ଯାଜପୁର: ରାଜ୍ୟରେ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ଏପଟେ ଯାଜପୁର ଜିଲ୍ଲାରେ ବନ୍ୟା ପରିସ୍ଥିତି ଧୀରେ ଧୀରେ ସୁଧୁରିବାରେ ଲାଗିଛି। ଜଳସ୍ତର କମିଛି ହେଲେ ବିପଦ ସଙ୍କେତ ଉପରେ ଏବେ ମଧ୍ୟ ପ୍ରବାହିତ ହେଉଛି। କିନ୍ତୁ ଏହି ବନ୍ୟା ଅନେକଙ୍କ ଭାଗ୍ୟ ଭବିଷ୍ୟତ ନଷ୍ଟ କରିଦେଇଛି। ଏଥିମଧ୍ୟରୁ ବାଦ ପଡିନି ଯାଜପୁର ଜିଲ୍ଲାର ପାଣିକୋଇଲି ମିର୍ଜାପୁର ନିକଟରେ ଥିବା ଏକମାତ୍ର କୋଲଡ଼ଷ୍ଟୋର।
ଏହି କୋଲଷ୍ଟର ଭିତରେ ୬ ଫୁଟ ଉଚ୍ଚରେ ବନ୍ୟାଜଳ । ଯାହାଫଳରେ ଏହି କୋଲଡ଼ଷ୍ଟୋରରେ ଥିବା ବାଦାମ, ତେନ୍ତୁଳି, କୋଳଥ ଆଦି ଅନେକ ଖାଦ୍ୟ ଶସ୍ୟ ନଷ୍ଟ ହେଇଯାଇଛି। କୋଲଷ୍ଟରରେ ଥିବା ପାଖାପାଖି ୨୫ ଲକ୍ଷ ଟଙ୍କାର ଖାଦ୍ୟ ଶସ୍ୟ ପଚି ସଢି ନଷ୍ଟ ହେଇଯାଇଛି । ତେବେ ଏହି କୋଲଷ୍ଟରରେ ଖାଦ୍ୟ ଶସ୍ୟ ରଖିଥିବା ବ୍ୟବସାୟଙ୍କ କହିବା କଥା ଆମର ସର୍ବସ୍ବ ଚାଲି ଯାଇଛି।
ବର୍ଷସାରା ରୋଜଗାର ଟଙ୍କା ଏହି ବନ୍ୟା ଧୋଇ ନେଇଛି। ଯାହାକୁ ନେଇ ସରକାରୀ ସହାୟତା ଲୋଡିଛନ୍ତି ଏହି ବ୍ୟବସାୟୀ । ସେପଟେ ଏହି ପଞ୍ଚାୟତରେ ଥିବା ପଞ୍ଚାୟତ କାର୍ଯ୍ୟାଳୟ, ଡାକ୍ତରଖାନା ଠାରୁ ଆରମ୍ଭ କରି ରାସ୍ତା ଘାଟ ଉପରେ ୪ ଫୁଟର ଉଚ୍ଚର ପାଣି ଚାଲିଛି।
ଯାଜପୁରରୁ ଜ୍ଞାନ ରଞ୍ଜନ ଓଝା, ଇଟିଭି ଭାରତ