ETV Bharat / state

ଭଦ୍ରକରୁ ନିଖୋଜ ବାଳକର ଯାଜପୁରରୁ ମୃତଦେହ ଉଦ୍ଧାର

author img

By

Published : Jul 29, 2020, 12:45 AM IST

ଗତ ଦୁଇ ଦିନ ତଳେ ଭଦ୍ରକରୁ ନିଖୋଜ ହୋଇଥିବା ବାଳକର ମଙ୍ଗଳବାର ଯାଜପୁରରୁ ଉଦ୍ଧାର ହୋଇଛି ମୃତଦେହ । ସ୍ଥାନୀୟ ପାଣିକୋଇଲି ଥାନା ମୂଳାପାଳ ନିକଟରେ ଥିବା ବୈତରଣୀ ନଦୀରୁ ଏହି ମୃତଦେହ ଜବତ ହୋଇଥିବା ଜଣା ପଡିଛି ।

deadbody found in baitarani river, bhadrak's lost boy found dead in jajpur, jajpur latest news, deadbody found from jajpur baitarani river, ବୈତରଣୀ ନଦୀରେ ମୃତ ଦେହ ଉଦ୍ଧାର, ଭଦ୍ରକର ନିଖୋଜ ବାଳକ ଯାଜପୁରରୁ ଉଦ୍ଧାର, ଯାଜପୁର ବୈତରଣୀ ନଦୀରୁ ନିଖୋଜ ବାଳକର ମୃତ ଦେହ ଉଦ୍ଧାର, ଯାଜପୁର ଲାଟେଷ୍ଟ ନ୍ୟୁଜ୍‌
ଭଦ୍ରକରୁ ନିଖୋଜ ବାଳକର ଯାଜପୁରରୁ ମୃତଦେହ ଉଦ୍ଧାର

ଯାଜପୁର: ଗତ ଦୁଇ ଦିନ ତଳେ ଭଦ୍ରକରୁ ନିଖୋଜ ହୋଇଥିବା ବାଳକର ମଙ୍ଗଳବାର ଯାଜପୁରରୁ ଉଦ୍ଧାର ହୋଇଛି ମୃତଦେହ । ସ୍ଥାନୀୟ ପାଣିକୋଇଲି ଥାନା ମୂଳାପାଳ ନିକଟରେ ଥିବା ବୈତରଣୀ ନଦୀରୁ ଏହି ମୃତଦେହ ଜବତ ହୋଇଥିବା ଜଣା ପଡିଛି । ଏନେଇ ସ୍ଥାନୀୟ ବାସିନ୍ଦା ପୋଲିସକୁ ଖବର କରିବା ପରେ ପୋଲିସ ତାଙ୍କ ପରିବାରକୁ ସୂଚନା ଦେଇଛି । ଏଥିସହ ମୃତଦେହକୁ ପରିବାର ପାଖକୁ ପଠାଇବା ପାଇଁ ମଧ୍ୟ ବ୍ୟବସ୍ଥା କରାଯାଉଛି ।

ସୂଚନା ଅନୁଯାୟୀ ଦୁଇ ଦିନ ତଳେ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଝୁଣ୍ଟୁଣା ଗ୍ରାମର ବିଶ୍ବନାଥ ସାହୁଙ୍କ 12 ବର୍ଷୀୟ ପୁଅ ରାଜେଶ ସାହୁ ନିଖୋଜ ହୋଇଯାଇଥିଲା । ବୈତରଣୀ ନଦୀରେ ଗାଧୋଇବା ସମୟରେ ଗୋଡ ଖସିୟାଇ ସେ ନଦୀରେ ଭାସି ଯାଇଥିଲେ । ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଯାଜପୁରରେ ତାଙ୍କର ମୃତଦେହ ଠାବ କରାଯାଇଛି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.