ETV Bharat / state

ସରିନି ନଦୀବନ୍ଧ କାମ, ଯାଜପୁରବାସୀଙ୍କୁ ଗୋଡାଉଛି ବନ୍ୟା ଭୟ - flood

ଯାଜପୁରକୁ ଘାରିଲା ଜଳବନ୍ଦୀ ଚିନ୍ତା । କୋରେଇ ବ୍ଲକ ମୁକୁନ୍ଦପୁର ଅଞ୍ଚଳ ଓ ଆଖପାଖ 13ଟି ଅଞ୍ଚଳ ଏବେ ବନ୍ୟା ଭୟରେ ଥରହର । ବୈତରଣୀ ପାଖ ନଦୀବନ୍ଧ ନିର୍ମାଣ ପାଇଁ ପ୍ରସ୍ତାବ ଆଗତ ପରେ ସରିନି କାମ ।

ଡିଜାଇନ ଫଟୋ
author img

By

Published : Jul 12, 2019, 4:19 PM IST

ଯାଜପୁର: ଆସିଲା ମୌସୁମୀ । ଘାରିଲା ବନ୍ୟା ଚିନ୍ତା । ନଦୀବନ୍ଧ କାମ ସରିନଥିବାରୁ ଚିନ୍ତାରେ ଯାଜପୁର ଜିଲ୍ଲା କୋରେଇ ବ୍ଲକ ମୁକୁନ୍ଦପୁର ଅଞ୍ଚଳ ଓ ଆଖପାଖ 13ଟି ଅଞ୍ଚଳ ଗ୍ରାମବାସୀ ।

ବୈତରଣୀ ଦେଉଛି ଦୁଃଖ

ବର୍ଷାରେ ଚାଷବାସ, ଧନସମ୍ପତ୍ତି ସବୁକିଛି ଉଜୁଡିବା ସହିତ ଗମନାଗମନ ବିଛିନ୍ନ ହୋଇଥାଏ । ତେବେ ପ୍ରଶାସନିକ ଉଦାସୀନତା ଯୋଗୁଁ ନଦୀବନ୍ଧ କାମ ଅସମ୍ପୂର୍ଣ୍ଣ ହୋଇ ପଡିରହିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଫଳରେ ବର୍ଷବର୍ଷ ଧରି ନଦୀକୂଳିଆ ଲୋକେ ନାନା ଅସୁବିଧା ଭୋଗୁଛନ୍ତି ।

ବନ୍ୟା ନିୟନ୍ତ୍ରଣ ଏବଂ ନଦୀବନ୍ଧ ନିର୍ମାଣ ପାଇଁ ସରକାରୀ ସ୍ତରରେ ପ୍ରସ୍ତାବ ମଧ୍ୟ ଆଗତ ହୋଇଛି । ହେଲେ ଏଯାଏଁ ଏହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରିନି । ଏଥିପାଇଁ ଲୋକେ ପ୍ରଶାସନ ଓ ସରକାରଙ୍କ ଖାମଖିଆଲିକୁ ଦାୟୀ କରିଛନ୍ତି । ତୁରନ୍ତ ନଦୀବନ୍ଧ ଓ ରାସ୍ତା ନିର୍ମାଣ କରା ନ ଗଲେ ଅଞ୍ଚଳବାସୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି ।

ପ୍ରତି ବର୍ଷ ବନ୍ୟା ଆସିଲେ ନଦୀବନ୍ଧ ମୁକୁଳା ଥିବା ବାଟ ଦେଇ ବନ୍ୟାଜଳ ଗାଁ ଗୁଡିକୁ ପ୍ରବେଶ କରେ ଏବଂ ବ୍ୟାପକ ଚାଷବାସ ଓ ଫସଲ ନଷ୍ଟ ହୁଏ । ଚାଷ ଉଜୁଡିଯାଏ ,ଘର-ଦ୍ବାର, ଧନସମ୍ପତି ବନ୍ୟାଜଳରେ ଭାସି ଯାଏ । ପିଲାଙ୍କ ପାଠପଢ଼ାରେ ସମସ୍ୟା ଉପୁଜେ । ରୋଗୀ ଟିଏ ଡାକ୍ତରଖାନାକୁ ଯାଇନପାରି ହନ୍ତସନ୍ତ ହୁଏ । ଏହା ବ୍ୟତୀତ ଗମନାଗମନରେ ମଧ୍ୟ ପ୍ରତିବନ୍ଧକ ଦେଖାଦିଏ ।

ସବୁଠାରୁ ବଡ଼ କଥା ହେଲା ଏହି ନଦୀଟି ଦୁଇଟି ଜିଲ୍ଲା ଯଥା ଯାଜପୁର ଓ କେନ୍ଦୁଝରକୁ ସଂଯୋଗ କରିଥାଏ । କେନ୍ଦୁଝର ପଟେ ନଦୀବନ୍ଧ ତିଆରି ସହିତ ପଥର ପେକିଂ କାମ ସରିଛି । ହେଲେ ଯାଜପୁର ପଟେ ବୈତରଣୀ ତଟରେ ପ୍ରାୟ 10 କିମି ଦୂରତା ପର୍ଯ୍ୟନ୍ତ ନଦୀବନ୍ଧ ତିଆରି ହୋଇପାରିନି । ତେବେ ଗୋଟିଏ ପାର୍ଶ୍ବରେ ନଦୀବନ୍ଧ ନଥିବାରୁ ଏହି ଅଞ୍ଚଳର ଲୋକେ ପୂର୍ବ ଅପେକ୍ଷା ଅଧିକ କ୍ଷତିଗ୍ରସ୍ତ ଏବଂ ପ୍ରଭାବିତ ହେଉଛନ୍ତି । ସେପଟେ ନଦୀବନ୍ଧର ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଶେଷ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।

ତେବେ କେତେ ଶୀଘ୍ର ନଦୀବନ୍ଧ ନିର୍ମାଣ ହେବ । ବନ୍ୟା ନିୟନ୍ତ୍ରଣ ହେବା ସହିତ ମୁକୁନ୍ଦପୁର ବାସୀଙ୍କ ଦୁଃଖ ଆଉ ଦୁର୍ଦ୍ଦଶା ଦୂର ହେବ ତାହା ସମସ୍ତଙ୍କ ଅପେକ୍ଷା ।

ଯାଜପୁରର ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:Body:

BLANK  FOR STORY

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.