ଯାଜପୁର: ରାଜ୍ୟରେ ପୁଣି ବଢିଛି କଣ୍ଟେନମେଣ୍ଟ ଜୋନ ସଂଖ୍ୟା । ବରୀ ବ୍ଲକର 3ଟି ପଞ୍ଚାୟତର 7ଟି ଗାଁକୁ ରବିବାର କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି । ଶନିବାର ଜିଲ୍ଲାର ବରୀ ବ୍ଲକରୁ 4 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ତେଣୁ ରବିବାର ବରୀ ବ୍ଲକ ବାଇଁଶିରିଆ ପଞ୍ଚାୟତର ବାଇଁଶିରିଆ (ଆଂଶିକ), ବାଲିଆପାଳ, ସାରଙ୍ଗପୁର, ମହମ୍ମଦପୁର ଗାଁ, ଅଟିରା ପଞ୍ଚାୟତର ଅଟିରା (ଆଂଶିକ), ଔପଦା ଗାଁ ଓ ଉଦୟନାଥପୁର ପଞ୍ଚାୟତର ଉଦୟନାଥପୁର ଗାଁକୁ କଣ୍ଟେନମେଣ୍ଟ ଜୋନ ଭାବେ ଘୋଷଣା କରାଯାଇଛି ।
![corona in jajpur, containment zone in jajpur, containment zone, jajpur latest news, corona update, coronavirus news, ଯାଜପୁରରେ କୋରୋନା, ଯାଜପୁରରେ କଣ୍ଟେନମେଣ୍ଟ ଜୋନ, କଣ୍ଟେନମେଣ୍ଟ ଜୋନ, ଯାଜପୁର ଲାଟେଷ୍ଟ ନ୍ୟୁଜ୍, କୋରୋନା ଭାଇରସ ନ୍ୟୁଜ୍, କୋରୋନା ଅପଡେଟ](https://etvbharatimages.akamaized.net/etvbharat/prod-images/od-jjr-03-jajpur-containment-zone-dry-7204198_03052020203315_0305f_1588518195_141.jpg)
![corona in jajpur, containment zone in jajpur, containment zone, jajpur latest news, corona update, coronavirus news, ଯାଜପୁରରେ କୋରୋନା, ଯାଜପୁରରେ କଣ୍ଟେନମେଣ୍ଟ ଜୋନ, କଣ୍ଟେନମେଣ୍ଟ ଜୋନ, ଯାଜପୁର ଲାଟେଷ୍ଟ ନ୍ୟୁଜ୍, କୋରୋନା ଭାଇରସ ନ୍ୟୁଜ୍, କୋରୋନା ଅପଡେଟ](https://etvbharatimages.akamaized.net/etvbharat/prod-images/od-jjr-03-jajpur-containment-zone-dry-7204198_03052020203315_0305f_1588518195_255.jpg)
![corona in jajpur, containment zone in jajpur, containment zone, jajpur latest news, corona update, coronavirus news, ଯାଜପୁରରେ କୋରୋନା, ଯାଜପୁରରେ କଣ୍ଟେନମେଣ୍ଟ ଜୋନ, କଣ୍ଟେନମେଣ୍ଟ ଜୋନ, ଯାଜପୁର ଲାଟେଷ୍ଟ ନ୍ୟୁଜ୍, କୋରୋନା ଭାଇରସ ନ୍ୟୁଜ୍, କୋରୋନା ଅପଡେଟ](https://etvbharatimages.akamaized.net/etvbharat/prod-images/od-jjr-03-jajpur-containment-zone-dry-7204198_03052020203315_0305f_1588518195_1080.jpg)
ରବିବାର ଯାଜପୁର ଜିଲ୍ଲା ପ୍ରଶାସନ ଏନେଇ ଘୋଷଣା କରିଛି । ତେବେ ଆସନ୍ତା 16 ତାରିଖ ରାତି 8ଟା ପର୍ଯ୍ୟନ୍ତ ସମ୍ପୃକ୍ତ ଅଞ୍ଚଳରେ ଜାରି ରହିବ କଟକଣା। ଏନେଇ 3 ଜଣ ନୋଡାଲ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଛି । ଶନିବାର ସୁଦ୍ଧା ଯାଜପୁର ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 48ରେ ପହଞ୍ଚିଥିଲା । ସେଥିମଧ୍ୟରୁ ମାତ୍ର ଜଣେ ସମ୍ପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ