ETV Bharat / state

ବ୍ୟାସନଗର କଲେଜ ନିକଟରେ ଚଢ଼ାଉ, ଶହେ ବୋତଲ ନକଲି ମଦ ଜବତ

author img

By

Published : Nov 8, 2021, 10:26 PM IST

ବ୍ୟାସନଗର କଲେଜ ନିକଟରେ ଚଢ଼ାଉବେଳେ ୧୦୦ ବୋତଲ ନକଲି ମଦ ଜବତ ହୋଇଛି । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ଅଧିକ ପଢ଼ନ୍ତୁ...

ବ୍ୟାସନଗର କଲେଜ ନିକଟରେ ଚଢ଼ାଉ, ୧ ଶହ ବୋତଲ ନକଲି ମଦ ଜବତ

ଯାଜପୁର: ଯାଜପୁର ରୋଡ ଥାନା ବ୍ୟାସନଗର କଲେଜ ନିକଟରେ ଚଢ଼ାଉବେଳେ ୧୦୦ ବୋତଲ ନକଲି ମଦ ଜବତ ହୋଇଛି । କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଏହି ଚଢ଼ାଉ କରାଯାଇଥିଲା । ଏହି ମାମଲାରେ କଟକ ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଜଣଙ୍କୁ ଗିରଫ ମଧ୍ୟ କରାଯାଇଛି । ଏହି ଅଞ୍ଚଳରେ ପ୍ରତ୍ୟେକ ଦିନ ଶହଶହ ବୋତଲ ନକଲି ମଦ ବିକ୍ରି ହେଉଥିବା ଅଭିଯୋଗ ହୋଇ ଆସୁଥିଲା ।

ବ୍ୟାସନଗର କଲେଜ ନିକଟରେ ଚଢ଼ାଉ, ଶହେ ବୋତଲ ନକଲି ମଦ ଜବତ

କୌଣସି ସୂତ୍ରରୁ ଏହାକୁ ନେଇ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା । ଏହାପରେ ଅଚନକ ଏକ ଟିମ୍‌ ବ୍ୟାସନଗରରେ ପହଞ୍ଚି ଏହି ବେଆଇନ କାରବାର ଉପରେ ଚଢ଼ାଉ କରିଥିଲା । ଚଢ଼ାଉ ବେଳେ ଜଣେ ବ୍ୟକ୍ତିଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା ଅବକାରୀ ଗୁଇନ୍ଦା ବିଭାଗ । ଗିରଫ ଯୁବକ ଜଣକ ଢେଙ୍କାନାଳ ଜିଲ୍ଲାର କେଶବ ଚନ୍ଦ୍ର ଗୁରୁ ବୋଲି ଜଣାପଡିଛି । ଅଭିଯୁକ୍ତଙ୍କ ନିକଟରୁ ୧୦୦ ବୋତଲ ନକଲି ମଦ ଜବତ ହୋଇଛି ।

କେଶବ ବ୍ୟାସନଗର କଲେଜ ଦେଇ ଯାଉଥିବା ସମୟରେ ଅବକାରୀ ଗୁଇନ୍ଦା ବିଭାଗ ତାଙ୍କୁ ଗିରଫ କରିଛି । ଏସଆଇ ସୌମ୍ୟ ସିଂ ଭୋଇ ଓ ଏଏସଆଇ ରୁଦ୍ର ଚରଣ ମହାପାତ୍ରଙ୍କ ନେତୃତ୍ୱରେ ଏହି ଚଢ଼ାଉରେ ଅବକାରୀ ଗୁଇନ୍ଦା ବିଭାର କର୍ମଚାରୀ ବସନ୍ତ ମଲ୍ଲିକ, ଜଗନ୍ନାଥ ନାୟକ, ଲକ୍ଷ୍ମୀଧର ଖଣ୍ଡେଇ, ସୁରଜ ବୈଗ ଓ ପୂର୍ଣ୍ଣଜିତ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.