ଯାଜପୁର: ପୋଲିସ ପଞ୍ଝାରେ ଧୋକେବାଜ୍ ମାମୁଁ । ପ୍ରଥମେ ପ୍ରେମ ତାପରେ ବିବାହର ପ୍ରତିଶୃତି ଦେଇ ଶାରିରୀକ ସମ୍ପର୍କ । ଆଉ ଶେଷରେ ଧୋକା ଦେଇ ଫେରାର ଥିବା ଅଭିଯୁକ୍ତ ମାମୁଁକୁ ଗିରଫ କରିଛି ପୋଲିସ । ଯୁବକ ଜଣକ ହେଲେ ବିଞ୍ଝାରପୁର ଥାନା ପଇରଖ ଗାଁର ଜିତେନ୍ଦ୍ର ପ୍ରଧାନ ।
ସେ ନିଜ ସମ୍ପର୍କୀୟା ଭାଣିଜୀକୁ ପ୍ରେମରେ ଫସାଇ ଶାରିରୀକ ସମ୍ପର୍କ ରଖିଥିଲେ । ହେଲେ ବିବାହ ପାଇଁ ନାବାଳିକା ଜଣକ ଜିଦ୍ ଧରିବାରୁ ସେ ମନା କରିଥିଲେ । ପ୍ରେମରେ ଧୋକା ପାଇବାରେ ଶେଷରେ ନାବାଳିକା ଜଣକ ଗତ 24 ତାରିଖରେ ପୋଲିସର ଦ୍ବାରସ୍ଥ ହୋଇଥିଲେ । ଏହାପରେ ସେ ଫେରାର ଥିଲେ । ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ସୋମବାର ତାଙ୍କୁ ପାଣିକୋଇଲି ବସଷ୍ଟାଣ୍ଡ ନିକଟରୁ ଗିରଫ କରିବା ପରେ ମଙ୍ଗଳବାର କୋର୍ଟ ଚାଲାଣ କରିଛି । ପୂର୍ବରୁ ପୋଲିସ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଥିଲା ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ