ଯାଜପୁର: କୋରେଇ ଥାନା ମୁକୁନ୍ଦପୁର ବୈତରଣୀ ନଦୀ ପଠାରୁ ନାବାଳକର ମୃତଦେହ ଉଦ୍ଧାର ଘଟଣା l ଅପ୍ରାକୃତିକ ଯୌନ ସମ୍ପର୍କ ପରେ ନାବାଳକକୁ ହତ୍ୟାକରି ଫିଙ୍ଗିଥିଲା ଅଭିଯୁକ୍ତ । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ l ହତ୍ୟାକାରୀ ମୁକୁନ୍ଦପୁର ଗ୍ରାମର ହେମନ୍ତ ଖଟୁଆ l ଗତ ଶନିବାର ମୁକୁନ୍ଦପୁର ଗାଁର ବାସୁଦେବଙ୍କ ନାବାଳକ ପୁଅର ମୃତଦେହ ନିକଟସ୍ଥ ବାଲିଆପାଳ ନାଳରୁ ମିଳିଥିଲା। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ତଦନ୍ତ ଜାରି ରଖିଥିଲା । ପୋଲିସ ଜାଲରେ ଶେଷରେ ଧରା ପଡ଼ିଛି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ।
କୋରେଇ ଥାନା ମୁକୁନ୍ଦପୁର ଗ୍ରାମର ବାସୁଦେବ ଦାସଙ୍କ ନାବାଳକ ପୁଅ ତ୍ରିଲୋଚନର ମୃତଦେହ ବୈତରଣୀ ନଦୀ ପଠାରେ ଥିବା ଏକ ଖାଲରୁ ମିଳିଥିଲା । ମୃତଦେହ ଜବତ ଘଟଣାରେ କୋରେଇ ପୋଲିସ ଆଜି(ମଙ୍ଗଳବାର) ଏହି ଗ୍ରାମର ବୁଦ୍ଧିରାମ ଖଟୁଆଙ୍କ ପୁଅ ହେମନ୍ତ ଖଟୁଆକୁ ଗିରଫ କରି କୋର୍ଟ ଚାଲାଣ କରିଛି l ଅପ୍ରାକୃତିକ ଯୌନ ସମ୍ପର୍କ ପରେ ନାବାଳକକୁ ହତ୍ୟାକରି ଫିଙ୍ଗିଥିବା ପୋଲିସ ସୂଚନା ଦେଇଛି l ଅଭିଯୁକ୍ତ ବିରୋଧରେ ପୋଲିସ୍ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥିବା ଥାନା ଅଧିକାରୀ ରଞ୍ଜିତ କୁମାର ମହାନ୍ତି ସୂଚନା ଦେଇଛନ୍ତି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ