ETV Bharat / state

ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ - Madhusudan birth anniversary

ଆଜି ଆଇନଜୀବୀ ଦିବସ ତଥା କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ବ୍ୟାସନଗର ତହସିଲ କାର୍ଯ୍ୟାଳୟ ପରିସରରେ କଳିଙ୍ଗନଗର ଓକିଲ ସଂଘ ତରଫରୁ ନିରାଡ଼ମ୍ବର ଭାବରେ ମଧୁବାବୁଙ୍କ ଜୟନ୍ତୀ ପାଳନ କରାଯାଇଛି । ଅଧିକ ପଢନ୍ତୁ...

ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ
ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ
author img

By

Published : Apr 28, 2021, 10:40 PM IST

ଯାଜପୁର : ଆଜି ଆଇନଜୀବୀ ଦିବସ ତଥା କୁଳବୃଦ୍ଧ ମଧୁସୂଦନ ଦାସଙ୍କ ଜନ୍ମ ଜୟନ୍ତୀ ଅବସରରେ ବ୍ୟାସନଗର ତହସିଲ କାର୍ଯ୍ୟାଳୟ ପରିସରରେ କଳିଙ୍ଗନଗର ଓକିଲ ସଂଘ ତରଫରୁ ନିରାଡ଼ମ୍ବର ଭାବରେ ମଧୁବାବୁଙ୍କ ଜୟନ୍ତୀ ପାଳନ କରାଯାଇଛି । ତହସିଲ କାର୍ଯ୍ୟାଳୟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ତହସିଲଦାର ଶରତ ଚନ୍ଦ୍ର ମହାପାତ୍ର, ଓକିଲ ସଂଘର ସଭାପତି ମନୀନ୍ଦ୍ର ଧଳ, ବରିଷ୍ଠ ଆଇନଜୀବୀ ବ୍ରଜ କିଶୋର ପତି ତଥା ଅନ୍ୟ ଓକିଲମାନେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ କରିଥିଲେ।

ଓକିଲ ସଂଘ ପକ୍ଷରୁ ମଧୁବାବୁଙ୍କ ଜୟନ୍ତୀ ପାଳିତ

ଏହି ଅବସରରେ ସ୍ଥାନୀୟ ଯୁବକ ପ୍ରୀତିଶ କୁମାର ସାମଲ ଓଡ଼ିଶା ଜୁଡ଼ିସିଆଲ ସର୍ଭିସରେ କୃତକାର୍ଯ୍ୟ ହୋଇଥିବାରୁ ତାଙ୍କୁ ସମ୍ମାନିତ କରାଯାଇଥିଲା । ଆଗାମୀ ଦିନରେ ସମସ୍ତ ସରକାରୀ କାମକୁ ଓଡ଼ିଆରେ କରାଯିବା ପାଇଁ ସରକାରଙ୍କ ନିକଟରେ ଦାବି କରିବେ ବୋଲି ଓକିଲ ସଂଘର ସଭାପତି ମନୀନ୍ଦ୍ର ଧଳ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭ ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.