ETV Bharat / state

9 ଦିନର ଲୁଚକାଳି ପରେ କାବୁ ହେଲା ନରହନ୍ତା ଦନ୍ତା - ନରହନ୍ତା ଦନ୍ତା

ଦୀର୍ଘ 9 ଦିନର ଲୁଚକାଳି ପରେ ଧରାପଡିଲା ନରହନ୍ତା ଦନ୍ତା । 12 ଘଣ୍ଟାର ଅପରେସନ ପରେ ହାତୀକୁ କାବୁ କରିବାରେ ସଫଳ ହୋଇଛି ବନବିଭାଗ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

AA
9 ଦିନର ଲୁଚକାଳି ପରେ କାବୁ ହେଲା ନରହନ୍ତା ଦନ୍ତା
author img

By

Published : Jan 28, 2020, 6:27 AM IST

ଯାଜପୁର: ଦୀର୍ଘ 9 ଦିନର ଲୁଚକାଳି ପରେ ଧରାପଡିଲା ନରହନ୍ତା ଦନ୍ତା । ଯାଜପୁର ଜିଲ୍ଲାରେ ଆତଙ୍କ ଖେଳାଇଥିବା ଦନ୍ତାକୁ ଧରିଲା ଡ୍ରୋନ । 12 ଘଣ୍ଟାର ଅପରେସନ ପରେ ହାତୀକୁ କାବୁ କରିବାରେ ସଫଳ ହୋଇଛି ବନବିଭାଗ ।

9 ଦିନର ଲୁଚକାଳି ପରେ କାବୁ ହେଲା ନରହନ୍ତା ଦନ୍ତା

ନନ୍ଦନକାନନ, ଶିମିଳିପାଳ, କେନ୍ଦୁଝର ଓ ଅନୁଗୋଳ ଅଞ୍ଚଳରୁ ବିଶେଷଜ୍ଞ ଦଳ ଆସି ଆରମ୍ଭ କରିଥିଲେ ହାତୀ ଧରା ଅପରେସନ । ଗଜରାଜକୁ କାବୁ କରିବା ପାଇଁ ବ୍ୟବହାର ହୋଇଥିଲା ଡ୍ରୋନ କ୍ୟାମେରା ଓ ଟ୍ରାଙ୍କୁଲାଇଜର । ଶେଷରେ ଧୂଳିଗଡ଼ ଜଙ୍ଗଲରେ ହାତୀ ଥିବା ଜାଣିପାରି ତା ଉପରେ ପ୍ରୟୋଗ କରାଯାଇଥିଲା ନିସ୍ତେଜକ । ଆଉ ଦାନଗଦୀ ବ୍ଲକ ଗଣ୍ଟିପୁର ଗାଁରୁ ଜେସିବି ସାହାଯ୍ୟରେ ଉଦ୍ଧାର ହେଲା ଦନ୍ତା ।

9 ଦିନ ଧରି ଦନ୍ତା ଆତଙ୍କରେ ଆତଙ୍କିତ ଥିଲେ ଜିଲ୍ଲାର ଦାନଗଦୀ, କୋରାଇ ଓ ରସୁଲପୁର ବ୍ଲକର ଅଧିକାଂଶ ଗାଁ । କେତେବେଳେ ଘର ଭାଙ୍ଗିଲା ତ ଫସଲ ନଷ୍ଟ କରୁଥିଲା ନରହନ୍ତା ଦନ୍ତା । ସେହିପରି 4 ଜଣଙ୍କୁ ଦଳି ମାରି ଦେଇଥିବାବେଳେ 10 ଜଣଙ୍କୁ ଘାଇଲା କରିଥିଲା । ବନବିଭାଗକୁ ନାକେଦମ କରିବା ସହ ଧରା ଦେଉନଥିଲା ଦନ୍ତା । ଏଥିଯୋଗୁଁ ସ୍କୁଲ କଲେଜ ଛୁଟି ଘୋଷଣା କରିବାକୁ ବାଧ୍ୟ ହୋଇଥିଲେ ଜିଲ୍ଲାପାଳ ।

ବନବିଭାଗର ମାରାଥନ ମିଶନ ପରେ ଶେଷରେ ଟ୍ରାଙ୍କୁଲାଇଜ ହୋଇଛି ନରହନ୍ତା ଦନ୍ତା । ଆଉ ଶାନ୍ତିରେ ନିଶ୍ବାସ ମାରିଛନ୍ତି ଯାଜପୁର ଜିଲ୍ଲାବାସୀ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:ହସ୍ତତନ୍ତ ମେଳା ଭିଯୁଆଲ

Body:ହସ୍ତତନ୍ତ ମେଳା ଭିଯୁଆଲ

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.