ଯାଜପୁର: ଗତକାଲି(ଗୁରୁବାର) କଳିଙ୍ଗନଗର ଗସ୍ତରେ ବିଧାନସଭାର ଗୃହ କମିଟିର ସବ କମିଟି ଆସି ଜଳ ପ୍ରଦୂଷଣ ନେଇ ସମୀକ୍ଷା କରିଛନ୍ତି । ବିରୋଧୀ ଦଳର ଉପନେତା ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଏହି କମିଟି କଳିଙ୍ଗନଗର ଭିସା କାରଖାନା ଗସ୍ତ କରି ସେଠାରେ ଜଳ ପ୍ରଦୂଷଣ ସ୍ଥିତି ନେଇ ଉଦବେଗ ପ୍ରକାଶ କରିଛନ୍ତି ।
ସମସ୍ତ ସରକାରୀ ନିୟମକୁ ଖୋଲା ଖୋଲି ଉଲ୍ଲଙ୍ଘନ ହେଇଥିବା ବିରୋଧୀ ଦଳର ଉପନେତା ମୋହନ ମାଝୀ କହିଛନ୍ତି । ଏପରିକି ବର୍ଜ୍ୟବସ୍ତୁକୁ ଗଣ୍ଡା ନାଳରେ ଛାଡି ଦେଉଥିବା ମଧ୍ୟ ଅଭିଯୋଗ କରିଛି କମିଟି । ବିଭିନ୍ନ କଳକାରଖାନାରେ ସୃଷ୍ଟି ହେଉଥିବା ପ୍ରଦୂଷଣ ସ୍ଥିତିର ସମୀକ୍ଷା କରି ଏ ସଂକ୍ରାନ୍ତରେ ସମସ୍ତ ତଥ୍ୟ ବାଚସ୍ପତିଙ୍କ ନିକଟରେ ଦାଖଲ କରିବା ପାଇଁ କହିଥିଲେ ବିରୋଧୀ ଦଳର ଉପନେତା ମୋହନ ମାଝୀ । ଗୃହ କମିଟିର ଏହି ଗସ୍ତରେ ଜିଲ୍ଲା ପ୍ରଶାସନିକ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
‘‘ବିଭିନ୍ନ ଶିଳ୍ପାନୁଷ୍ଠାନ ଓ କଳକାରଖାନା ଦ୍ବାରା ଜଳବାୟୁ ଓ ଶବ୍ଦ ପ୍ରଦୂଷଣ ଏକ ବଡ ପ୍ରସଙ୍ଗ ହୋଇଛି । ଏଠି ଏସଆରପିଟି ଠିକ୍ ଭାବେ ତଦାରଖ ହେଉ ନାହିଁ । ଏଠିକାର ସାମଗ୍ରୀ ଖୋଲା ଖୋଲି ଭାବେ ପଡ଼ି ରହଛି । ଏଠାରେ ଖୋଲା ଭାବେ ପଡ଼ି ରହିଛି କୋଇଲା, ମାଙ୍ଗାନିଜ, ଆଇରନ, କ୍ରୋମାଇଟ ବି ରହିଛି । ଏଗୁଡିକ ଖୋଲା ରହିବା କାରଣରୁ ବର୍ଷା ସମୟରେ ଏହା ସମସ୍ୟା ସୃଷ୍ଟି କରୁଛି । ଯାହାଦ୍ବାରା ଗଣ୍ଡା ନାଳ ପ୍ରଦୂଷିତ ହେଉଛି । ଏନେଇ ଅଭିଯୋଗ ମଧ୍ୟ ଆସିଛି । ଏଭଳି ଅନେକ ସମସ୍ୟା ଏଠାରେ ଲାଗି ରହିଛି ବୋଲି’’ ବିରୋଧୀ ଦଳର ଉପନେତା ମୋହନ ମାଝୀ କହିଥିଲେ ।
ଇଟିଭି ଭାରତ, ଯାଜପୁର