ETV Bharat / state

କୋରେଇରେ ମିଳିମିଶି ମା’ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରୁଛନ୍ତି ହିନ୍ଦୁ-ମୁସଲିମ

author img

By

Published : Oct 22, 2021, 8:23 PM IST

ପାର୍ବଣ ଋତୁରେ ଧରାବତରଣ କରିଛନ୍ତି ମା' ଗଜଲକ୍ଷ୍ମୀ । ଏହି ପୂଜାରେ ଯାଜପୁର ଜିଲ୍ଲା କୋରେଇ ବ୍ଲକରେ ହିନ୍ଦୁ ଓ ମୁସଲିମ ମିଶି ପୂଜାର୍ଚ୍ଚନା କରୁଥିବା ଦେଖିବାକୁ ମିଳିଛି । ଅଧିକ ପଢନ୍ତୁ...

ମା' ଗଜଲକ୍ଷ୍ମୀ ପୂଜା: କୋରେଇ ବ୍ଲକରେ ହିନ୍ଦୁ-ମୁସଲିମ ମିଶି କରୁଛନ୍ତି ପୂଜାର୍ଚ୍ଚନା

ଯାଜପୁର: ଚାଲିଛି ପାର୍ବଣର ଋତୁ । ଧରାବତରଣ କରିଛନ୍ତି ଧନଦାତ୍ରୀ ମା' ଲକ୍ଷ୍ମୀ । ମା'ଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରଠୁ ପଲ୍ଲୀ । ତେବେ ଯାଜପୁରର କୋରେଇ ବ୍ଲକ ତାରାକୋଟ ଗ୍ରାମରେ ହିନ୍ଦୁ ଓ ମୁସଲିମ ଧର୍ମାବଲମ୍ବୀ ମିଶି ମା'ଙ୍କୁ ଆରାଧନା କରୁଥିବା ଦେଖିବାକୁ ମିଳିଛି ।

ତାରାକୋଟ ଗ୍ରାମ ମା' ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ପ୍ରସିଦ୍ଧ । ମା'ଙ୍କ ପୂଜା ଆସିଲେ ଆଖପାଖ ବହୁ ଗ୍ରାମର ଲୋକେ ଏଠାକୁ ପୂଜା ଦେଖିବାକୁ ଆସନ୍ତି । ଆଲୋକ ମାଳାରେ ସୁସଜ୍ଜିତ ହୋଇଥାଏ ସମସ୍ତ ପୂଜା ମଣ୍ଡପ । ଉତ୍ସବ ମୁଖର ହୋଇଉଠେ ଗାଁ । ପାଖାପାଖି 25 ଗୋଟି ପୂଜାମଣ୍ଡପରେ ମା'ଙ୍କ ପୂଜା କରାଯାଏ । କାହିଁ କେଉଁ ଅନାଦି କାଳରୁ ଏହି ପୂଜା ହୋଇଆସୁଛି ।

୨ ବର୍ଷ ହେବ କୋରୋନା ମହାମାରୀ ପାଇଁ ଆଉ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉନାହିଁ କିନ୍ତୁ ଲୋକେ ରୀତିନୀତି ଅନୁସାରେ ପାଳନ କରୁଛନ୍ତି ମା'ଙ୍କ ପୂଜା । ପୂର୍ବରୁ ସମସ୍ତ ସାହିର ମୂର୍ତ୍ତିକୁ ଏକା ସାଙ୍ଗରେ ଶୋଭାଯାତ୍ରାରେ ଆଣି ବିସର୍ଜନ କରିଥାନ୍ତି । ଏହି ପୂଜା ସମୟରେ ସମସ୍ତଙ୍କ ଘରେ ଏକ ଖୁସି ଆନନ୍ଦର ମାହୋଲ ସୃଷ୍ଟି ହୁଏ ।

ସବୁଠାରୁ ବଡ଼କଥା ଏଠି ରହୁଥିବା ମୁସଲମାନମାନେ ମଧ୍ୟ ପୂଜାରେ ସହଯୋଗ କରନ୍ତି ଓ ପୂଜାକୁ ଉପଭୋଗ କରନ୍ତି । ସବୁବେଳେ ସେମାନେ ଗୋଟିଏ ଭାଇଚାରା ମଧ୍ୟରେ ଚଳନ୍ତି । ମା' ଗଜଲକ୍ଷ୍ମୀଙ୍କ ପୂଜା ଆସିଲେ କେବଳ ଏହି ତାରାକୋଟ ଗାଁ ନୁହେଁ ସାରା ଅଞ୍ଚଳର ଲୋକମାନେ ଏହି ପୂଜାକୁ ଆନନ୍ଦ ଉଲ୍ଲାସରେ ଉପଭୋଗ କରିଥାନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.