ETV Bharat / state

ଯାଜପୁର ନାବାଳିକା ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲଦଣ୍ଡ

ଯାଜପୁର ନାବାଳିକା ଦୁଷ୍କର୍ମ ମାମଲା। ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ । ଅଧିକ ପଢନ୍ତୁ..

ଯାଜପୁର ନାବାଳିକା ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲଦଣ୍ଡ
ଯାଜପୁର ନାବାଳିକା ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲଦଣ୍ଡ
author img

By

Published : Mar 9, 2021, 10:46 PM IST

ଯାଜପୁର: ନାବାଳିକା ଦୁଷ୍କର୍ମକାରୀକୁ ୧୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଲେ ଅତିରିକ୍ତ ଜିଲ୍ଲା ଦୌରାଜଜ । ଗତ ୨୦୧୫ ସେପ୍ଟେମ୍ବର ୧୭ ତାରିଖରେ ବରି ଥାନା ଅଞ୍ଚଳରେ ଘଟିଥିଲା ଏଭଳି ଘଟଣା । ବିଶ୍ବକର୍ମା ଓ ଗଣେଶ ପୂଜା ଉତ୍ସବ ଲାଗି ଗ୍ରାମରେ ଭିଡିଓ ଚାଲିଥିବାରୁ ପୀଡିତାଙ୍କ ବାପା ମା ସେଠାକୁ ଯାଇଥିଲେ । ନାବାଳିକା ଘରେ ଏକା ଥିଲେ । ଫଳରେ ଏହାର ସୁଯୋଗ ନେଇ ଅଭିଯୁକ୍ତ 7 ବର୍ଷ ନାବାଳିକାକୁ ଦୁଷ୍କର୍ମ କରିଥିବା ପରିବାର ଲୋକ ଅଭିଯୋଗ ଆଣିଥିଲେ ।

ସେହି ମାମଲାରେ ୧୫ ଜଣଙ୍କ ସାକ୍ଷୀ ଗ୍ରହଣ କରି ଜିଲ୍ଲା ଦୌରାଜଜ ଅଭିଯୁକ୍ତ ସଂଜୟ ବାଙ୍କିରାକୁ ୧୨ ବର୍ଷର ଦଣ୍ଡାଦେଶ ଓ ୨୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ଜୋରିମାନା ରାଶି ଅନାଦେୟ ହେଲେ ଅଧିକ ୩ ମାସ ଜେଲ ଦଣ୍ଡ ଦେବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ବିଚାରପତି । ଏଥିସହ ନାବାଳିକାକୁ ମାନସିକ ନିର୍ଯାତନା ହୋଇଥିବାରୁ ତିନି ଲକ୍ଷ ଆର୍ଥିକ ସହାୟତା ପ୍ରଦାନ ଲାଗି ଆଇନ ସେବା ପ୍ରାଧୀକରଣକୁ ମଧ୍ୟ ଅତିରିକ୍ତ ଜିଲ୍ଲା ଦୌରାଜଜ ନର୍ଦ୍ଦେଶ ଦେଇଛନ୍ତି ।

ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.