ETV Bharat / state

ଭୂତ କୋଠି ପାଲଟିଛି ଗ୍ରାମ ଉନ୍ନୟନ ବିଭାଗ କ୍ଵାଟର, କେବେ ହେବ କାର୍ଯ୍ୟକ୍ଷମ ? - lack of maintainace

ଉଈ ହୁଙ୍କା ପାଲଟିଛି ଗ୍ରାମ ଉନ୍ନୟନ ବିଭାଗର କ୍ୱାଟର । ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀରେ ପରିଣତ ହୋଇଥିବାବେଳେ କ୍ୱାଟର ଗୁଡିକ ଆଲଟମେଣ୍ଟ କରିବାକୁ ଦାବି କରିଛନ୍ତି ସ୍ଥାନୀୟବାସିନ୍ଦା । ଅଧିକ ପଢନ୍ତୁ

ପରିତ୍ୟକ୍ତ ଅବସ୍ଥାରେ ଗ୍ରାମ ଉନ୍ନୟନ ବିଭାଗ କ୍ୱାଟର

author img

By

Published : Jun 24, 2023, 8:33 AM IST

ପରିତ୍ୟକ୍ତ ଅବସ୍ଥାରେ ଗ୍ରାମ ଉନ୍ନୟନ ବିଭାଗ କ୍ୱାଟର

ଯାଜପୁର: ମାତ୍ର 6 ବର୍ଷ ହେବ ନିର୍ମାଣ ହେଇଥିବା ଗ୍ରାମ ଉନ୍ନୟନ ବିଭାଗର କ୍ୱାଟର ପାଲଟିଛି ଉଈ ହୁଙ୍କା । ଘରର ଚତୁଃପାର୍ଶ୍ବ ଘାସ ଜଙ୍ଗଲରେ ପରିପୂର୍ଣ୍ଣ ଥିବାବେଳେ ଏହା ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଘର ଭିତରେ ଗଦା ହୋଇଛି ମଦ ବୋତଲ, ସିଗାରେଟ ଓ ଅନ୍ୟାନ୍ୟ ନିଶାରେ ବ୍ୟବହୃତ ସାମଗ୍ରୀ । ଏଭଳି ଘଟଣା ନିତି ଦିନ ଦେଖିବାକୁ ମିଳୁଛି ଯାଜପୁର ବ୍ୟାସନଗର ଦଳା ନିକଟସ୍ଥ ଗ୍ରାମ ଉନ୍ନୟନ ବିଭାଗ କ୍ୱାଟର ଘରେ ।

ବ୍ୟାସନଗର ଦଳା ସ୍ଥିତ ଇନ୍ଦିରାଗାନ୍ଧୀ କଲେଜ ହଷ୍ଟେଲ ପଛପଟେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ମୋଟ ୭ଟି କ୍ୱାଟର । ଆଜକୁ ଦୀର୍ଘ ବର୍ଷ ହେବ ଏହି କ୍ୱାଟର ଘର ନିର୍ମାଣ ଶେଷ ହୋଇଥିଲେ ସୁଦ୍ଧା ତାଲା ପକାଇ ରଖିଛି ଗ୍ରାମ୍ୟ ଉନ୍ନୟନ ବିଭାଗ । ତେବେ ତାଲା ପଡି ରହିଥିବାରୁ ଏବେ କ୍ବାଟର ଗୁଡିକ ଭୂତକୋଠି ପାଲଟିଛି । କେଉଁଠି ଛାତଭାଙ୍ଗି ଗଳି ପଡିଛି ତ ଆଉ କେଉଁଠି ସୁଇଚ ବୋର୍ଡ ଉପୁଡି ପଡିଛି । ଏହି ସ୍ଥାନ ପ୍ରତ୍ୟେକ ଦିନ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏଠାରୁ ମାତ୍ର ୫୦୦ ମିଟର ଦୂରରେ ରହିଛି ଇନ୍ଦିରାଗାନ୍ଧୀ ମହିଳା ମହାବିଦ୍ୟାଳୟ, ମହିଳା ହଷ୍ଟେଲ, ସନ୍ତରା ଗ୍ରାମ ଓ ନୂଆକରି ଗଢି ଉଠିଥିବା ୩ ଟି କଲୋନୀ । ଏହାର ଚାରିପଟେ ପାଖାପାଖି ୧ ହଜାର ୫୦୦ରୁ ଊର୍ଦ୍ଧ୍ବ ଲୋକ ବସବାସ କରୁଛନ୍ତି । କଲେଜର ଛାତ୍ରୀ ଓ କଲୋନୀ ବାସିନ୍ଦାଙ୍କୁ ମଧ୍ୟ ଏହି ଦୁର୍ବୃତ୍ତମାନେ ବିଭିନ୍ନ ସମୟରେ ହଇରାଣ କରୁଥିବା ଅଭିଯୋଗ ହେଉଛି ।

ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟାଳୟର ଅତି ନିକଟରେ ବିଭାଗ ପକ୍ଷରୁ ନିର୍ମାଣ ହୋଇଛି ଏହି କ୍ୱାଟର । ଏ ବିଷୟରେ ବିଭାଗୀୟ ଅଧିକାରୀଙ୍କୁ ପଚାରିବାରୁ ସେ କିଛି କହିବାକୁ ମନା କରିଛନ୍ତି । ରାଜ୍ୟ ରାଜକୋଷରୁ ଲକ୍ଷ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି କ୍ୱାଟର ବ୍ୟବହାର ନ ହୋଇ ଦୀର୍ଘ ୫ ବର୍ଷ ହେବ ପଡିରହିଛି । ଘର ଭିତରେ ଉଈ ହୁଙ୍କା ଓ ବାହାରେ ଲତା ମାଡି ଯାଇଛି । ଯଥାଶୀଘ୍ର ଏହି ଘର ଗୁଡିକୁ ଅସାମାଜିକ ବ୍ୟକ୍ତିଙ୍କ କବଳରୁ ଉଦ୍ଧାର କରାଯାଇ କାର୍ଯ୍ୟରେ ନିୟୋଜିତ କରାଯାଉ ନଚେତ ଗରିବ ଅସହାୟଙ୍କୁ ଦିଆଯାଉ ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା । ସେପଟେ ଖୁବଶୀଘ୍ର ଏହି କ୍ୱାଟର ଗୁଡିକ ଆଲଟମେଣ୍ଟ ହେବ ବୋଲି କହିଛନ୍ତି ଯାଜପୁର ଜିଲ୍ଲାପାଳ । ଏନେଇ ଯଥାଶୀଘ୍ର ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ବିଭାଗୀୟ ମନ୍ତ୍ରୀ ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.