ETV Bharat / state

ସୁନା ଦୋକାନ ଲୁଟ ଉଦ୍ୟମ ପଣ୍ଡ କଲା ଯାଜପୁର ପୋଲିସ - ସୁନା ଦୋକାନ ଲୁଟ

ଯାଜପୁର ରୋଡ ଥାନା ଅଞ୍ଚଳରେ ଏକ ସୁନାଦୋକାନ ଡକାୟତି ଯୋଜନା ପଣ୍ଡ କରିଛି ଯାଜପୁର ପୋଲିସ । 5 ଆନ୍ତଃରାଜ୍ୟ ଡକାୟତକୁ ଗିରଫ କରାଯିବା ସହ ଜଣେ ନାବାଳକକୁ ଅଟକ ରଖିଛି ପୋଲିସ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଯାଜପୁର
author img

By

Published : Aug 7, 2019, 10:05 PM IST

ଯାଜପୁର: ସୁନା ଦୋକାନରେ ଡକାୟତି ପାଇଁ ଉଦ୍ୟମ କରୁଥିଲେ ଡକାୟତ । ଆଉ ସେମାନଙ୍କ ଯୋଜନାକୁ ପଣ୍ଡ କରିଥିଲା ଯାଜପୁର ପୋଲିସ । ଯାଜପୁର ଜିଲ୍ଲା ରୋଡ ପୋଲିସ ହାତରେ ଧରା ପଡିଲେ 5 ଆନ୍ତଃରାଜ୍ୟ ଡକାୟତ ଓ ଆଉ ଜଣେ ସୋବରା ଅଞ୍ଚଳର ମୋବାଇଲ୍ ଦୋକାନୀ ତଥା ଲୁଟ ସାମଗ୍ରୀ ବିକ୍ରେତା । ଗିରଫ ମାନଙ୍କ ମଧ୍ୟରେ ଜଣେ ନାବାଳକ ଥିବା ଜଣାପଡିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଯାଜପୁର

ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଓ 4ଟି ବାଇକ ସହିତ 5 ଲାପଟପ, 48ଟି ମୋବାଇଲ ଫୋନ, 2ଟି କ୍ୟାମେରା, ଗୋଟିଏ ଏଲଇଡି ଟିଭି ଓ ଲୁଟ ସୁନାଗହଣା ଜବତ କରାଯାଇଛି । ଗିରଫ ଡକାୟତଙ୍କ ନାମରେ ପୃଥକ ପୃଥକ 6ଟି ସ୍ଥାନରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏହି ଡକାୟତ ଗ୍ୟାଙ୍ଗ ଯାଜପୁର ରୋଡ ଥାନା ଅଞ୍ଚଳରେ ଏକ ସୁନାଦୋକାନ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୋଲିସ ହାତରେ ଧରାପଡିଥିଲେ ।

ଯାଜପୁର ରୋଡ ପୋଲିସ 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ନାବାଳକକୁ ଜୁଭେନାଲକୁ ପଠାଇ ଦିଆଯାଇଛି। ସୁଚନା ଅନୁସାରେ ଏମାନେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଅଞ୍ଚଳରେ ଡକାୟତି କରିବାରେ ସଫଳ ହୋଇଥିଲେ । ଏମାନେ ମୁଖ୍ୟତଃ ଇଲେକ୍ଟ୍ରୋନିକ୍ ସାମଗ୍ରୀ ଲୁଟ୍ କରିବା ଉପରେ ଗୁରୁତ୍ବ ଦେଇଥାନ୍ତି । ଏହି ଡକାୟତ ମାନେ ଚୋରି ସାମଗ୍ରୀକୁ ନେଇ ସୋବରାର ଏକ ମୋବାଇଲ୍ ଦୋକାନରେ ବିକ୍ରି କରିଥାନ୍ତି । ସମ୍ପୃକ୍ତ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ ଗିରଫ କରିଛି । ଡକାୟତି ଗ୍ୟାଙ୍ଗରେ ସମ୍ପୃକ୍ତ ଅନ୍ୟ ଫେରାର ଆସାମୀ ମାନଙ୍କୁ ମଧ୍ୟ ଖୁବଶୀଘ୍ର ଧରାଯିବ ବୋଲି ଯାଜପୁର ଏସପି ଚରଣ ସିଂ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Intro:slug-docoit_arrested_pressmeet
format-avb
reporter-Gyanaranjan ojha
place-jajpur
date-07.08.19
anchor---ସୁନାଦୋକାନରେ ଡକାୟତି ପାଇଁ ଉଦ୍ୟମ ପଣ୍ଡ । ଯାଜପୁର ରୋଡ୍ ପୋଲିସ ହାତରେ ଧରା ପଡିଲେ 5 ଆନ୍ତଃରାଜ୍ୟ ଡକାୟତ ଓ ଆଉ ଜଣେ ସୋବରା ଅଞ୍ଚଳର ମୋବାଇଲ୍ ଦୋକାନୀ ତଥା ଲୁଟ୍ ସାମଗ୍ରୀ ବିକ୍ରେତା । ଗିରଫ୍ ମାନଙ୍କ ମଧ୍ୟରେ ଜଣେ ବାଳ ଅପରାଧି ଥିବା ଜଣାପଡିଛି । ସେମାନଙ୍କ ନିକଟରୁ ବିଭିନ୍ନ ମାରଣାସ୍ତ୍ର ଓ 4ଟି ବାଇକ୍ ସହିତ 5 ଲାପଟପ୍, 48ଟି ମୋବାଇଲ୍ ଫୋନ୍, 2ଟି କ୍ୟାମେରା, ଗୋଟିଏ ଏଲଇଡି ଟିଭି ଓ ଲୁଟ୍ ସୁନାଗହଣା ଜବତ । ଗିରଫ୍ ଡକାୟତଙ୍କ ନାମରେ ପୃଥକ ପୃଥକ 6ଟି ସ୍ଥାନରେ ମାମଲା ରୁଜୁ ହୋଇଥିବା ଜଣାପଡିଛି । ଏହି ଡକାୟତ୍ ଗ୍ୟାଙ୍ଗ ଯାଜପୁର ରୋଡ୍ ଥାନା ଅଞ୍ଚଳରେ ଏକ ସୁନାଦୋକାନ ଡକାୟତି କରିବାକୁ ଯୋଜନା କରୁଥିବା ବେଳେ ପୋଲିସ୍ ହାତରେ ଧରାପଡିଥିଲେ । ଯାଜପୁର ରୋଡ୍ ପୋଲିସ 6 ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଜଣେ ବାଳ ଅପରାଧିଙ୍କୁ ବାଳ ଅପରାଧ ସେଲକୁ ପଠାଇଦେଇଛନ୍ତି । ସୁଚନା ଅନୁସାରେ ଏମାନେ ଜିଲ୍ଲା ତଥା ଜିଲ୍ଲା ବାହାରେ ବିଭିନ୍ନ ଅଞ୍ଚଳରେ ଡକାୟତି କରିବାରେ ସଫଳ ହୋଇଥିଲେ । ଏମାନେ ମୁଖ୍ୟତଃ ଇଲେକ୍ରୋନିକ୍ ସାମଗ୍ରୀ ଲୁଟ୍ କରିବା ଉପରେ ଗୁରୁତ୍ବ ଦେଇଥାନ୍ତି । ଏହି ଡକାୟତ ମାନେ ଚୋରୀ ସାମଗ୍ରୀକୁ ନେଇ ସୋବରାର ଏକ ମୋବାଇଲ୍ ଦୋକାନରେ ବିକ୍ରି କରିଥାନ୍ତି । ସଂମ୍ପୃକ୍ତ ବ୍ୟବସାୟୀଙ୍କୁ ମଧ୍ୟ ପୋଲିସ୍ ଗିରଫ୍ କରିଛି । ଡକାୟତି ଗ୍ୟାଙ୍ଗରେ ସମ୍ପୃକ୍ତ ଅନ୍ୟ ଫେରାର ଆସାମୀ ମାନଙ୍କୁ ମଧ୍ୟ ଖୁବ୍ ଶୀଘ୍ର ଧରାଯିବ ବୋଲି ଯାଜପୁର ଏସପି ଚରଣ ସିଂ ମୀନା ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।
bite--ଚରଣ ସିଂ ମୀନା, ଏସପି ଯାଜପୁର
Body:NewsConclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.