ETV Bharat / state

Tortoise Racketର ପର୍ଦ୍ଦାଫାସ, ବେପାରୀ ଗିରଫ - ଯାଜପୁରରେ କଇଁଛ କାରବାର

ମଧୁର ଜଳ କଇଁଛ କାରବାର ରାକେଟକୁ କାବୁ କଲେ ଛତିଆ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ। ଅଧିକ ପଢନ୍ତୁ

tortoise Racket କାବୁ କଲା ଛତିଆ ପୋଲିସ, ବେପାରୀ ଗିରଫ

author img

By

Published : Nov 29, 2021, 6:56 PM IST

ଯାଜପୁର: ମଧୁର ଜଳ କଇଁଛ କାରବାର ରାକେଟକୁ କାବୁ କଲେ ଛତିଆ ଫାଣ୍ଡି ଅଧିକାରୀ ଗୋବର୍ଦ୍ଧନ ନାୟକ । ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ସୋଲର ପଞ୍ଚାୟତର ମୁଳିଝର ମୁଣ୍ଡାସାହିର ସୁକଦେବ ମଣ୍ଡଳ ନାମକ ଜନୈକ ବ୍ୟକ୍ତିଙ୍କ ଘରୁ ଏହି କଇଁଛ କିଣାବିକା ହେଉଥିଲା । ସେହି ସମୟରେ ବିଶେଷ ସୂତ୍ରରୁ ଖବର ପାଇ ଛତିଆ ଫାଣ୍ଡି ଅଧିକାରୀ ସହଯୋଗୀଙ୍କ ସହ ଚଢ଼ାଉ କରିଥିଲେ ।

tortoise Racket କାବୁ କଲା ଛତିଆ ପୋଲିସ, ବେପାରୀ ଗିରଫ

୫୦ କେଜିରୁ ଊର୍ଦ୍ଧ୍ବ ମଧୁର ଜଳ କଇଁଛକୁ ଘଟଣା ସ୍ଥଳରୁ ପୋଲିସ ଜବତ କରିଥିବା ଦେଖିବାକୁ ମିଳିଛି । ଖବର ପାଇ ଡାଳିଯୋଡ଼ା ବନାଞ୍ଚଳ ଅଧିକାରୀ ସରୋଜ କୁମାର ମଲ୍ଲିକ ସଦଳବଳେ ଛତିଆ ଫାଣ୍ଡିରେ ପହଞ୍ଚି କଇଁଛ ଗୁଡିକୁ ଉଦ୍ଧାର କରିଛନ୍ତି । ବେଆଇନ ଚୋରା ଚାଲାଣକାରୀ ଅଜୟକୁ ଗିରଫ କରାଯାଇଛି ।

କାରବାରର ଅନ୍ୟତମ ମୁଖ୍ୟ ସୁକଦେବ ମଣ୍ଡଳ ଫେରାର ହୋଇଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ଗିରଫ ଅଭିଯୁକ୍ତ କଲିକତାର ସୁନାବନିଆଁ ଅଞ୍ଚଳର ଅଜୟ ବୋଲି ଜଣାପଡ଼ିଛି । ତେବେ ଦୀର୍ଘଦିନ ଧରି ଅବାଧରେ ଏହି କାରବାର ଚାଲୁ ରହିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଏହି ରାକେଟ ସକ୍ରିୟ ଥିବା ସୂଚନା ମିଳିଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.