ETV Bharat / state

ଯାଜପୁର ପୋଲିସ କବଜାରେ କୁଖ୍ୟାତ ଡକାୟତ ଗ୍ୟାଙ୍ଗ, 11 ଗିରଫ

author img

By

Published : Oct 17, 2020, 5:42 PM IST

Updated : Oct 17, 2020, 6:37 PM IST

ଧର୍ମଶାଳା ପୋଲିସକୁ ବଡ ଧରଣର ସଫଳତା । ଏକ ବଡ଼ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

Jajpur police arrest 11 robbers, says SP Jajpur in press meet
ଯାଜପୁର ପୋଲିସ କବ୍ଜାରେ କୁଖ୍ୟାତ ଡକାୟତ ଗ୍ୟାଙ୍ଗ, 11 ଗିରଫ

ଯାଜପୁର: ଧର୍ମଶାଳା ପୋଲିସକୁ ବଡ ଧରଣର ସଫଳତା । ପୋଲିସ କବଜାରେ କୁଖ୍ୟାତ ଡକାୟତ ଗ୍ୟାଙ୍ଗ । ଏକ ବଡ଼ ଡକାୟତି ଗ୍ୟାଙ୍ଗର ୧୧ଜଣ ସଦସ୍ୟଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ । ଏଥିସହ ସେମାନଙ୍କ ଠାରୁ, ନଗଦ ୫ଲକ୍ଷରୁ ଅଧିକ ଟଙ୍କା, ୭୬ଗ୍ରାମ ସୁନା, ୧୨ କେଜି ରୁପା, ଗୋଟିଏ ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର, ୪ଟି ବାଇକ ଜବତ କରାଯାଇଛି।

ଯାଜପୁର ପୋଲିସ କବଜାରେ କୁଖ୍ୟାତ ଡକାୟତ ଗ୍ୟାଙ୍ଗ, 11 ଗିରଫ

ଗତ 6 ତାରିଖରେ ବ୍ରହ୍ମବରାଦା ଠାରେ ଦୋକାନ ବନ୍ଦ କରି ଘରକୁ ଫେରୁଥିବାବେଳେ ଜଣେ ଅଳଙ୍କାର ଦୋକାନୀକୁ ଆକ୍ରମଣ କରି ସୁନା ରୁପା ଓ ଟଙ୍କା ଲୁଟି ନେଇଥିଲେ ଡକାୟତ ଗ୍ୟାଙ୍ଗ । ଏହି ଘଟଣାରେ ପୋଲିସ ତଦନ୍ତ କରି ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି ।

କେବଳ ଏହି ଗୋଟିଏ ଘଟଣା ନୁହେଁ, ପୂର୍ବରୁ ପେଟ୍ରୋଲ ପମ୍ପ୍ ଓ ବିଭିନ୍ନ ଡକାୟତିରେ ଏମାନଙ୍କର ସମ୍ପୃକ୍ତି ଥିବା ଜଣାପଡିଛି । ଯାଜପୁର ସମେତ କଟକ, କେନ୍ଦ୍ରାପଡା ଆଦି ଜିଲ୍ଲାର ବିଭିନ୍ନ ଥାନାରେ ଏମାନଙ୍କ ନାମରେ ରହିଛି ଏକାଧିକ ଅପରାଧିକ ମାମଲା।

ଗିରଫ ଡ଼କାୟତ ସ୍ଥାନୀୟ ବାଲିଚନ୍ଦ୍ରପୁର, କଟକ, କେନ୍ଦ୍ରାପଡା ଓ ବ୍ରହ୍ମବରଦା ଅଞ୍ଚଳର ହୋଇଥିବା ଜଣାଯାଇଛି । ଆଜି(ଶନିବାର) ଧର୍ମଶାଳା ଥାନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯାଜପୁର ଏସପି ଚରଣ ସିଂ ମିନା ଏନେଇ ସୂଚନା ଦେଇଛନ୍ତି ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Oct 17, 2020, 6:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.