ଯାଜପୁର: ଯାଜପୁର ପୌରପାଳିକାରେ କାର୍ଯ୍ୟରତ ସ୍ବାସ୍ଥ୍ୟ କର୍ମୀ ଲୋକେଶ ପଣ୍ଡାଙ୍କ କୋରୋନାରେ ମୃତ୍ୟୁ ହୋଇଛି ।
ଲୋକଙ୍କ ସେବା କରୁ କରୁ କୋରୋନାରେ ଆକ୍ରାନ୍ତ ହୋଇଥିଲେ ଲୋକେଶ ପଣ୍ଡା । ଗତ ଦଶ ଦିନ ହେବ ସେ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ତେବେ ଶନିବାର ତାଙ୍କର ମୃତ୍ୟୁ ହୋଇଛି । କୋରୋନା ଯୋଦ୍ଧା ଭାବେ ଲୋକେଶଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ଏହା ପରେ ଲୋକେଶଙ୍କ କୋଭିଡ ମଶାଣିରେ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା ।
ତାଙ୍କ ଆମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ଶୋକସଭା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ସମେତ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ରହି ସ୍ବର୍ଗତ ଲୋକେଶଙ୍କ ସ୍ମୃତି ଚାରଣ କରିଥିଲେ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ