ଯାଜପୁର: କୋରେଇ ନିର୍ବାଚନ ମଣ୍ଡଳୀର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ ରହିଥିବା ସ୍ବାସ୍ଥ୍ୟ ସମସ୍ୟାର ସମାଧାନ ଦାବିରେ କୋରେଇ ସଂଗ୍ରାମ ସମିତି ଏବଂ ସିଭିଲ ସୋସାଇଟି ପକ୍ଷରୁ ଦିଆଯାଇଥିବା ଧାରଣା ନିଷ୍ପତ୍ତିକୁ ସ୍ଥଗିତ ରଖାଯାଇଛି । ଗତକାଲି(ଶୁକ୍ରବାର) ଭାରପ୍ରାପ୍ତ ଜିଲ୍ଲାପାଳ ଅକ୍ଷୟ କୁମାର ମଲ୍ଲିକଙ୍କ କାର୍ଯ୍ୟାଳୟ ପରିସରରେ ସଂଗ୍ରାମ ସମିତିର ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି । ଡାକ୍ତରଖାନାରେ ଥିବା ସମସ୍ୟାକୁ ଧୀରେ ଧୀରେ ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଛି ।
ଇଟିଭି ଭାରତ, ଯାଜପୁର