ETV Bharat / state

ଟ୍ବିନ ସିଟି ପରେ ଯାଜପୁରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଲୋକାର୍ପିତ

ଟାଟା ଷ୍ଟିଲ, ଟାଟା ମେଡିକା ଗ୍ରୁପ୍ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ତ୍ରୈପାକ୍ଷିକ ଚୁକ୍ତି ହୋଇ ଏହି ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ କରାଯାଇଛି । ଅଧିକ ପଢନ୍ତୁ...

author img

By

Published : Apr 10, 2020, 10:06 PM IST

Updated : Apr 11, 2020, 3:34 PM IST

ଟ୍ବିନ ସିଟି ପରେ ଯାଜପୁରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଲୋକାର୍ପିତ
ଟ୍ବିନ ସିଟି ପରେ ଯାଜପୁରରେ ୧୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ ଲୋକାର୍ପିତ

ଯାଜପୁର: କୋରୋନା ମୁକାବିଲା କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗେଇଛନ୍ତି ରାଜ୍ୟ ସରକାର । ଭୁବନେଶ୍ବର ଓ କଟକ ପରେ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲାରେ କାର୍ଯ୍ୟକ୍ଷମ ହୋଇଛି କୋଭିଡ୍ ହସ୍ପିଟାଲ୍ । ୧୫୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ ହସ୍ପିଟାଲକୁ ଶୁକ୍ରବାର ଲୋକାର୍ପିତ କରିଛନ୍ତି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ । କଳିଙ୍ଗନଗର ଶିଳ୍ପାଞ୍ଚଳରେ ଥିବା ଟାଟା ଷ୍ଟିଲ୍ ମେଡିକା ହସ୍ପିଟାଲ୍‌କୁ ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ କୋଭିଡ୍ ହସ୍ପିଟାଲ୍ ଭାବେ ପ୍ରସ୍ତୁତ କରାଯାଇଛି ।

ଟାଟା ଷ୍ଟିଲ, ଟାଟା ମେଡିକା ଗ୍ରୁପ୍ ଓ ଜିଲ୍ଲା ପ୍ରଶାସନ ମଧ୍ୟରେ ତ୍ରୈପାକ୍ଷିକ ଚୁକ୍ତି ହୋଇ ଏହି ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ କରାଯାଇଛି । ଏହି ହସ୍ପିଟାଲରେ ଯାଜପୁର ଜିଲ୍ଲା ସମେତ ପଡୋଶୀ ଢେଙ୍କାନାଳ, କେନ୍ଦୁଝର ଓ ଭଦ୍ରକ ଆଦି ଜିଲ୍ଲାର କରୋନା ରୋଗୀ ଚିକିତ୍ସା ସୁବିଧା ପାଇପାରିବେ । ଏହାର ଲୋକାର୍ପଣ କାର୍ଯ୍ୟକ୍ରମରେ ଜିଲ୍ଲାପାଳଙ୍କ ସମେତ କଳିଙ୍ଗନଗର ଅତିରିକ୍ତ ଜିଲ୍ଳାପାଳ, ଟାଟା ଷ୍ଟିଲର ବହୁ ବରିଷ୍ଠ ଅଧିକାରୀ ଓ ହସ୍ପିଟାଲ କର୍ତୃପକ୍ଷ ଉପସ୍ଥିତ ଥିଲେ ।

ଗତ ୮ ତାରିଖ ଦିନ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ୫ଟି ସଚିବ ଭି.କେ ପାଣ୍ଡିଆନ୍ ଏହି ହସ୍ପିଟାଲକୁ ଆସି ଏହାର ଭିତ୍ତିଭୂମି ଅନୁଧ୍ୟାନ କରିଥିଲେ । ଅନୁଧ୍ୟାନ ବେଳେ ହସ୍ପିଟାଲର ସମସ୍ତ ପ୍ରକାର ଆୟୋଜନ ନେଇ ସନ୍ତୋଷ ବ୍ୟକ୍ତ କରିବା ସହ ତୁରନ୍ତ ଏହାକୁ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ତେବେ ଜିଲ୍ଲା ପ୍ରଶାସନ ଶୁକ୍ରବାର ଏହାକୁ କାର୍ଯ୍ୟକ୍ଷମ କରିଛି ।

କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଟାଲ ପକ୍ଷରୁ ୩୦ ଜଣ ଅଭିଜ୍ଞ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ୨୫ ଡାକ୍ତର ଓ ୨୮୦ ଜଣ ପାରା ମେଡିକାଲ୍ ଷ୍ଟାଫଙ୍କୁ ସ୍ବତନ୍ତ୍ର ଭାବେ ନିଯୁକ୍ତ କରାଯାଇଛି । ସେହିପରି ରୋଗୀଙ୍କୁ ଉନ୍ନତ ଚିକିତ୍ସା ସେବା ଯୋଗାଇ ଦେବାକୁ ୧୫ଟି ଆଇସିୟୁ ଓ ୪ଟି ଭେଣ୍ଟିଲେଟର ସହିତ ଉନ୍ନତମାନର ଚିକିତ୍ସା ଉପକରଣ ମଧ୍ୟ ପ୍ରସ୍ତୁତ କରି ରଖାଯାଇଛି । ସେପଟେ କୋରୋନା ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ହସ୍ପିଟାଲ କର୍ତୃପକ୍ଷଙ୍କ ସମେତ ଡାକ୍ତର ଓ ନର୍ସ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ଡାକ୍ତର ଓ ନର୍ସଙ୍କୁ ସ୍ବତନ୍ତ୍ର ଟ୍ରେନିଂ ଦିଆଯାଇଥିବା ହସ୍ପିଟାଲ ମୁଖ୍ୟ କହିଛନ୍ତି ।

ପ୍ରଥମ ପର୍ଯ୍ୟାୟରେ ୧୫୦ ଶଯ୍ୟା ବିଶିଷ୍ଟ ଏହି କୋଭିଡ୍ ହସ୍ପିଟାଲକୁ ଲୋକାର୍ପିତ କରାଯିବା ପରେ ଜିଲ୍ଲାରେ ଆଉ ଏକ କୋଭିଡ୍‌ ହସ୍ପିଟାଲ କରିବାକୁ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡିଛି । ତେବେ ଜିଲ୍ଲାରେ ୨ଟି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେଲେ କେରୋନା ମୁକାବିଲା କ୍ଷେତ୍ରରେ ଏହା ବିଶେଷ ଭାବେ ସହାୟକ ହେବ ।

ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ

Last Updated : Apr 11, 2020, 3:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.