ETV Bharat / state

ରାଜ୍ୟ ତାଇକୋଣ୍ଡୋ ଚମ୍ପିଆନସିପରେ ଭୁବନେଶ୍ବରର ବାଜିମାତ୍‌ - 34th odisha state taekwondo championship

ଯାଜପୁର ଜାରକା ଷ୍ଟାଡିୟମ ଠାରେ ୩ ଦିନ ଧରି ଚାଲିଥିବା ୩୪ତମ ଓଡିଶା ଷ୍ଟେଟ୍ ତାଇକୋଣ୍ଡୋ ଚମ୍ପିଆନସିପ ଉଦ୍‌ଯାପିତ ହୋଇଯାଇଛି । ସବ୍‌ଜୁନିୟର, ଜୁନିୟର, ସିନିୟର ବାଳକ, ବାଳିକା ବିଭାଗରେ ଭୁବନେଶ୍ବର ସର୍ବାଧିକ ପଏଣ୍ଟ ହାସଲ କରି ଟୁର୍ଣ୍ଣାମେଣ୍ଟରେ ଚମ୍ପିଆନ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Sep 10, 2019, 5:52 PM IST

ଯାଜପୁର: ଉଦ୍‌ଯାପିତ ହୋଇଯାଇଛି ୩୪ତମ ଓଡିଶା ଷ୍ଟେଟ୍ ତାଇକୋଣ୍ଡୋ ଚମ୍ପିଆନସିପ । ଯାଜପୁରର ଜାରକା ଷ୍ଟାଡିୟମରେ ୩ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଭୁବନେଶ୍ବର ଦଳ ଚମ୍ପିଆନ ହୋଇଛି । ସେହିପରି କେନ୍ଦ୍ରାପଡା ଦଳ ରନର୍ସଅପ ହୋଇଥିବାବେଳେ କେନ୍ଦୁଝର ଦଳ ତୃତୀୟ ସ୍ଥାନରେ ରହିଛି । ସବ୍‌ଜୁନିୟର, ଜୁନିୟର, ସିନିୟର ବାଳକ, ବାଳିକା ବିଭାଗରେ ଭୁବନେଶ୍ବର ସର୍ବାଧିକ ପଏଣ୍ଟ ହାସଲ କରି ଚମ୍ପିଆନ ହୋଇଛି।

ଏହି ପ୍ରତିଯୋଗିତାରେ ରାଜ୍ୟର ୨୭ଟି ଜିଲ୍ଲାରୁ ୫୪୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ବର୍ଗରେ ୩୪୦ଜଣ ବାଳକ ଓ ୨୦୬ଜଣ ବାଳିକା ଭାଗ ନେଇଥିଲେ। ଏହି ପ୍ରତିଯୋଗିତାକୁ ୨୦ଜଣ ଅଫିସିଆଲ ପରିଚାଳନା କରିଥିଲେ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

କେନ୍ଦୁଝର ବିଧାୟକ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚମ୍ପିଆନ୍ ଓ ରନର୍ସଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ। ଏଥିସହ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିଥିଭାବେ ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମହାନ୍ତି, ଯାଜପୁର ଜିଲ୍ଲା ତାଇକୋଣ୍ଡୋ ଆସୋସିଏସନ ସଭାପତି ସମୀର କୁମାର ମହାନ୍ତି ଓ ସମ୍ପାଦକ ଅଶ୍ବନୀ କୁମାର ମହାନ୍ତି ଯୋଗ ଦେଇଥିଲେ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

Intro:Slug-Taikwondo
format--avo
reporter—Gyanaranjan ojha
place--jajpur
date--10.09.19
Anchor-- ଉଦଯାପିତ ହୋଇଯାଇଛି ଓଡିଶା ଷ୍ଟେଟ୍ ତାଇକୋଣ୍ଡୋ ଚାମ୍ପିଅନସିପ୍ । ଯାଜପୁର ଜିଲ୍ଲା ଜାରକା ଷ୍ଟାଡିଅମଠାରେ ୩ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ଭୁବନେଶ୍ୱର ଦଳ ଚାମ୍ପିଅନ ହୋଇଥିବା ବେଳେ କେନ୍ଦ୍ରାପଡା ଦଳ ରନର୍ସ ଅପ ହୋଇଛି । ଯାଜପୁର ଜିଲ୍ଲା ଜାରକାସ୍ଥିତ କଳ୍ପତରୁ ଦାସ ଷ୍ଟାଡିଅମ୍ ଠାରେ ଅନୁଷ୍ଠିତ ୩୪ତମ ଓଡିଶା ଷ୍ଟେଟ୍ ତାଇକୋଣ୍ଡୋ ଚାମ୍ପିଅନସି ପ୍ରତିଯୋଗିତାରେ ରାଜ୍ୟର ୨୭ଟି ଜିଲ୍ଲାରୁ ୫୪୬ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ବିଭିନ୍ନ ବର୍ଗରେ ୩୪୦ଜଣ ବାଳକ ଓ ୨୦୬ଜଣ ବାଳିକା ଭାଗ ନେଇଥିଲେ । ଏହି ପ୍ରତିଯୋଗିତାକୁ ୨୦ଜଣ ଅଫିସିଆଲ ପରିଚାଳନା କରିଥିଲେ । ସବଜୁନିଆର, ଜୁନିଅର, ସିନିଅର ବାଳକ, ବାଳିକା ବିଭାଗରେ ଭୁବନେଶ୍ୱର ସର୍ବାଧିକ ପଏଂଟ୍ ହାସଲ କରି ଚାମ୍ପିଅନ ହୋଇଥିଲା । ସେହିପରି କେନ୍ଦ୍ରାପଡା ରନର୍ସ ଅପ୍ ହୋଇଥିବା ବେଳେ କେନ୍ଦୁଝର ଦଳ ତୃତୀୟ ସ୍ଥାନରେ ରହିଥିଲା । ଆୟୋଜିତ ଉଦଯାପନୀ ଉତ୍ସବରେ କେନ୍ଦୁଝର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଚାମ୍ପିଅନ୍ ଓ ରନର୍ସ ଅପ ଦଳକୁ ଟ୍ରଫି ପ୍ରଦାନ କରିଥିଲେ । ଏଥିସହ କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ । ଅତିଥିଭାବେ ରାଜ୍ୟ ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମହାନ୍ତି, ଯାଜପୁର ଜିଲ୍ଲା ତାଇକୋଣ୍ଡୋ ଆସୋସିଏସନ ସଭାପତି ସମୀର କୁମାର ମହାନ୍ତି ଓ ସଂପାଦକ ଅଶ୍ୱିନୀ କୁମାର ମହାନ୍ତି ଯୋଗଦେଇଥିଲେ ।

Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.