ETV Bharat / state

ବୋଝ ହେଲା ଋଣ ସୁଝିବା : ରଶି ଲଗାଇ ଝୁଲି ପଡ଼ିଲେ ସ୍ୱାମୀ - ରଶି ଲଗାଇ ଝୁଲି ପଡ଼ିଲେ ସ୍ୱାମୀ

ପାରିଲେନି କିସ୍ତି ଟଙ୍କା ସୁଝି । ସହି ପାରିଲେନି ଘରର ସମସ୍ୟା। ଶେଷରେ ରଶି ଲଗାଇ ଝୁଲିପଡ଼ିଲେ ସ୍ୱାମୀ । ଅଧିକ ପଢ଼ନ୍ତୁ

ବୋଝ ହେଲା ଋଣ ସୁଝିବା, ରଶି ଲଗାଇ ଝୁଲି ପଡ଼ିଲେ ସ୍ୱାମୀ

author img

By

Published : Jul 14, 2022, 8:28 PM IST

ଯାଜପୁର : ଯାଜପୁର ରୋଡ ଥାନା ସାପଗଡ଼ିଆ ଗାଁରେ ଋଣ କିସ୍ତି ଟଙ୍କା ସୁଝି ନପାରିବାରୁ ଆତ୍ମହତ୍ୟା କରିଲେ ସ୍ୱାମୀ । ସୂଚନାନୁସାରେ ଏହି ଗାଁରେ ଦୀନବନ୍ଧୁ ମଣ୍ଡଳ ଓ ସ୍ତ୍ରୀ ସାବିତ୍ରୀ ମଣ୍ଡଳ ବ୍ୟାଙ୍କରୁ ଋଣ ନେଇଥିଲେ । ହେଲେ ସମୟ ଭିତରେ ଋଣ କିସ୍ତି ଟଙ୍କା ପରିଶୋଧ କରି ପାରିନଥିଲେ । ଏହାକୁ ନେଇ ଗତ କିଛିଦିନ ହେବ ଉଭୟ ଦମ୍ପତିଙ୍କ ମଧ୍ୟରେ ପାଟିତୁଣ୍ଡ ଲାଗି ରହିଥିଲା ।

ବୋଝ ହେଲା ଋଣ ସୁଝିବା, ରଶି ଲଗାଇ ଝୁଲି ପଡ଼ିଲେ ସ୍ୱାମୀ

ଦୀନବନ୍ଧୁ ଠିକ୍ ସେ କାମଧନ୍ଦା କରୁନଥିବାରୁ ବିଭିନ୍ନ ଘରୋଇ ବ୍ୟାଙ୍କରୁ ଆଣିଥିବା ଋଣ ଟଙ୍କା ସୁଝି ପାରୁନଥିଲେ । ତେବେ ଆଜି ଏକ ଘରୋଇ ବ୍ୟାଙ୍କର କିସ୍ତି ଟଙ୍କା ଦେବାକୁ ଥିବା ବେଳେ ଦୀନବନ୍ଧୁ ଟଙ୍କା ନଦେଇପାରିବାରୁ ତାଙ୍କ ସ୍ତ୍ରୀ ସାବିତ୍ରୀଙ୍କ ସହ ପାଟିତୁଣ୍ଡ ଲାଗିଥିଲା ।

ସାବିତ୍ରୀ ପୁଅକୁ ଆଣିବାକୁ ସ୍କୁଲକୁ ଯାଇଥିବା ବେଳେ ଦୀନବନ୍ଧୁ ନିଜ ଘରର କବାଟ ବନ୍ଦ କରି ବେକରେ ରଶି ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ଖବରପାଇ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ଯାଜପୁର ରୋଡ ସ୍ୱାସ୍ଥ୍ୟକେନ୍ଦ୍ରରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.