ETV Bharat / state

ETV Bhart Impact: ଖବର ବାଜିଲା ପ୍ରଶାସନ ଚେଇଁଲା, ଆଦିବାସୀ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ମିଳିଲା ପ୍ରତିଶ୍ରୁତି - କୋରେଇ ବ୍ଲକ ଭାଲୁକାହୁଡ଼ି ଗାଁ

ଇଟିଭି ଭାରତର ପ୍ରଭାବ । ନ୍ୟୁଜ୍ ବାଜିବା ପରେ କୋରେଇ ବ୍ଲକ ଭାଲୁକାହୁଡ଼ି ଗାଁରେ ପହଁଞ୍ଚିଲା ଜିଲ୍ଲା ପ୍ରଶାସନ । ଆଦିବାସୀ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ ପାଇଁ ମିଳିଲା ପ୍ରତିଶ୍ରୁତି । ଅଧିକ ପଢନ୍ତୁ

ନ୍ୟୁଜ୍ ବାଜିବା ପରେ କୋରେଇ ବ୍ଲକ ଭାଲୁକାହୁଡ଼ି ଗାଁରେ ପହଁଞ୍ଚିଲା ଜିଲ୍ଲା ପ୍ରଶାସନ

author img

By ETV Bharat Odisha Team

Published : Oct 10, 2023, 5:34 PM IST

ନ୍ୟୁଜ୍ ବାଜିବା ପରେ କୋରେଇ ବ୍ଲକ ଭାଲୁକାହୁଡ଼ି ଗାଁରେ ପହଁଞ୍ଚିଲା ଜିଲ୍ଲା ପ୍ରଶାସନ

ଯାଜପୁର: ଇଟିଭି ଭାରତର ମହାପ୍ରଭାବ । ନ୍ୟୁଜ୍ ବାଜିବା ପରେ କୋରେଇ ବ୍ଲକ ଭାଲୁକାହୁଡ଼ି ଗାଁରେ ପହଁଞ୍ଚିଲା ଜିଲ୍ଲା ପ୍ରଶାସନ । ସହାୟତା ଯୋଗାଇ ଦେବା ପାଇଁ ଆଦିବାସୀଙ୍କୁ ଦେଲେ ପ୍ରତିଶ୍ରୁତି । ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କୋରେଇ ବ୍ଲକ ପାଟରଙ୍ଗା ପଞ୍ଚାୟତର ଭାଲୁକାହୁଡ଼ି ଆଦିବାସୀ ସାହି l ଏହି ଗାଁରେ ଆଜକୁ ଅନେକ ବର୍ଷ ହେବ 70ରୁ ଊର୍ଦ୍ଧ୍ବ ଆଦିବାସୀ ପରିବାର ବସବାସ କରୁଛନ୍ତି । ହେଲେ ସ୍ଥାୟୀ ଜମିପଟ୍ଟା ନଥିବା କାରଣରୁ ଉଚ୍ଚ ଶିକ୍ଷା ସହ ବିଭିନ୍ନ ସରକରୀ ଯୋଜନା ପାଇବାକୁ ବଞ୍ଚିତ ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ତେବେ ଅନେକଥର ପ୍ରଶାସନ ନିକଟରେ ଅଭିଯୋଗ କଲେବି କୌଣସି ଅଧିକାରୀ କର୍ଣ୍ଣପାତ କରୁନଥିଲେ ବୋଲି ଗ୍ରାମବସୀ କହିଥିଲେ ।

ପରେ ଲୋକଙ୍କ ସମସ୍ୟା ବିଷୟରେ ଜାଣି ଏହି ଖବର ପ୍ରଥମେ ଇଟିଭି ଭାରତରେ ପ୍ରସାରଣ କରାଯାଇଥିଲା । ତେବେ ନ୍ୟୁଜ୍ ପ୍ରସାରଣ ପରେ ଆଜି ପ୍ରଥମେ ଜିଲ୍ଲାପାଳ ଚକ୍ରବର୍ତ୍ତୀ ସିଂ ରାଠୋରଙ୍କ ନିର୍ଦ୍ଦେଶକ୍ରମେ ଉପ ଜିଲ୍ଲାପାଳ, ବ୍ୟାସନଗର ତହସିଲଦାର ଓ ଆରଆଇ ଏହି ଆଦିବାସୀ ସାହିରେ ପହଞ୍ଚିଥିଲେ । ଏହି ପ୍ରତିନିଧି ଦଳ ଗାଁରେ ପହଞ୍ଚି ଲୋକଙ୍କ ସମସ୍ୟା ବୁଝିବା ପରେ ଆସନ୍ତା ଗୁରୁବାର ଦିନ ଗାଁରେ ଏକ ପଲ୍ଲୀସଭା କରାଯାଇ ସମସ୍ତ ଆଦିବାସୀ ପରିବାରଙ୍କୁ ଜମିପଟ୍ଟା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିବା ସୂଚନା ମିଳିଛି ।

ଏହା ମଧ୍ୟ ପଢନ୍ତୁ...ଶହ ଶହ ବର୍ଷ ପରେ ବି ମିଳୁନି ସ୍ଥାୟୀ ଜମିପଟ୍ଟା, ଉଚ୍ଚଶିକ୍ଷାରୁ ବଞ୍ଚିତ ଆଦିବାସୀ ଛାତ୍ରଛାତ୍ରୀ

ତେବେ ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଯାଜପୁର ବ୍ୟାସନଗର ତହସିଲଠାରୁ ମାତ୍ର ୮ କିଲୋମିଟର ଦୂରରେ କେନ୍ଦୁଝର ଓ ଯାଜପୁର ସୀମାନ୍ତରେ ଅବସ୍ଥିତ ଗୋହିରାଗାଡିଆ ଓ ଭାଲୁକାହୁଡ଼ି ଅଞ୍ଚଳ । ହେଲେ ଏଠାର ସରକାରୀ ଯୋଜନା ଅପହଞ୍ଚ । ବ୍ୟାସନଗର ତହସିଲ ଅନ୍ତର୍ଗତ ଭାଲୁକାହୁଡ଼ି ଓ ଗୋହିରାଗଡି ଅଞ୍ଚଳରେ ରହୁଥିବା 70ଟି ଆଦିବାସୀ ପରିବାର ଖଣ୍ଡେ ଜମିପଟ୍ଟା ପାଇବା ପାଇଁ ଏ ଅଫିସରୁ ସେ ଅଫିସ ଧାଇଁ ଧାଇଁ ନୟାନ୍ତ ହୋଇ ପଡ଼ିଛିନ୍ତି । ଜମିପଟ୍ଟା ନଥିବାରୁ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ଆଦିବାସୀ ଛାତ୍ରଛାତ୍ରୀ । ଯାହାଫଳରେ ଏହି ଆଦିବାସୀ ସାହିରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀ ସମସ୍ତ ସରକାରୀ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି । ଜମିପଟ୍ଟା ମିଳିନଥିିବା କାରଣରୁ ସରକାରୀ ସୁବିଧା ମିଳିବା ତ ଦୂରର କଥା ଜାତିଗତ ପ୍ରମାଣ ନପାଇ ଉଚ୍ଚଶିକ୍ଷିତ ହୋଇ ମଧ୍ୟ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେଉଥିବା ମେଧାବୀ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି ।

ଇଟିଭି ଭାରତ, ଯାଜପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.