ETV Bharat / state

୭ଡକାୟତ ଗିରଫ, ଦେଶୀ ବନ୍ଧୁକ ସମେତ ବହୁ ମାରଣାସ୍ତ୍ର ଜବତ - Kalinganagar police arrested

ଯାଜପୁର କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଛକ ନିକଟରୁ ୭ ଡକାୟତଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କ ନିକଟରୁ ଜବତ ହୋଇଥିବା ମାରଣାସ୍ତ୍ର ମଧ୍ୟରେ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଖଣ୍ଡା, ଦୁଇଟି କଟୁରି ରହିଛି ।

କଳିଙ୍ଗନଗର ପୋଲିସ ଦ୍ବାରା ୭ଡକାୟତ ଗିରଫ
କଳିଙ୍ଗନଗର ପୋଲିସ ଦ୍ବାରା ୭ଡକାୟତ ଗିରଫ
author img

By

Published : Feb 11, 2021, 8:22 PM IST

ଯାଜପୁର: କଳିଙ୍ଗନଗର ପୋଲିସ ଦ୍ବାରା ୭ ଡକାୟତ ଗିରଫ । ଯାଜପୁର କଳିଙ୍ଗନଗର ଥାନା ଅନ୍ତର୍ଗତ ଡୁବୁରୀ ଛକ ନିକଟରୁ ୭ ଡକାୟତଙ୍କୁ ଗିରଫ କରିଛି ପୋଲିସ । ଗତ ୮ ତାରିଖ ବିଳମ୍ବିତ ରାତିରେ ଏହି ଡକାୟତ ଗ୍ୟାଙ୍ଗକୁ ଗିରଫ କରାଯାଇଛି ।

କଳିଙ୍ଗନଗର ପୋଲିସ ଦ୍ବାରା ୭ଡକାୟତ ଗିରଫ
କଳିଙ୍ଗନଗର ପୋଲିସ ଦ୍ବାରା ୭ଡକାୟତ ଗିରଫ

ଅଭିଯୁକ୍ତଙ୍କ ନିକଟରୁ ପୋଲିସ ଗୋଟିଏ ଦେଶୀ ବନ୍ଧୁକ ଓ ବହୁ ମାରଣାସ୍ତ୍ର ଜବତ କରିଛି। ଅଭିଯୁକ୍ତମାନେ ସୁକିନ୍ଦା ଥାନା ଅନ୍ତର୍ଗତ ସୁକିନ୍ଦା ଗ୍ରାମର ଇନ୍ଦ୍ରମଣୀ ମହାନ୍ତ, ଡୁବୁରୀ ମାଟିସାହିର ଜଗନ ଦାସ, ଜୁନା ବେହେରା,ନଡିଆଭଙ୍ଗା ଗାଁର ଅଗସ୍ତି ଦାସ, ଯାଜପୁର ରୋଡ ଥାନା ଦାନଗଦି ଗାଁର ସୋନୁ ସେଠୀ, ପ୍ରମୋଦ ମଲ୍ଲିକ, ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ପ୍ରମୋଦ ରଣା ବୋଲି ଜଣାପଡିଛି ।

ସେମାନଙ୍କ ନିକଟରୁ ଜବତ ହୋଇଥିବା ମାରଣାସ୍ତ୍ର ମଧ୍ୟରେ ଗୋଟିଏ ଦେଶୀ ବନ୍ଧୁକ, ଗୋଟିଏ ଖଣ୍ଡା, ଦୁଇଟି କଟୁରି ରହିଛି । ଏହାସହ ୪ ଟି ବାଇକ ଓ ୧୦ଟି ବିଭିନ୍ନ କମ୍ପାନୀର ମୋବାଇଲ ଫୋନ ଜବତ କରିଛି ପୋଲିସ ।

ସୂଚନା ଅନୁଯାୟୀ, ଗତ ୮ ତାରିଖ ବିଳମ୍ବିତ ରାତିରେ କଳିଙ୍ଗନଗର ପୋଲିସ ପାଟ୍ରୋଲିଂରେ ଯାଉଥିବାବେଳେ ଡକାୟତମାନଙ୍କ ସମ୍ପର୍କରେ ସୂଚନା ପାଇଥିଲେ । ଅଭିଯୁକ୍ତମାନେ ଏକ ସମୟରେ ଡୁବୁରୀ ଛକରେ ଥିବା ପଥପ୍ରାନ୍ତ ସୁବିଧା କେନ୍ଦ୍ର ପଛରେ ଏକାଠି ଡକାୟତି କରିବାକୁ ଯୋଜନା କରୁଥିଲେ ।

ସେମାନେ କୌଣସି ପେଟ୍ରୋଲ ପମ୍ପ କିମ୍ବା ଗୋଦାମ ଗୃହରୁ ଡକାୟତି କରିବା ପାଇଁ ଯୋଜନା କରୁଥିବାବେଳେ ପୋଲିସ ତାଙ୍କୁ କାବୁ କରିଥିଲା। କଳିଙ୍ଗନଗର ପୋଲିସ ଅନେକ କେସ ନମ୍ବରରେ ଆର୍ମ ଆକ୍ଟରେ ମାମଲା ରୁଜୁ କରି ସମସ୍ତଙ୍କୁ କୋର୍ଟଚାଲାଣ କରିଛି।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.