ଯାଜପୁର: ଜିଲ୍ଲାର ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ତିନି ଶେଷ ବର୍ଷ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏଥିରେ କଳାରେ 85.25 ପ୍ରତିଶତ, ବିଜ୍ଞାନରେ 89.04 ପ୍ରତିଶତ ଓ ବାଣିଜ୍ୟରେ 81.68 ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ଜଣାପଡିଛି ।
ଚଳିତ ବର୍ଷ ଏହି ପରୀକ୍ଷାରେ ମହାବିଦ୍ୟାଳୟର ଯୁକ୍ତ ତିନି ଉଦ୍ଭିଦ ବିଜ୍ଞାନ ସମ୍ମାନ ଛାତ୍ରୀ ଐଶ୍ବର୍ଯ୍ୟା ଦାଶ ବେଷ୍ଟ ଗ୍ରାଜୁଏଟ୍ ଭାବରେ ବିବେଚିତ ହୋଇଛନ୍ତି । ସେହିପରି କଳାରେ ଶିକ୍ଷା ବିଭାଗର ସମ୍ମାନ ଛାତ୍ରୀ ସାଏଦା ନେମାତୁଲ ଉଜମା ଓ ବାଣିଜ୍ୟ ବିଭାଗରେ ଦୀପକ କୁମାର ବିହାନୀ ମହାବିଦ୍ୟାଳୟର ଟପ୍ପର ଭାବେ କୃତିତ୍ବ ଅର୍ଜନ କରିଛନ୍ତି । ସର୍ବମୋଟ 761ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିବାବେଳେ ତନ୍ମଧ୍ୟରୁ 647ଜଣ ଉତ୍ତୀର୍ଣ୍ଣ ହୋଇଥିବା ମହାବିଦ୍ୟାଳୟ ଅଧ୍ୟକ୍ଷ ସୂଚନା ଦେଇଛନ୍ତି । ବ୍ୟାସନଗର ମହାବିଦ୍ୟାଳୟର ଚଳିତ ବର୍ଷର ଫଳାଫଳକୁ ନେଇ ଅଧ୍ୟକ୍ଷଙ୍କ ସମେତ ଅଧ୍ୟାପକ ଅଧ୍ୟାପିକାମାନେ ଖୁସି ବ୍ୟକ୍ତ କରିଛନ୍ତି ।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ