ETV Bharat / state

ସୁକିନ୍ଦାରେ ପାରମ୍ପରିକ ଗୁଣ୍ଡିଚା ରଥଯାତ୍ରା

author img

By

Published : Jul 2, 2022, 7:11 PM IST

ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ସମସ୍ତ ସ୍ଥାନରେ ରଥାଟଣାଯାଇ ଗୁଣ୍ଡିଚା ମନ୍ଦିରରେ ମହା ପ୍ରଭୁଙ୍କ ରଥ ପହଞ୍ଚିଥାଏ । କିନ୍ତୁ ସୁକିନ୍ଦାଗଡ଼ରେ କିଛି ଭିନ୍ନ । ଅଧିକ ପଢ଼ନ୍ତୁ

ସୁକିନ୍ଦାରେ ପାରମ୍ପରିକ ଗୁଣ୍ଡିଚା ରଥଯାତ୍ରା
ସୁକିନ୍ଦାରେ ପାରମ୍ପରିକ ଗୁଣ୍ଡିଚା ରଥଯାତ୍ରା

ଯାଜପୁର : ପବିତ୍ର ଶ୍ରୀଗୁଣ୍ଡିଚା ଯାତ୍ରାରେ ସମସ୍ତ ସ୍ଥାନରେ ରଥା ଟଣାଯାଇ ଗୁଣ୍ଡିଚା ମନ୍ଦିରରେ ମହା ପ୍ରଭୁଙ୍କ ରଥ ପହଞ୍ଚିଥାଏ । କିନ୍ତୁ ସୁକିନ୍ଦାଗଡ଼ରେ କିଛି ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । ଶ୍ରୀଗୁଣ୍ଡିଚା ଯାତ୍ରା ଦିନ ପହଣ୍ଡି କରି ମହାପ୍ରଭୁଙ୍କୁ ମନ୍ଦିର ପରିସରରୁ ରଥକୁ ଅଣାଗଲାପରେ ପୂଜାର୍ଚ୍ଚନା ସାରି ଥରେ ମାତ୍ର ରଥ ଟଣାଯାଇଥାଏ ।

ସୁକିନ୍ଦାରେ ପାରମ୍ପରିକ ଗୁଣ୍ଡିଚା ରଥଯାତ୍ରା

ପରଦିନ ରଥ ଟଣାଯାଇ ଗୁଣ୍ଡିଚା ମନ୍ଦିରରେ ପହଞ୍ଚେ । କୁହାଯାଏଯେ ପୁରୀ ରଥଯାତ୍ରାକୁ ସମ୍ମାନ ଦେଇ ସେ ସମୟରେ ସୁକିନ୍ଦା ଗଡ଼ ରାଜା ଏଭଳି ପରମ୍ପରା ଆରମ୍ଭ କରିଥିଲେ ଯାହା ଆଜିପର୍ଯ୍ୟନ୍ତ ଚାଲିଛି ।

କୋଭିଡ କଟକଣା ପାଇଁ ଗତ ଦୁଇ ବର୍ଷ ହେବ ସୁକିନ୍ଦା ଗଡରେ ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ ଥିବାରୁ ଚଳିତ ବର୍ଷ କରୋନା କଟକଣା କୋହଳ ହେବା ପରେ ଯାତ୍ରାରେ ଜନସମାଗମ ବଢିଥିବା ଦେଖାଦେଇଛି । ଦେବୋତ୍ତର ବିଭାଗ ଦ୍ଵାରା ପରିଚାଳିତ ଏହି ରଥ ଯାତ୍ରାରେ ଆଜି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ଓ ସରକାରୀ ଅଧିକାରୀ ଉପସ୍ଥିତ ଥିଲେ ତଥା ଅତିରିକ୍ତ ତହସିଲଦାର ସୁଧାସଂଗୀତା ସାହୁ, ବିଡିଓ ତାପସ କୁମାର ସେଠୀ, କଳିଙ୍ଗନଗର ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ସିଲଭେରୀ ୟସ ତୋପେ, ଥାନା ଅଧିକାରୀ କାବୁଲି ବାରିକ, ରେଙ୍ଗାଲି ସ୍ୱତନ୍ତ୍ର ଭୁଅର୍ଜନ ଅଧିକାରୀ ନବକୃଷ୍ଣ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।

ସବୁବର୍ଷ ପରି ସୁକିନ୍ଦା ରାଜା ସାହେବ ଭୂଦେବ ଭୂପତି ହରିଚନ୍ଦନ ମହାପାତ୍ର ଗତକାଲି ଛେରା ପହଁରା କରିବା ପରେ ଗୋଟିଏ ଥର ରଥଟଣା ହୋଇ ରଥ ଟଣା ବନ୍ଦ ଥିଲା । ପୁରାଣ ପରମ୍ପରା ଅନୁଯାୟୀ ଆଜି ରଥ ଟଣା ହେଇ ମାଉସୀ ମା ମନ୍ଦିର ନିକଟରେ ପହଞ୍ଚିଛି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.