ଯାଜପୁର: ମାଫିଆଙ୍କ ଗୁଣ୍ଡାରାଜ । ବେଆଇନ ପଥର ଖାଦାନର ବିଷାକ୍ତ ପାଣିକୁ ଚାଷ ଜମିକୁ ଛଡାଯାଉଥିବା ଅଭିଯୋଗ ହୋଇଛି । ଏଭଳି ଅଭିଯୋଗ ଆସିଛି ଯାଜପୁର ଧର୍ମଶାଳା ତହସିଲ ଅଞ୍ଚଳର ବିଛାଖଣ୍ଡି ପାହାଡ ଅଞ୍ଚଳରୁ ।
ଉକ୍ତ ଅଞ୍ଚଳରେ ବେଆଇନ ପଥର ଖାଦାନ ଚାଲିଥିବା ବେଳେ ସେଠାର ବିଷାକ୍ତ ପାଣିକୁ ଏବେ ମାଫିଆମାନେ ପାଖ ଜମିକୁ ଛାଡି ଦେଉଛନ୍ତି । ଫଳରେ ଚାଷୀଙ୍କ ଧାନ ଫସଲ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି । ଏ ନେଇ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବାରୁ ବାଧ୍ୟ ହୋଇ ସ୍ଥାନୀୟ ଅଞ୍ଚଳର ଗ୍ରାମବାସୀ ଜିଲ୍ଲାପାଳଙ୍କୁ ଭେଟି ସେମାନଙ୍କ ସମସ୍ୟା ଜଣାଇଛନ୍ତି । ଏଥିସହ ନଷ୍ଟ ହୋଇଥିବା ଚାଷ ଜମିର କ୍ଷତିପୂରଣ ପ୍ରଦାନ ସହିତ ବେଆଇନ ଭାବେ ଚାଲୁଥିବା ପଥର ଖାଦାନକୁ ସମ୍ପୂର୍ଣ୍ଣ ବନ୍ଦ କରିବାକୁ ମଧ୍ୟ ଦାବି କରିଛନ୍ତି ଚାଷୀ ।
ଯାଜପୁରରୁ ଜ୍ଞାନରଞ୍ଜନ ଓଝା, ଇଟିଭି ଭାରତ