଚିତ ହରିଦାସପୁର ପିଇଓ ସ୍ମିତାରଣୀ ବିଶ୍ବାଳଙ୍କ ମୃତ୍ୟୁର 3 ମାସ ବିତିଛି। ପ୍ରଶାସନ ତରଫରୁ ଆଜି ଯେଉଁ ଘରେ ସ୍ମିତାରାଣୀଙ୍କ ମୃତ୍ୟୁ ହୋଇଥିଲା ସେହି ଗେଷ୍ଟହାଉସକୁ ଅକ୍ତିଆର କରିବା ସହ ତାକୁ ଭାଙ୍ଗିବା ପାଇଁ ଉଦ୍ୟମ ଜାରି ରହିଛି । ସେପଟେ ପ୍ରଶାସନ ଦ୍ବାରା ଘରର ଆସବାସ ପତ୍ର ବାହାରକୁ କାଢ଼ିନିଆଯାଉଛି। ଏସବୁ ରୂପେସଙ୍କ ପରିବାରକୁ ହସ୍ତାନ୍ତର କରାଯାଉଛି । ଏହି ଅପରେସନରେ 3 ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ ହେବା ସହ ଉପଜିଲ୍ଲାପାଳ ନାରାୟଣ ଚନ୍ଦ୍ର ଧଳ, ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଏସଡିପିଓ ଚିନ୍ମୟ କୁମାର ଧଳ, ଧର୍ମଶାଳା ତହସିଲଦାର ସରୋଜ କୁମାର ପଣ୍ଡା ଓ ବଡଚଣା ଏବଂ ଜେନାପୁର ଥାନା ଅଧିକାରୀଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ମାନେ ଉପସ୍ଥିତ ରହିଛନ୍ତି । ହେଲେ ଏହି କାର୍ଯ୍ୟକୁ ହରିଦାସପୁର ପଂଚାୟତ ସରପଞ୍ଚ ଓ ତାଙ୍କ ସମର୍ଥକ ଗ୍ରାମବାସୀ ଏହାକୁ ବିରୋଧ କରିଛନ୍ତି । ଏଥିସହ ସରପଞ୍ଚ ମଧୁସ୍ମିତା ଭଦ୍ର ଉପସ୍ଥିତ ଅଧିକାରୀମାନଙ୍କୁ ଏକ କୋର୍ଟ ଷ୍ଟେ ଅର୍ଡର ଦେଖାଇଥିଲେ ମଧ୍ୟ ତାକୁ ପ୍ରଶାସନ ଅଣଦେଖା କରିଛି ବୋଲି ଅଭିଯୋଗ ଆଣିଛନ୍ତି ।
Bite-01--ମଧୁସ୍ମିତା ଭଦ୍ର, ସରପଞ୍ଚ, ହରିଦାସପୁର ପଞ୍ଚାୟତ
Bite-02--ସ୍ଥାନୀୟ ସ୍ଥାନୀୟ ବାସିନ୍ଦା
Bite-3-ରାଜକିଶ୍ୱର ଡୋର, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷ, କଳିଙ୍ଗନଗରBody:NewsConclusion:
Last Updated : Feb 8, 2020, 10:11 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.